Advertisment

ସେଲିବ୍ରେସନରେ ମାତିଲା କଙ୍ଗାରୁ ଟିମ୍, ଜୋତାରେ ବିଅର୍ ଢାଳି ପିଇଲେ

ଦୁବାଇ: ଶେଷ ହୋଇଛି ଆଇସିସି ଟି-୨୦ ବିଶ୍ୱକପ୍। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇ ଅଷ୍ଟ୍ରେଲିଆ ନୂଆ ବିଶ୍ୱ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ଦିନିକିଆ ବିଶ୍ୱକପରେ ୫ଥର ଟ୍ରଫି ଜିତିଥିବା ଅଷ୍ଟ୍ରେଲିଆ ପ୍ରଥମଥର ଟି-୨୦ ବିଶ୍ୱ ବିଜେତା ହୋଇଛି। ଅଷ୍ଟ୍ରେଲିଆ ଏହି ବିଜୟ ସହ ଟି-୨୦ ବିଶ୍ୱକପ୍ ପୂର୍ବରୁ ଲଗାତର ୫ଟି ଦ୍ୱିପାକ୍ଷିକ ସିରିଜ୍ ହାରିବାର ଦୁଃଖକୁ ମଧ୍ୟ ଭୁଲି ଯାଇଛି। ବିଜୟ ପରେ ଅଷ୍ଟ୍ରେଲିଆ ଟିମ୍ ଜବରଦସ୍ତ ଢଙ୍ଗରେ ସେଲିବ୍ରେସନ୍ କରିଥିଲା। ଟିମର ଏହି […]

ସେଲିବ୍ରେସନରେ ମାତିଲା କଙ୍ଗାରୁ ଟିମ୍, ଜୋତାରେ ବିଅର୍ ଢାଳି ପିଇଲେ

beer

Advertisment

ଦୁବାଇ: ଶେଷ ହୋଇଛି ଆଇସିସି ଟି-୨୦ ବିଶ୍ୱକପ୍। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇ ଅଷ୍ଟ୍ରେଲିଆ ନୂଆ ବିଶ୍ୱ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ଦିନିକିଆ ବିଶ୍ୱକପରେ ୫ଥର ଟ୍ରଫି ଜିତିଥିବା ଅଷ୍ଟ୍ରେଲିଆ ପ୍ରଥମଥର ଟି-୨୦ ବିଶ୍ୱ ବିଜେତା ହୋଇଛି। ଅଷ୍ଟ୍ରେଲିଆ ଏହି ବିଜୟ ସହ ଟି-୨୦ ବିଶ୍ୱକପ୍ ପୂର୍ବରୁ ଲଗାତର ୫ଟି ଦ୍ୱିପାକ୍ଷିକ ସିରିଜ୍ ହାରିବାର ଦୁଃଖକୁ ମଧ୍ୟ ଭୁଲି ଯାଇଛି। ବିଜୟ ପରେ ଅଷ୍ଟ୍ରେଲିଆ ଟିମ୍ ଜବରଦସ୍ତ ଢଙ୍ଗରେ ସେଲିବ୍ରେସନ୍ କରିଥିଲା। ଟିମର ଏହି ସେଲିବ୍ରେସନ୍ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି।

Advertisment

ବିଜୟ ପରେ ଅଷ୍ଟ୍ରେଲିଆ ଟିମର ଖେଳାଳିମାନେ ପରସ୍ପର ଉପରକୁ ଶ୍ୟାମ୍ପେନ୍ ଓ ବିଅର୍ ଢାଳିଥିଲେ। ଏପରିକି କିଛି ଖେଳାଳି ଜୋତା ଭିତରେ ବିଅର୍ ଢାଳି ତାକୁ ପିଇଥିଲେ। ଏହାର ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅଷ୍ଟ୍ରେଲିଆ ଖେଳାଳିମାନେ ଜୋତା ଭିତରେ ବିଅର୍ ଢାଳି ବିଜୟ ସେଲିବ୍ରେସନ୍ କରୁଛନ୍ତି। ଅଷ୍ଟ୍ରେଲିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ୱେଡ୍ ଓ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍ ଜୋତା ଭିତରେ ବିଅ ଢାଳି ପିଉଥିବାର ଦେଖିବାକୁ ମିଳିଛି।

https://twitter.com/ICC/status/1460050405778284546?s=20

ଜୋତାରେ ବିଅର୍ ଢାଳି ପିଇବାକୁ ଐତିହାସିକ ଭାବେ ଭଲ ଭାଗ୍ୟ କିମ୍ବା ନିର୍ଯାତନା କିମ୍ବା ପାର୍ଟିର ଏକ ଅଂଶ ଭାବେ ବିବେଚନା କରାଯାଏ। ମହିଳାଙ୍କ ଚପଲରୁ ଶ୍ୟାମ୍ପେନ୍ ପିଇବା ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପତନର କାରଣ ବୋଲି ବିବେଚନା କରାଯାଏ। ଏହି ଅଭ୍ୟାସ ଏବେ ଅଷ୍ଟ୍ରେଲିଆରେ ବି ଲୋକପ୍ରିୟ ହୋଇପାରିଛି। ଯେଉଁଠାରେ ଏହାକୁ ‘ଶୁଇ’ ବୋଲି କୁହାଯାଏ।

Advertisment

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୮.୫ ଓଭରରେ ମାତ୍ର ୨ ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର ୫୩ ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମିଚେଲ୍ ମାର୍ଶ ଅପରାଜିତ ୭୭ ରନର ଇନିଂସ୍ ଖେଳିଥିଲେ।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe