Advertisment

ବାବର ଆଣ୍ଡ କୋ ବିରୋଧରେ ଫିକ୍ସିଂ ଅଭିଯୋଗ, ମୁହଁ ଖୋଲିଲା ପିସିବି

ଯେଉଁମାନେ ଫିକ୍ସିଂର ଅଭିଯୋଗ କରୁଛନ୍ତି, ସେମାନେ ପ୍ରମାଣ ଧରି ସାମ୍ନାକୁ ଆସନ୍ତୁ। ଯଦି ଅଭିଯୋଗ ବିନା ପ୍ରମାଣରେ କେହି କରୁଛନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ଚେତାବନୀ ଦେଇଛି।

Pakistan

Pakistan

Advertisment

ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ପାକିସ୍ତାନ କ୍ରିକେଟ ଟିମ ବିରୋଧରେ ଆସିଛି ମ୍ୟାଚ ଫିକ୍ସିଂ ଓ ସ୍ପଟ ଫିକ୍ସିଂ ଅଭିଯୋଗ। ଅଧିନାୟକ ବାବର ଆଜମ ଓ ଦଳର ଅନ୍ୟ ସଦସ୍ୟମାନେ ଫିକ୍ସିଂ କରି ମ୍ୟାଚ୍‌ ହାରିଥିବା ଅନଲାଇନରେ ଭାଇରାଲ ହେବାରେ ଲାଗିଛି। ଅନେକ ପୂର୍ବତନ କ୍ରିକେଟର ଓ ପାକିସ୍ତାନର ସାମ୍ବାଦିକ ମଧ୍ୟ ପରୋକ୍ଷରେ ମ୍ୟାଚ୍‌ ଫିକ୍ସିଂ କଥା କହିଛନ୍ତି। 

Advertisment

ଏହାକୁ ନେଇ ବିବାଦ ବଢ଼ୁଥିବା ବେଳେ ମୁହଁ ଖୋଲିଛି ପାକିସ୍ତାନ କ୍ରିକେଟ ବୋର୍ଡ। ଯେଉଁମାନେ ଫିକ୍ସିଂର ଅଭିଯୋଗ କରୁଛନ୍ତି, ସେମାନେ ପ୍ରମାଣ ଧରି ସାମ୍ନାକୁ ଆସନ୍ତୁ। ଯଦି ଅଭିଯୋଗ ବିନା ପ୍ରମାଣରେ କେହି କରୁଛନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ଚେତାବନୀ ଦେଇଛି।

ପିସିବି ସୂତ୍ରରେ କୁହାଯାଇଛି ଯେ “ଆମେ ଦଳ ସମ୍ପର୍କରେ ଦିଆଯାଉଥିବା ନକାରାତ୍ମକ କମେଣ୍ଟ ବିଷୟରେ ଅବଗତ ରହିଛୁ। ଖେଳକୁ ନେଇ ସୀମା ଭିତରେ ସମାଲୋଚନା ଗ୍ରହଣୀୟ। ଏଥିରେ କୌଣସି ପ୍ରକାରର ଆପତ୍ତି ନାହିଁ। କିନ୍ତୁ ମ୍ୟାଚ୍‌ ଫିକ୍ସିଂ ଭଳି ଅମୂଳକ ଅଭିଯୋଗ ଆଣିବା ଘଟଣାକୁ କୌଣସି ବି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ।”

Advertisment

କ’ଣ ଅଭିଯୋଗର ତଦନ୍ତ କରିବାକୁ ପିସିବି ଚାହିଁବ କି ପ୍ରଶ୍ନରେ ବୋର୍ଡ କହିଛି, “ପିସିବିର କୌଣସି ପ୍ରକାରର ସନ୍ଦେହ ନାହିଁ। ତେଣୁ କ’ଣ ପାଇଁ ତଦନ୍ତ ହେବ? ଯେଉଁମାନେ ଅଭିଯୋଗ କରୁଛନ୍ତି, ସେମାନେ ପ୍ରମାଣ ଦିଅନ୍ତୁ। ଆମେ ଆମର ଆଇନଗତ ପରାମର୍ଶଦାତା ବିଭାଗକୁ ଅଭିଯୋଗ ଆଣୁଥିବା ଲୋକଙ୍କୁ ନୋଟିସ କରିବାକୁ କହିଛୁ।

ଯଦି ସେମାନେ ପ୍ରମାଣ ନ ଦେଇ ପାରିବେ, ତା’ହେଲେ ଆମେ ମାନହାନୀ କେସ୍‌ କରି କ୍ଷତିପୂରଣ ମାଗିବୁ। ପଞ୍ଜାବ ପ୍ରଦେଶରେ ଏନେଇ ଗୋଟିଏ ଆଇନ ରହିଛି। ୬ ମାସ ମଧ୍ୟରେ ନିଷ୍ପତ୍ତି ଆସିବ।”

Pakistan ICC Pakistan Cricket PCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe