Advertisment

ଏସିଆ କପରୁ ବାଦ ପଡ଼ିଥିବା ବାବର-ରିଜୱାନଙ୍କୁ ଆଉ ଏକ ଝଟକା

ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଏସିଆ କପ ସ୍କ୍ୱାଡରୁ ବାଦ ଦେଇଥିଲା।

Babar

Babar

Advertisment

ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବାବର ଆଜମ ଓ ବର୍ତ୍ତମାନର ଦିନିଆ ଟିମର ଅଧିନାୟକ ମହମ୍ମଦ ରିଜୱାନଙ୍କୁ ଆଉ ଏକ ଝଟକା ଲାଗିଛି। ପ୍ରଥମେ ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଏସିଆ କପ ସ୍କ୍ୱାଡରୁ ବାଦ ଦେଇଥିଲା।

Advertisment

ଏବେ ଦୁଇ ଜଣଙ୍କ କେନ୍ଦ୍ରୀୟ ଚୁକ୍ତିରେ ଅବନତୀ ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ କେନ୍ଦ୍ରୀୟ ଚୁକ୍ତିରେ ଉଭୟଙ୍କୁ ବି ଶ୍ରେଣୀକୁ ପଠାଇ ଦେଇଛନ୍ତି। ପୂର୍ବରୁ ଉଭୟ ଏ ଶ୍ରେଣୀରେ ଥିଲେ। କିନ୍ତୁ ଏଥର ଦୁଇ ଜଣ ତଳକୁ ଖସିଛନ୍ତି। ସେହିପରି ପାକିସ୍ତାନର କୌଣସି କ୍ରିକେଟରଙ୍କୁ ଏ ବର୍ଗରେ ରଖି ନାହିଁ ପିସିବି।

ପିସିବି ପକ୍ଷରୁ ମୋଟ ୩୦ ଜଣ ଖେଳାଳିଙ୍କୁ ବି, ସି ଓ ଡି ଶ୍ରେଣୀରେ ରଖାଯାଇଛି। ବୋର୍ଡ ପକ୍ଷରୁ ଜାରି ରିଲିଜରେ କୁହାଯାଇଛି ଯେ ଏହି ଚୁକ୍ତି ୨୦୨୫ ଜୁଲାଇ ୨୫ରୁ ଆରମ୍ଭ ହୋଇଥିବା ବେଳେ ୨୦୨୬ ଜୁନ ୩୦ ଯାଏ ବଳବତ୍ତର ରହିବ। ଚଳିତ ବର୍ଷ ବି, ସି ଓ ଡି ବର୍ଗରେ ୧୦ ଜଣ ଲେଖାଏ ଖେଳାଳି ରହିଛନ୍ତି। କୌଣସି ଖେଳାଳି ଏ ବର୍ଗରେ ସ୍ଥାନ ପାଇ ନଥିବା ପିସିବି କହିଛି।

Advertisment

ତେବେ ପିସିବି ରିଲିଜରେ କେଉଁ ବର୍ଗର ଖେଳାଳି କେତେ ଟଙ୍କା ପାଇବେ, ସେ ବିଷୟରେ କିଛି ବି କୁହାଯାଇନାହିଁ। ଗତ ବର୍ଷ ଟି-୨୦ ବିଶ୍ୱକପ, ଚଳିତ ବର୍ଷର ଆଇସିସି ଚାମ୍ପିୟନ୍ସ ଟ୍ରଫି, ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିପାକ୍ଷିକ ସିରିଜରେ ବାବର ଓ ରିଜୱାଲ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଏଥିଯୋଗୁ ସେମାନଙ୍କୁ ପିସିବି ପ୍ରଥମେ ଏସିଆ କପ ଓ ଏବେ କେନ୍ଦ୍ରୀୟ ଚୁକ୍ତିରେ ଝଟକା ଦେଇଛି।

ଅନ୍ୟପକ୍ଷରେ ପାକିସ୍ତାନ ଟି-୨୦ ଅଧିନାୟକ ସଲମାନ ଆଘା ସି ଶ୍ରେଣୀରୁ ବି ଶ୍ରେଣୀକୁ ପଦୋନ୍ନତି ପାଇଛନ୍ତି। ଏହି ବର୍ଗରେ ସୈମ ଆୟୁବ ଓ ହରିଶ ରୌଫ ମଧ୍ୟ ରହିଛନ୍ତି।

ଗତବର୍ଷ କେନ୍ଦ୍ରୀୟ ଚୁକ୍ତିର ବିଭିନ୍ନ ବର୍ଗରେ ପିସିବି ମୋଟ ୨୭ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଥିଲା। ହେଲେ ଏଥର ଏହି ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ସେହିପରି ୧୨ ଜଣ ଯୁବ ଖେଳାଳିଙ୍କୁ ପିସିବି କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରିଛି।

Pakistan Babar Azam Mohammad Rizwan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe