Advertisment

ସେମିଫାଇନାଲରେ ଟସ୍ ହାରିଲା ପାକିସ୍ତାନ

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପାକିସ୍ତାନ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଉଭୟ ଅଷ୍ଟ୍ରେଲିଆ ଓ ପାକିସ୍ତାନ ସେମାନଙ୍କର ଚୂଡ଼ାନ୍ତ ଏଦାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ତା’ର ଗ୍ରୁପ୍-୨ର ସବୁ ଯାକ ମ୍ୟାଚରେ ବିଜୟୀ ହୋଇ […]

ଅଦ୍ୟତନ ହୋଇଛି
ସେମିଫାଇନାଲରେ ଟସ୍ ହାରିଲା ପାକିସ୍ତାନ

toss

Advertisment

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପାକିସ୍ତାନ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଉଭୟ ଅଷ୍ଟ୍ରେଲିଆ ଓ ପାକିସ୍ତାନ ସେମାନଙ୍କର ଚୂଡ଼ାନ୍ତ ଏଦାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

Advertisment

ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ତା’ର ଗ୍ରୁପ୍-୨ର ସବୁ ଯାକ ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ଗ୍ରୁପ୍-୨ରେ ୪ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରା ଦ୍ୱିତୀୟରେ ରହି ସେମିଫାଇନାଲକୁ କ୍ୱାଲିଫାଏ କରିଛି।

ସୂଚନାଯୋଗ୍ୟ, ବୁଧବାର ଆବୁ ଧାବିରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ଇଂଲଣ୍ଡକୁ ହରାଇ ଫାଇନାଲରେ ସ୍ଥାନ ହାସଲ କରିଛି। ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୬ ରନ୍ କରିଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ ୧୯ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। କିୱି ଟିମ୍ ପକ୍ଷରୁ ଡାରିଏଲ୍ ମିଚେଲ୍ ସର୍ବାଧିକ ୭୧ ରନର ଅପରାଜିତ ଇନିଂସ୍ ଖେଳିଥିଲେ।

Advertisment

ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍), ଡେଭିଡ୍ ୱାର୍ଣ୍ଣର୍, ମିଚେଲ୍ ମାର୍ଶ, ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ୱେଡ୍ (ୱିକେଟ୍ କିପର), ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହେଜଲଉଡ୍।

ପାକିସ୍ତାନ: ବାବର ଆଜମ (କ୍ୟାପଟେନ୍), ମହମ୍ମଦ ରିଜୱାନ, ଫକର ଜମାନ୍, ମହମ୍ମଦ ହଫିଜ୍, ଶୋଏବ ମଲିକ୍, ଆସିଫ ଅଲୀ, ଶଦାବ ଖାନ୍, ଇମାନ ୱାସିମ୍, ହାସନ୍ ଅଲୀ, ହାରିସ୍ ରୌଫ, ଶାହୀନ ଆଫ୍ରିଦି।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe