Advertisment

ଫାଇନାଲରେ ଟସ୍ ଜିତିଲା ଅଷ୍ଟ୍ରେଲିଆ

ଦୁବାଇ: ବାଜିଲା ଆଇସିସି ଟି-୨୦ ବିଶ୍ୱକପ୍ ଫାଇନାଲ୍ ବିଗୁଲ। ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଦୁଇ ପଡ଼ୋଶୀ ଦେଶ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ। ରବିବାର ଖେଳାଯାଉଥିବା ଏହି ଟାଇଟଲ୍ ମୁକାବିଲାରେ ଟସ୍ ଜିତିଛନ୍ତି ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ। ଆଉ କୌଣସି ଭୁଲ୍ ନକରି ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରିବ। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ ମାତ୍ର ଗୋଟିଏ ପରିବର୍ତ୍ତନ କରିଛି। ଇନଫର୍ମ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ […]

ଅଦ୍ୟତନ ହୋଇଛି
ଫାଇନାଲରେ ଟସ୍ ଜିତିଲା ଅଷ୍ଟ୍ରେଲିଆ

final

Advertisment

ଦୁବାଇ: ବାଜିଲା ଆଇସିସି ଟି-୨୦ ବିଶ୍ୱକପ୍ ଫାଇନାଲ୍ ବିଗୁଲ। ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଦୁଇ ପଡ଼ୋଶୀ ଦେଶ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ। ରବିବାର ଖେଳାଯାଉଥିବା ଏହି ଟାଇଟଲ୍ ମୁକାବିଲାରେ ଟସ୍ ଜିତିଛନ୍ତି ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ। ଆଉ କୌଣସି ଭୁଲ୍ ନକରି ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରିବ।

Advertisment

ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ ମାତ୍ର ଗୋଟିଏ ପରିବର୍ତ୍ତନ କରିଛି। ଇନଫର୍ମ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଟିମ୍ ସିଫର୍ଟଙ୍କୁ ସାମିଲ୍ କରାଯାଇଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ବ୍ୟାଟିଂ କରୁଥିବା ବେଳେ କନୱେଙ୍କ ହାତରେ ଆଘାତ ଲାଗିଥିଲା। ଯେଉଁ କାରଣରୁ ସେ ବିଶ୍ୱକପ ସମେତ ଭାରତ ବିପକ୍ଷ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତି ଦଳ ପାଇଁ ନିଶ୍ଚିତ ଭାବେ କ୍ଷତିକାରକ ବୋଲି ଟିମର ହେଡ୍ କୋଚ୍ ଷ୍ଟେଡ୍ କହିସାରିଛନ୍ତି।

https://twitter.com/T20WorldCup/status/1459878400894517248?s=20

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା’ର ଚୂଡ଼ାନ୍ତ ଏଦାଦଶ ଅପରିବର୍ତ୍ତିତ ରଖିଛି। ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ଅଷ୍ଟ୍ରେଲିଆ ପାଇଁ ହିରୋ ସାଜିଥିବା ମାଥ୍ୟୁ ୱେଡ୍ ଠିକଣା ସମୟରେ ଫର୍ମକୁ ଫେରିବା ଦଳର ଆତ୍ମବିଶ୍ୱାସକୁ ବଢ଼ାଇଛି। ଅନ୍ୟପକ୍ଷରେ ଦଳ ତିନି ଫ୍ରଣ୍ଟଲାଇନ୍ ପେସର୍ ସହ ଜଣେ ସ୍ପେଶାଲିଷ୍ଟ ସ୍ପିନର ଏବଂ ଦୁଇ ଜଣ ଅଲରାଉଣ୍ଡରକୁ ନେଇ ଓହ୍ଲାଇଛି।

Advertisment

ସୂଚନାଯୋଗ୍ୟ, ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଗ୍ରୁପ୍ ପର୍ଯ୍ୟାୟରେ ୪ଟି ଲେଖାଏ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିଲେ। ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ଇଂଲଣ୍ଡକୁ ୫ ୱିକେଟରେ ହରାଇଥିବା ବେଳେ ଅଷ୍ଟ୍ରେଲିଆ ମଧ୍ୟ ସମାନ ୱିକେଟ୍ ବ୍ୟବଧାନରେ ଟାଇଟଲ୍ ଫେବରିଟ୍ ପାକିସ୍ତାନକୁ ପରାସ୍ତ କରି ଫାଇନାଲ୍ ଟିକେଟ୍ କାଟିଥିଲା। ଆଜି ଫାଇନାଲରେ ଯେଉଁ ଦଳ ବିଜୟୀ ହେବ, ସେହି ଟିମ୍ ଟି-୨୦ ବିଶ୍ୱକପରେ ନୂଆ ବିଜେତା ଭାବେ ବିବେଚିତ ହେବ।

ନ୍ୟୁଜିଲ୍ୟାଣ୍ଡ: ମାର୍ଟିନ୍ ଗପ୍ଟିଲ, ଡାରିଏଲ ମିଚେଲ୍, କେନ୍ ୱିଲିୟମସନ୍ (କ୍ୟାପଟେନ୍), ଟିମ୍ ସିଫର୍ଟ (ୱିକେଟ୍ କିପର), ଗ୍ଲେନ୍ ଫିଲିପ୍ସ, ଜେମ୍ସ ନିଶାମ, ମିଚେଲ୍ ସାଣ୍ଟନର୍, ଆଡାମ ମିଲନେ, ଟିମ୍ ସାଉଦୀ, ଈଶ ସୋଢୀ, ଟ୍ରେଣ୍ଟ ବୋଲ୍ଟ।

ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍), ଡେଭିଡ୍ ୱାର୍ଣ୍ଣର୍, ମିଚେଲ୍ ମାର୍ଶ, ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ୱେଡ୍ (ୱିକେଟ୍ କିପର), ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହେଜଲଉଡ୍।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe