Advertisment

ରୋହିତ ଫେରିଲେ, କିନ୍ତୁ ଅଷ୍ଟ୍ରେଲିଆ ଠାରୁ ଭାରତ ୧୦ ୱିକେଟରେ ହାରିଲା

ବିଶାଖାପଟନମରେ ଅଷ୍ଟ୍ରେଲିୟୀ ପେସରଙ୍କ ଘାତକ ବୋଲିଂକୁ ସମ୍ଭାଳି ନ ପାରି ଭାରତୀୟ ଦଳ କେବଳ ୧୧୭ ରନ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ବେଶ ଚମତ୍କାର ଢଙ୍ଗରେ ୧୧ ଓଭରରେ ମ୍ୟାଚ୍‌କୁ ଶେଷ କରି ଦେଇଛି।

Marsh

Marsh

Advertisment

ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳ ପ୍ରଥମ ଦିନିଆକୁ ସଂଘର୍ଷ କରି ଜିତିଥିଲା। ହେଲେ ରୋହିତ ଶର୍ମା ଦ୍ୱିତୀୟ ଦିନିକିଆକୁ ଫେରିଥିଲଲେ ମଧ୍ୟ ଟିମ ଇଣ୍ଡିଆ ୧୦ ୱିକେଟରେ ଅଷ୍ଟ୍ରେଲିଆ ଠାରୁ ଏକତରଫା ଭାବେ ପରାସ୍ତ ହୋଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ଟିକିଆ ଦିନିକିଆ ସିରିଜକୁ ୧-୧ ସ୍ଥିତିକୁ ନେଇ ଆସିଛି। ଏବେ ନିର୍ଣ୍ଣାୟକ ମ୍ୟାଚ୍‌ ବୁଧବାର ଖେଳାଯିବ।

Advertisment

ବିଶାଖାପଟନମରେ ଅଷ୍ଟ୍ରେଲିୟୀ ପେସରଙ୍କ ଘାତକ ବୋଲିଂକୁ ସମ୍ଭାଳି ନ ପାରି ଭାରତୀୟ ଦଳ କେବଳ ୧୧୭ ରନ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ବେଶ ଚମତ୍କାର ଢଙ୍ଗରେ ୧୧ ଓଭରରେ ମ୍ୟାଚ୍‌କୁ ଶେଷ କରି ଦେଇଛି। ମିଚେଲ ମାର୍ଶ ଅପରାଜିତ ତଥା ବିସ୍ଫୋରକ ୬୬ ରନ କରିଥିବା ବେଳେ ଟ୍ରାଭିସ ହେଡ୍‌ ୫୧ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ। ତେବେ ବୋଲିଂରେ କମାଲ କରି ୫ଟି ୱିକେଟ ଦଖଲ କରିଥିବା ମିଚେଲ ଷ୍ଟାର୍କଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଟିମ ଆରମ୍ଭରୁ ହିଁ ଝୁଣ୍ଟିଥିଲା। ଶୁବମନ ଗିଲ(୦) ଖାତା ଖୋଲିବା ପୂର୍ବରୁ ଷ୍ଟାର୍କଙ୍କ ପ୍ରଥମ ଶିକାର ବନିଥିଲେ। ଏହାପରେ ରୋହିତ ଶର୍ମା(୧୩), ସୂର୍ଯ୍ୟ କୁମାର ଯାଦବ(୦) ଓ ହାର୍ଦ୍ଦିକ ପାଣ୍ଡ୍ୟା(୧) ସମସ୍ତଙ୍କୁ ନିରାଶ କରିଥିଲେ। ବିରାଟ କୋହଲି ଲଢ଼େଇ କରି ୩୧ ରନ କରିଥିଲେ ହେଁ ତାଙ୍କୁ ନାଥନ ଏଲିସ ଆଉଟ କରିଥିଲେ।

Advertisment

ଗତ ମ୍ୟାଚ୍‌ର ହିରୋ କେଏଲ ରାହୁଲ(୯) ଓ ରବୀନ୍ଦ୍ର ଜାଡେଜା(୧୬) ମଧ୍ୟ ବେଶୀ କିଛି କରିପାରି ନଥିଲେ। ଅକ୍ଷର ପଟେଲ ଅପରାଜିତ ୨୯ ରନ କରିବାରୁ ଭାରତୀୟ ଦଳ ୨୬ ଓଭରରେ ୧୧୭ ରନ କରିବାକୁ ସକ୍ଷମ ହୋଇଥିଲା।

୧୧୮ ରନର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ହିଁ କାଉଣ୍ଟର ଆଟାକ କରି ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମି ଓ ଓ ମହମ୍ମଦ ସିରାଜଙ୍କୁ ବଡ଼ବଡ଼ ଶଟ ମାରିଥିଲା। ବିଶେଷ କରି ମାର୍ଶଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ହେଡ ମଧ୍ୟ ପଛରେ ପଡ଼ି ନଥିଲେ। ସେ ୩୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ମ୍ୟାଚ ଜିତିବାକୁ ୧ ରନ ଦରକାର ଥିବା ବେଳେ ମାର୍ଶ ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ। ସେ ଶେଷ ଯାଏ ୩୬ ବଲରେ ଅପରାଜିତ ୬୬ ରନ ଓ ହେଡ ୩୦ ବଲରେ ଅପରାଜିତ ୫୧ ରନର ଇନିଂସ ଖେଳିଛନ୍ତି। ମାର୍ଶଙ୍କ ବ୍ୟାଟରୁ ୬ଟି ଛକା ଓ ସମାନ ସଂଖ୍ୟକ ଚୌକା ଦେଖିବାକୁ ମିଳିଛି।

Indian Cricket Team Cricket Rohit Sharma India Vs Australia INDvsAUS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe