Advertisment

ରାଜସ୍ଥାନ ରୟାଲ୍ସକୁ ଆସିଲେ ଆବେଶ ଖାନ, ଲକ୍ଷ୍ନୌକୁ ଗଲେ ଏହି ବ୍ୟାଟର୍‌

ସର୍ଫରାଜ ଖାନ ଓ ମନୀଷ ପାଣ୍ଡେଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ନିଲାମ ପୂର୍ବରୁ ରିଲିଜ କରି ଦେଇଛି।

avesh khan

avesh khan

Advertisment

‌ଆସନ୍ତାବର୍ଷର ଆଇପିଏଲ ନିଲାମ ପୂର୍ବରୁ ଖେଳାଳି ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହିକ୍ରମରେ ଆଜି ଦ୍ରୁତ ବୋଲର ଆବେଶ ଖାନଙ୍କୁ ରାଜସ୍ଥାନ ରୟାଲ୍ସକୁ ଯାଇଛନ୍ତି। ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଆବେଶ ଖାନ ଖେଳୁଥିଲେ। ହେଲେ ‌ଏଥର ସେ ରାଜସ୍ଥାନ ରୟାଲ୍ସ ପଟୁ ଖେଳିବେ।

Advertisment

ରାଜସ୍ଥାନ ଆବେଶ ଖାନଙ୍କୁ ନେଇଥିବା ବେଳେ ଦେବଦତ୍ତ ପାଡକ୍କଲଙ୍କୁ ରିଲିଜ କରିଛି। ଲକ୍ଷ୍ନୌ ପାଡିକ୍କଲଙ୍କୁ ନେଇଛି। ଦୁଇ ବର୍ଷ ହେଲା ପାଡିକ୍କଲ ରାଜସ୍ଥାନ ପଟୁ ଆଇପିଏଲ ଖେଳୁଥିଲେ।

ଆବେଶ ଖାନ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଥିବା ଭାରତୀୟ ସ୍କ୍ୱାଡରେ ରହିଛନ୍ତି। ସେ ୪୭ଟି ଆଇପିଏଲରେ ଏଯାଏ ୫୫ଟି ୱିକେଟ ନେଇଛନ୍ତି। ୨୦୨୨ ମେଗା ଅକ୍ସନରେ ଲକ୍ଷ୍ନୌ ୧୦ କୋଟି ଟଙ୍କାରେ ଆବେଶ ଖାନଙ୍କୁ କିଣିଥିଲା। ଲକ୍ଷ୍ନୌ ପାଇଁ ସେ ୨୨ଟି ମ୍ୟାଚ୍‌ ଖେଳି ୨୬ଟି ୱିକେଟ ନେଇଛନ୍ତି। ଏବେ ସମାନ ଦାମରେ ରାଜସ୍ଥାନ ତାଙ୍କୁ ଲକ୍ଷ୍ନୌରୁ ନେଇଛି।

Advertisment

ଅନ୍ୟପକ୍ଷରେ ପାଡିକ୍କଲଙ୍କୁ ରାଜସ୍ଥାନ ୭.୭୫ କୋଟି ଟଙ୍କାରେ କିଣିଥିଲା। ଏହାର ଅର୍ଥ ସମାନ ଦାମରେ ଲକ୍ଷ୍ନୌ ତାଙ୍କୁ ରାଜସ୍ଥାନରୁ ନେଇଛି। ପାଡିକ୍କଲ ୫୭ଟି ଆଇପିଏଲ ମ୍ୟାଚ୍‌ ଖେଳି ୧୫୨୧ ରନ କରିଛନ୍ତି। ସେ ଗୋଟିଏ ଶତକ ଓ ୯ଟି ଅର୍ଦ୍ଧଶତକ ମାରିଛନ୍ତି। ସେ ରାଜସ୍ଥାନ ପାଇଁ ୨୮ଟି ମ୍ୟାଚ୍‌ ଖେଳି ୬୩୭ ରନ କରିଛନ୍ତି।

ଏହାବାଦ ସର୍ଫରାଜ ଖାନ ଓ ମନୀଷ ପାଣ୍ଡେଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ନିଲାମ ପୂର୍ବରୁ ରିଲିଜ କରି ଦେଇଛି। ସର୍ଫରାଜଙ୍କୁ ଦିଲ୍ଲୀ ୨୦ ଲକ୍ଷ ଓ ମନୀଷଙ୍କୁ ୨.୪୦ କୋଟି ଟଙ୍କାରେ କିଣିଥିଲା। ଏବେ ଦିଲ୍ଲୀ ଉଭୟଙ୍କୁ ରିଲିଜ କରିଦେଇଛି।

IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe