Advertisment

ଏକା ଲଢ଼ିଲେ ଅଜମତ ଓମରଜାଇ, ଦକ୍ଷିଣ ଆଫ୍ରିକାକୁ ୨୪୫ ରନର ଟାର୍ଗେଟ

ଆଫଗାନିସ୍ତାନ ଓମରଜାଇଙ୍କ ଅପରାଜିତ ୯୭ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୪୪ ରନ କରିଛି।

author-image
Hemant Lenka
Azmat

Azmat

ବିଶ୍ୱକପ ସେମି ଫାଇନାଲରୁ ବାଦ ପଡ଼ିଥିଲେ ମଧ୍ୟ ଲଢ଼ିବା ବନ୍ଦ କରିନି ଆଫଗାନିସ୍ତାନ। ଆଜି ବିଶ୍ୱକପର ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଶେଷ ମ୍ୟାଚ୍‌ ଖେଳୁଥିବା ଆଫଗାନିସ୍ତାନ ପାଇଁ ଲଢ଼େଇ କରିଛନ୍ତି ଅଲରାଉଣ୍ଡର ଅଜମତୁଲ୍ଲା ଓମରଜାଇ।

Advertisment

ସେ ଶତକ ଠାରୁ ମାତ୍ର ୩ ରନ ଦୂରରେ ରହି ଯାଇଥିଲେ ମଧ୍ୟ ଦଳକୁ ଗୋଟିଏ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇବାକୁ ସକ୍ଷମ ହୋଇଛନ୍ତି। ଆଫଗାନିସ୍ତାନ ଓମରଜାଇଙ୍କ ଅପରାଜିତ ୯୭ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୪୪ ରନ କରିଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୪୫ ରନର ଟାର୍ଗେଟ ମିଳିଛି।

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ହଶମତୁଲ୍ଲା ଶାହିଦି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର ରହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦ୍ରାନ ଠିକ ଠାକ ବ୍ୟାଟିଂ କରିଥିଲେ।

Advertisment

ପ୍ରଥମ ୱିକେଟ ପାଇଁ ୪୧ ରନ ମଧ୍ୟ ଯୋଡ଼ିଥିଲେ। କିନ୍ତୁ ଉଭୟ ସମାନ ୪୧ ରନରେ ଆଉଟ ହେବା ପରେ ଆଫଗାନିସ୍ତାନ ବ୍ୟାଟିଂ ଲାଇନ ଅପ୍ ତାସର ଘର ଭଳି ଭୁଶୁଡ଼ି ପଡ଼ିଥିଲା।

ରହମତ ଶାହ ୨୬, ଶାହିଦି ୨, ଇକରାମ ଅଲିଖିଲି ୧୨ ଓ ମହମ୍ମନ ନବି ୨ ରନ କରି ଆଉଟ ହୋଇଥିଲେ। ୧୧୬ ରନରେ ଦଳ ତା’ର ୬ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅନ୍ୟପଟେ ଓମରଜାଇ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ତାଙ୍କୁ ପ୍ରଥମେ ରାଶିଦ ଖାନ(୩୦ ବଲରେ ୧୪) ପରେ ନୁର ଅହମଦ(୩୨ ବଲରେ ୨୬) ସାଥ ଦେଇଥିଲେ। ଏହି ଦୁଇ ଜଣଙ୍କୁ ସାଥୀ କରି ଓମରଜାଇ ଦଳୀୟ ସ୍କୋରକୁ ୨୦୦ ପାର ପରାଇଥିଲେ। ୨୦୪ ରନରେ ନୁର ୮ମ ବ୍ୟାଟର ଭାବେ ଆଉଟ ହୋଇଥିଲେ। ତଥାପି ଓମରଜାଇ ଶଟ ଖେଳିବା ବନ୍ଦ କରି ନେଇଥିଲେ। ସେ ଶତକର ନିକଟରେ ମଧ୍ୟ ପହଞ୍ଚି ଯାଇଥିଲେ।

କିନ୍ତୁ ୯୭ ରନରୁ ଆଗକୁ ବଢ଼ି ପାରି ନଥିଲେ। ଶେଷ ଓଭର ବୋଲିଂ କରୁଥିବା କାଗିସୋ ରବାଡା ତାଙ୍କୁ ଆଦୌ ହାତ ଖୋଲା ଶଟ ମାରିବାକୁ ଦେଇ ନଥିଲେ। ଶେଷ ବଲରେ ଆଫଗାନିସ୍ତାନ ନବୀନ ଉଲ ହକ(୨)ଙ୍କୁ ମଧ୍ୟ ରନ ଆଉଟ ରୂପେ ହରାଇଥିଲା। ଏହାପୂର୍ବରୁ ମୁଜିବ ଉର ରହମନ ୮ ରନ କରି ଗେରାଲ୍ଡ କୋଏଜେଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ଓମରଜାଇ ଶେଷ ଯାଏ ୧୦୭ ବଲରେ ୯୭ ରନ କରି ଅପରାଜିତ ରହିଥିଲେ। ଆଫଗାନିସ୍ତାନ ସମସ୍ତ ୱିକେଟ ହରାଇ ୨୪୪ ରନ କରିଥିବାରୁ ଏବେ ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ ଜିତିବା ପାଇଁ ୨୪୫ ରନର ଟାର୍ଗେଟ ମିଳିଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup