Advertisment

ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଭାରତକୁ ହଟାଇ ଅଷ୍ଟ୍ରେଲିଆ ନମ୍ବର ୧

ଭାରତ ଦିନିକିଆ ଓ ଟି-୨୦ ରାଙ୍କିଙ୍ଗରେ ପୂର୍ବଭଳି ୧ନଂ ସ୍ଥାନରେ ଅଛି।

author-image
Hemant Lenka
ଅଦ୍ୟତନ ହୋଇଛି
ICC

ICC

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଗତବର୍ଷ ଭାରତକୁ ହରାଇଥିବା ଅଷ୍ଟ୍ରେଲିଆ ଏବେ ରାଙ୍କିଙ୍ଗ ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ୨୦୨୦-୨୧ ସିଜିନ ଓ ୨୦୨୧ ମେ’ ମାସରୁ ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିବା ଟେଷ୍ଟ ସିରିଜର ଫଳାଫଳକୁ ବିଚାରକୁ ନେଇ ଆଇସିସି ବାର୍ଷିକ ଅପଡେଟ୍‌ ରାଙ୍କିଙ୍ଗ ଆଜି ପ୍ରକାଶ କରିଛି। ଏହି ଅପଡେଟ ଅନୁଯାୟୀ, ଭାରତକୁ ପଛରେ ପକାଇ ଅଷ୍ଟ୍ରେଲିଆ ପୁଣି ୧ନଂ ସ୍ଥାନ ଦଖଲ କରିଛି।

Advertisment

ଅଷ୍ଟ୍ରେଲିଆ ୧୨୪ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ଭାରତ ଏହାଠାରୁ ମାତ୍ର ୪ ପଏଣ୍ଟ ଦୂରରେ ଅଛି। ସେହିପରି ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡ ଠାରୁ ଭାରତ ୧୫ ପଏଣ୍ଟ ଆଗରେ ରହିଛି। ୪ର୍ଥ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାର ପଏଣ୍ଟ ସଂଖ୍ୟା ୧୦୩।

୨୦୨୦-୨୧ରେ ଭାରତ ୨-୧ରେ ଅଷ୍ଟ୍ରେଲିଆରେ ସିରିଜ ଜିତିଥିଲା। ତେବେ ଗୋଟିଏ ମ୍ୟାଚ୍‌ରେ ଦଳ ହାରିବାରୁ ବାର୍ଷିକ ଅପଡେଟ ରାଙ୍କିଙ୍ଗରେ ଦଳ କିଛି ପଏଣ୍ଟ ହରାଇ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛି।

Advertisment

ଆଇସିସି ରାଙ୍ଗିର ୫ମ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ, ୬ଷ୍ଠରେ ପାକିସ୍ତାନ, ୭ମରେ ଶ୍ରୀଲଙ୍କା, ୮ମରେ ୱେଷ୍ଟଇଣ୍ଡିଜ, ୯ମ ସ୍ଥାନରେ ବାଂଲାଦେଶ ଓ ୧୦ମ ସ୍ଥାନରେ ଜିମ୍ବାୱେ ରହିଛି।

ଅନ୍ୟପକ୍ଷରେ ଭାରତ ଦିନିକିଆ ଓ ଟି-୨୦ ରାଙ୍କିଙ୍ଗରେ ପୂର୍ବଭଳି ୧ନଂ ସ୍ଥାନରେ ଅଛି। ଭାରତ ଗତବର୍ଷ ଅଷ୍ଟ୍ରେଲିଆ ଠାରୁ ଦିନିକିଆ ବିଶ୍ୱକପ ଫାଇନାଲରେ ହାରି ଯାଇଥିଲା। କିନ୍ତୁ ଅଷ୍ଟ୍ରେଲିଆ ତୁଳନାରେ ଭାରତ ଦିନିକିଆ ରାଙ୍କିଙ୍ଗରେ ୬ ପଏଣ୍ଟ ଆଗରେ ରହିଛି। ଦଳ ୧୨୨ ପଏଣ୍ଟ ସହ ତାଲିକାର ୧ନଂ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଦ୍ୱିତୀୟରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ୩ୟ, ପାକିସ୍ତାନ ୪ର୍ଥ ଓ ନ୍ୟୁଜିଲ୍ୟାଣ୍ଡ ପୂର୍ବଭଳି ଦିନିକିଆ ରାଙ୍କିଙ୍ଗର ୫ମ ସ୍ଥାନରେ ଅଛି।

ଟି-୨୦ରେ ଭାରତ ୧ନଂ ସ୍ଥାନରେ ମଜବୁତ ହୋଇ ରହିଥିବା ବେଳେ ଅଷ୍ଟ୍ରେଲିଆ ୨ୟ, ଇଂଲଣ୍ଡ ୩, ଦକ୍ଷିଣ ଆଫ୍ରିକା ୪ ନଂ ଓ ନ୍ୟୁଜିଲ୍ୟାଣ୍ଡ ୫ନଂ ସ୍ଥାନରେ ରହିଛି।

ICC Test Cricket Test Match