ବିଶ୍ୱକପରେ ପୁଣି ହାରିଲା ପାକିସ୍ତାନ, ଅଷ୍ଟ୍ରେଲିଆର କ୍ରମାଗତ ଦ୍ୱିତୀୟ ବିଜୟ

ଚଳିତ ବିଶ୍ୱକରେ ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ମ୍ୟାଚ୍‌ ହାରିଥିଲା। ହେଲା ଗତ ମ୍ୟାଚ୍‌ରେ ଦଳ ଶ୍ରୀଲଙ୍କାକୁ ହରାଇଥିବା ବେଳେ ଆଜି ପାକିସ୍ତାନକୁ ମାତ ଦେଇଛି।

AUS

ଅଷ୍ଟ୍ରେଲିଆ ଟିମ୍‌

Hemant Lenka
  • Published: Friday, 20 October 2023
  • Updated: 20 October 2023, 10:09 PM IST

Sports

Latest News

ଭାରତରେ ଚାଲିଥିବା ବିଶ୍ୱକପରେ ପୁଣି ହାରିଛି ପାକିସ୍ତାନ। ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିଥିବା ପାକିସ୍ତାନ ୧୪ ତାରିଖରେ ଭାରତ ଠାରୁ ପରାସ୍ତ ହୋଇଥିଲା। ଆଜି ବାବର ଆଜାମ ଆଣ୍ଡ କୋ ଅଷ୍ଟ୍ରେଲିଆ ଠାରୁ ୬୨ ରନରେ ହାରିଛି। 

ବେଙ୍ଗାଲୁରୁର ଚିନ୍ନାସ୍ୱାମୀରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୩୬୭ ରନ କରିଥିଲା। ଦଳ ପକ୍ଷରୁ ଡାଭିଡ ୱାର୍ଣ୍ଣର ୧୬୩ ଓ ମିଚେଲ ମାର୍ଶ ୧୨୧ ରନର ଇନିଂସ ଖେଳିଥିଲେ। ଏହାର ଜବାବରେ ପାକିସ୍ତାନ ୪୫.୩ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୩୦୫ ରନ କରିବାକୁ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆ ପାଇଁ ଦମଦାର ୧୬୩ ରନର ଇନିଂସ ଖେଳିଥିବା ୱାର୍ଣ୍ଣର ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି।

ଚଳିତ ବିଶ୍ୱକରେ ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ମ୍ୟାଚ୍‌ ହାରିଥିଲା। ହେଲା ଗତ ମ୍ୟାଚ୍‌ରେ ଦଳ ଶ୍ରୀଲଙ୍କାକୁ ହରାଇଥିବା ବେଳେ ଆଜି ପାକିସ୍ତାନକୁ ମାତ ଦେଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛି। ସେହିପରି ପୂର୍ବରୁ ୪ର୍ଥରେ ଥିବା ପାକିସ୍ତାନ ୫ମ ସ୍ଥାନକୁ ଖସିଛି। ପୂର୍ବଭଳି ଟପ୍‌ରେ ନ୍ୟୁଜିଲ୍ୟାଣ୍ଡ, ଦ୍ୱିତୀୟରେ ଭାରତ ଓ ତୃତୀୟରେ ଦକ୍ଷିଣ ଆଫ୍ରିକା ରହିଛି। 

Also Read

ବେଙ୍ଗାଲୁରୁରେ ୩୬୮ ରନର ଟାର୍ଗେଟ ପାଇଥିବା ପାକିସ୍ତାନ ପାଇଁ ଦୁଇ ଓପନର ଇମାମ ଉଲ ହକ ଓ ଅବଦୁଲ୍ଲା ଶଫିକ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଅଷ୍ଟ୍ରେଲୀୟ ବୋଲରଙ୍କୁ କଡ଼ା ମୁକାବିଲା କରି ପାକିସ୍ତାନ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ୨୧ ଓଭର ସୁଦ୍ଧା ଇମାମ ଓ ଅବଦୁଲ୍ଲା ୧୩୪ ରନର ଭାଗିଦାରୀ ମଧ୍ୟ କରିଥିଲେ।

ତେବେ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ହଠାତ୍‌ ବୋଲିଂରେ ପରିବର୍ତ୍ତନ କରି ମାର୍କସ ଷ୍ଟୋଇନିସଙ୍କୁ ବଲ ଦେଇଥିଲେ। ସେ ପ୍ରଥମ ବଲରେ ଶଫିକ (୬୪)ଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଦେଇଥିଲେ। ଆଉ ୨୦ ରନ ପରେ ଇମାମ ବ୍ୟକ୍ତିଗତ ୭୦ ରନ କରି ଷ୍ଟୋଇନିସଙ୍କ ଦ୍ୱିତୀୟ ଶିକାର ବନିଥିଲେ। ବାବର ଆଜମ ଭଲ ଲୟରେ ଥିଲେ ମଧ୍ୟ ଆଡାମ ଜାମ୍ପାଙ୍କ ଶଟ ବଲକୁ ପୁଲ ମାରିବାକୁ ଯାଇ ୧୮ ରନରେ ଆଉଟ ହୋଇଯାଇଥିଲେ।

ପାକିସ୍ତାନର ସ୍କୋର ୧୭୫ ଥିବା ବେଳେ ବାବର ଆଉଟ ହୋଇଥିଲେ। ଏତିକି ବେଳେ ମହମ୍ମଦ ରିଜୱାନ ଓ ସୌଦ ସକୀଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୫୫ ରନ ଯୋଡ଼ିଥିଲେ। ଲାଗୁଥିଲା ଏହି ଦୁଇ ବ୍ୟାଟର ପାକିସ୍ତାନକୁ ବିଜୟର ନିକଟତର କରିବେ।

କିନ୍ତୁ ସକୀଲ(୩୦)ଙ୍କୁ ଆଉଟ କରି କମିନ୍ସ ପାକିସ୍ତାନର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ଇଫତକାର ଅହମଦ କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ କେବଳ ୨୬ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ଜାମ୍ପା ପ୍ୟାଭିଲିୟନ ପଠାଇଥିଲେ।

୨୬୯ ରନରେ ଦଳ ଇଫତକାରଙ୍କୁ ହରାଇଥିଲା। ଏବେ ସବୁ ଦାୟିତ୍ୱ ରିଜୱାନ କାନ୍ଧକୁ ଯାଇଥିଲା। ହେଲେ ସେ ଦଳୀୟ ସ୍କୋରରେ ଆଉ ୫ ରନ ଯୋଡ଼ି ଆଉଟ ହୋଇଯାଇଥିଲେ। ରିଜୱାନଙ୍କୁ ବ୍ୟକ୍ତିଗତ ୪୬ ରନରେ ଆଉଟ କରି ଜାମ୍ପା ଅଷ୍ଟ୍ରେଲିଆର ବିଜୟ ଏକ ପ୍ରକାରର ପକ୍କା କରି ଦେଇଥିଲେ। ଏବେ କେବଳ ଔପଚାରିକ ବାକି ରହିଥିଲା।

ରିଜୱାନଙ୍କ ପରେ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ ଖେଳୁଥିବା ଓସାମା ମୀର ଖାତା ଖୋଲିବା ପୂର୍ବରୁ ଜୋଶ ହେଜେଲଉଡଙ୍କ ବଲରେ ଆଉଟ ହୋଇଥିଲେ। ୨୭୭ରେ ପାକିସ୍ତାନକୁ ୭ମ ଝଟକା ଲାଗିଥିଲା।

୪୩ତମ ଓଭର୍‌ରେ ମହମ୍ମଦ ନୱାଜ ଅଷ୍ଟ୍ରେଲିଆର ସବୁଠାରୁ ସଫଳ ବୋଲର ଜାମ୍ପାକୁ ଛକା ମାରିଥିଲେ। କିନ୍ତୁ ଓଭର୍‌ର ଶେଷ ବଲରେ ସେ ତାଙ୍କୁ ଷ୍ଟମ୍ପିଂ କରାଇ ଏହାର ପ୍ରତିଶୋଧ ନେଇଥିଲେ। ନୱାଜ କେବଳ ୧୪ ରନ କରିବାକୁ ସକ୍ଷମ ହୋଇଥିଲେ। ଜାମ୍ପା ଆଜିର ମ୍ୟାଚ୍‌ରେ ୧୦ ଓଭର ବୋଲିଂ କରି ୫୩ ରନ ଦେବା ସହ ପାକିସ୍ତାନର ୪ ଜଣ ‍ବ୍ୟାଟରଙ୍କୁ ଆଉଟ କରିଛନ୍ତି। 

୯ମ ୱିକେଟ ପାଇଁ ହାସନ ଅଲୀ ଓ ଶାହୀନ ଶାହ ଆଫ୍ରିଦି କିଛି କରିଶ୍ମା କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହା ପାକିସ୍ତାନକୁ ମ୍ୟାଚ୍‌ ଜିତିବାରେ କୌଣସି ପ୍ରକାରର ସହାୟତା କରି ନଥିଲା। ଉଭୟଙ୍କ ବ୍ୟାଟରରୁ କିଛି ଚୌକା ବାହାରିବାକୁ ପାକିସ୍ତାନ ୪୪.୪ ଓଭର୍‌ରେ ୩୦୦ ରନ ପାର କରିଥିଲା। କିନ୍ତୁ ଏହାର ପରବର୍ତ୍ତୀ ବଲରେ ମିଚେଲ ଷ୍ଟାର୍କ ୮ ରନ କରିଥିବା ହାସନ ଅଲୀଙ୍କ ୱିକେଟ ନେଇଥିଲେ। 

ଶେଷ ବ୍ୟାଟର ଭାବେ ଆଫ୍ରିଦିଙ୍କ ସହ ଯୋଗ ଦେଇଥିଲେ ହ୍ୟାରିଶ ରୌଫ। ସେ ଖାତା ଖୋଲିବା ପୂର୍ବରୁ ଅନ୍ୟପଟେ ଥିବା ଆଫ୍ରିଦି(୧୦) ୪୫ତମ ଓଭର୍‌ର ତୃତୀୟ ବଲରେ କମିନ୍ସଙ୍କୁ ଛକା ମାରିବାକୁ ଯାଇ ବାଉଣ୍ଡରୀରେ ଧରା ପଡ଼ି ଯାଇଥିଲେ। ଏଥିସହ ପାକିସ୍ତାନର ଇନିଂସ ୩୦୫ରେ ଅଟକି ଯାଇଥିଲା।  

ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଷ୍ଟୋଇନିସ ଓ କମିନ୍ସ ୨ଟି, ଷ୍ଟାକ ଓ ହେଜେଲଉଡ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story