Advertisment

ପିଙ୍କ ବଲରେ ପଟେଲ୍ କମାଲ୍, ୧୧୨ ରନରେ ଇଂଲଣ୍ଡ ସଫା

ଅହମ୍ମଦାବାଦ: ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମରେ ଭାରତୀୟ ସ୍ପିନରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ। ବିଶେଷକରି ଘରୋଇ ତାରକା ଅକ୍ଷର ପଟେଲ ଓ ଇନଫର୍ମ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଯାଦୁଗରୀ ସ୍ପିନ୍ ଦମ୍‌ରେ ଭାରତ ଏଠାରେ ଆରମ୍ଭ ହୋଇଥିବା ତୃତୀୟ ତଥା ଦିବାରାଷ୍ଟ୍ର ଟେଷ୍ଟରେ ଇଂଲଣ୍ଡକୁ ପ୍ରଥମ ଇନଂସରେ ମାତ୍ର ୧୧୨ ରନ୍‌ରେ ଅଲଆଉଟ୍ କରିଦେଇଛି। ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ତଥା କମବ୍ୟାକ୍ ମ୍ୟାନ୍ ଜ୍ୟାକ୍ କ୍ରଲୀଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପିଙ୍କ ବଲରେ ପଟେଲ୍ କମାଲ୍, ୧୧୨ ରନରେ ଇଂଲଣ୍ଡ ସଫା

india

ଅହମ୍ମଦାବାଦ: ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମରେ ଭାରତୀୟ ସ୍ପିନରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ। ବିଶେଷକରି ଘରୋଇ ତାରକା ଅକ୍ଷର ପଟେଲ ଓ ଇନଫର୍ମ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଯାଦୁଗରୀ ସ୍ପିନ୍ ଦମ୍‌ରେ ଭାରତ ଏଠାରେ ଆରମ୍ଭ ହୋଇଥିବା ତୃତୀୟ ତଥା ଦିବାରାଷ୍ଟ୍ର ଟେଷ୍ଟରେ ଇଂଲଣ୍ଡକୁ ପ୍ରଥମ ଇନଂସରେ ମାତ୍ର ୧୧୨ ରନ୍‌ରେ ଅଲଆଉଟ୍ କରିଦେଇଛି।

Advertisment

ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ତଥା କମବ୍ୟାକ୍ ମ୍ୟାନ୍ ଜ୍ୟାକ୍ କ୍ରଲୀଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ଭାରତୀୟ ସ୍ପିନ୍ ଆଟାକ୍‌କୁ ସାମ୍ନା କରିପାରିନଥିଲେ। କ୍ରଲୀ ୮୪ ବଲରେ ୧୦ ଚୌକା ସହ ସର୍ବାଧିକ ୫୩ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡମ୍ ସିବଲେ ଓ ଜନ୍ନି ବେୟାରଷ୍ଟୋ ଖାତା ଖୋଲିପାରିନଥିବା ବେଳେ କ୍ୟାପଟେନ୍ ଜୋ ରୁଟ୍ ୧୭, ବେନ୍ ଷ୍ଟୋକ୍ସ ୬, ଓଲି ପୋପ୍ ୧, ବେନ ଫୋକ୍ସ ୧୨, ଜୋଫ୍ରା ଆର୍ଚର୍ ୧୧, ଜ୍ୟାକ୍ ଲିଚ୍ ୩, ଷ୍ଟୁଆର୍ଟ ବ୍ରଡ୍ ୩ ରନ୍ କରିଥିଲେ।

ଭାରତ ପକ୍ଷରୁ ଅକ୍ଷର ୩୮ ରନ୍ ଦେଇ ୬ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନ୍ ୨୬ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ। ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ଈଶାନ୍ତ ଶର୍ମା ଗୋଟିଏ ୱିକେଟ ନେଇଥିଲେ। ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି। ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ଓ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା। ତୃତୀୟ ଟେଷ୍ଟ ଜିତି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ପକ୍କା କରିବା ପଥରେ ଅଗ୍ରସର ହେବାକୁ ଲକ୍ଷ୍ୟ ରଖିଛି।

Advertisment
India Vs England