Axar Patel
ରୋହିତ ଶର୍ମାଙ୍କ ପରେ ଟିମ ଇଣ୍ଡିଆର ଆଉ ଜଣେ କ୍ରିକେଟର ବାପା ହୋଇଛନ୍ତି। ଅକ୍ଷର ପଟେଲଙ୍କ ପତ୍ନୀ ମେହା ମା’ ହୋଇଛନ୍ତି। ସେ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିବା ଅକ୍ଷର ପଟେଲ ଆଜି ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। କିନ୍ତୁ ମେହା ଡିସେମ୍ବର ୧୯ରୁ ମା’ ହୋଇ ସାରିଥିବା ସେ କହିଛନ୍ତି।
ଅକ୍ଷର ଓ ମେହା ଇନଷ୍ଟାଗ୍ରାମରେ ସେମାନଙ୍କ ନବଜାତ ପୁଅ ଟିମ ଇଣ୍ଡିଆର ଜର୍ସୀ ପିନ୍ଧିଥିବା ଫଟୋ ପୋଷ୍ଟ କରିଛନ୍ତି। ଏଥିସହ ପୁଅର ନାଁ ମଧ୍ୟ ସେମାନେ ସମସ୍ତଙ୍କୁ ଜଣାଇଛନ୍ତି। ସେମାନେ ପୁଅର ନାଁ ହକଶ ପଟେଲ ରଖିଛନ୍ତି।
ଅକ୍ଷର ଓ ମେହା ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ସେ ଏବେ ବି ଗୋଡ଼ରୁ ଅଫ ସାଇଡ ଖୋଜୁଛି। କିନ୍ତୁ ଆମେ ତା’କୁ ବ୍ଲୁରେ ଆପଣଙ୍କ ଆଗରେ ଉପସ୍ଥାପନ କରିବାକୁ ଅପେକ୍ଷା କରିପାରୁ ନାହୁଁ। ବିଶ୍ୱରେ ଭାରତର ସବୁଠାରୁ ଛୋଟ ତଥାପି ସବୁଠାରୁ ଫ୍ୟାନ ଓ ଆମ ହୃଦୟର ସବୁଠାର ଖାସ୍ ହକଶ ପଟେଲକୁ ସ୍ୱାଗତ। ୧୯-୧୨-୨୦୨୪।”
ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଅକ୍ଷର ପିତୃତ୍ୱ ଛୁଟିରେ ଥିବା କହିଥିଲେ। ସେ ପିତୃତ୍ୱ ଛୁଟିରେ ଥିବାରୁ ତାଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ସ୍କ୍ୱାଡରେ ସାମିଲ କରାଯାଇଥିବା ରୋହିତ ସ୍ପଷ୍ଟ କରିଥିଲେ।
ଅକ୍ଷର ଓ ମେହା ଅକ୍ଟୋବର ୭ରେ ବାପା ମା’ ହେବାକୁ ଯାଉଥିବା ଘୋଷଣା କରିଥିଲେ। ଏବେ ସେମାନେ ବାପା ମା’ ହୋଇଛନ୍ତି। ୨୦୨୩ରେ ଜାନୁଆରୀରେ ଉଭୟ ବିବାହ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Axar_Patel_1735056608.jpg)