Advertisment

୧୩୪ ବଲରେ ୩୨୭ ରନର ଇନିଂସ ଖେଳିଲେ ସୂର୍ଯ୍ୟବଂଶୀଙ୍କ ସାଙ୍ଗ

ଆୟନ ରାଜଙ୍କ ବ୍ୟାଟିଂକୁ ସମସ୍ତେ ପ୍ରଶଂସା କରିଛନ୍ତି। କାରଣ ସେ ୨୨୦.୮୯ ଷ୍ଟ୍ରାଇକରେ ଏତେ ବଡ଼ ଇନିଂସ ଖେଳିଛନ୍ତି। ପୂରା ମ୍ୟାଚ୍‌ରେ ଆୟନ ରାଜଙ୍କ ଦବଦବା ଦେଖିବାକୁ ମିଳିଛି।

Ayan Raj

Ayan Raj

Advertisment

ଚର୍ଚ୍ଚାରେ ୧୩ ବର୍ଷୀୟ ଆୟନ ରାଜ। ସେ ମାତ୍ର ୧୩୪ ବଲରେ ବିସ୍ଫୋରକ ୩୨୭ ରନର ଇନିଂସ ଖେଳିଛନ୍ତି। ଆୟନ ହେଉଛନ୍ତି ଆଇପିଏଲର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଘନିଷ୍ଠ ବନ୍ଧୁ। ନିଜର ବ୍ୟାଟିଂ ପାଇଁ ଆଇପିଏଲ ବେଳେ ବେଶ ଚର୍ଚ୍ଚାରେ ରହିଥିଲେ ସୂର୍ଯ୍ୟବଂଶୀ। ଏବେ ଆୟନ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ସୂର୍ଯ୍ୟବଂଶୀଙ୍କ ଭଳି ଆୟନ ମଧ୍ୟ ବିହାରର ପିଲା।

Advertisment

ବିହାରର ମୁଜାଫରପୁରରେ ଆୟୋଜିତ ଗୋଟିଏ ଜିଲ୍ଲା ସ୍ତରୀୟ ମ୍ୟାଚ୍‌ରେ ଆୟନ ୩୨୭ ରନର ଇନିଂସ ଖେଳିଛନ୍ତି। ସଂସ୍କୃତ କ୍ରିକେଟ ଏକାଡେମୀ ପକ୍ଷରୁ ଖେଳୁଥିବା ଆୟନ ୩୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ବ୍ୟାଟରୁ ୪୧ଟି ଚୌକା ଓ ୨୨ଟି ଛକା ଦେଖିବାକୁ ମିଳିଛି। ଏହାର ଅର୍ଥ ୩୨୭ ରନରୁ ସେ ୨୯୬ ରନ କେବଳ ବାଉଣ୍ଡରୀରୁ ହାସଲ କରିଛନ୍ତି।

ଆୟନ ରାଜଙ୍କ ବ୍ୟାଟିଂକୁ ସମସ୍ତେ ପ୍ରଶଂସା କରିଛନ୍ତି। କାରଣ ସେ ୨୨୦.୮୯ ଷ୍ଟ୍ରାଇକରେ ଏତେ ବଡ଼ ଇନିଂସ ଖେଳିଛନ୍ତି। ପୂରା ମ୍ୟାଚ୍‌ରେ ଆୟନ ରାଜଙ୍କ ଦବଦବା ଦେଖିବାକୁ ମିଳିଛି। ବିହାରରେ ସେ ଆଉ ଜଣେ ଷ୍ଟାର ଭାବେ ସାମ୍ନାକୁ ଆସିଛନ୍ତି। ଆୟନ ଏହି ବଡ଼ ଇନିଂସ ପରେ ସୂର୍ଯ୍ୟବଂଶୀଙ୍କ ସହ ତାଙ୍କର ବନ୍ଧୁତା ସମ୍ପର୍କରେ ସମସ୍ତଙ୍କୁ ଜଣାଇଛନ୍ତି।

Advertisment

ସେ କହିଛନ୍ତି, “ମୁଁ ଯେତେବେଳେ ବି ବୈଭବ ଭାଇଙ୍କ ସହ କଥା ହୁଏ ସେତେବେଳେ ମୋ ଭିତରେ ସ୍ୱତନ୍ତ୍ର ଅନୁଭବ ଆସେ। ଆମେ ଏକାଠି ଖେଳୁଥିଲୁ। ଆଜି ସେ ନିଜର ନାଁ ପୂରା ଦେଶରେ କରିପାରିଛନ୍ତି। ମୁଁ ମଧ୍ୟ ତାଙ୍କ ପଥକୁ ଅନୁସରଣ କରୁଛି।”

Cricket IPL Vaibhav Suryavanshi Ayan Raj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe