/odisha-reporter/media/media_files/2026/02/18/babar-2026-02-18-16-28-46.jpg)
ବାବର ଆଜମ (ଫାଇଲ ଫଟୋ)
ପାକିସ୍ତାନ କ୍ରିକେଟ ଟିମର ଅନ୍ୟତମ ବରିଷ୍ଠ ଖେଳାଳି ହେଉଛନ୍ତି ବାବର ଆଜମ। ପାକିସ୍ତାନକୁ ଏକାଧିକ ମ୍ୟାଚ୍ରେ ବି ବାବର ଜିତାଇଛନ୍ତି। କିନ୍ତୁ ଏଇ କିଛି ମାସ ହେବ, ବିଶେଷ କରି ଟି-୨୦ କ୍ରିକେଟରେ ବାବର ନିଜର ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରୁ ନାହାନ୍ତି। ଏଥିପାଇଁ ପାକିସ୍ତାନର ପୂର୍ବତନ କ୍ରିକେଟରେ ତାଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି।
ଭାରତ ବିପକ୍ଷ ଟି-୨୦ ବିଶ୍ୱକପ(T20 World Cup) ମ୍ୟାଚରେ ବାବର ଫେଲ ମାରିବାରୁ ତାଙ୍କୁ ପାକିସ୍ତାନ ଟିମର ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାକୁ ଅନେକ ମତ ରଖିଥିଲେ। ତାଙ୍କ ସହ ଅଭିଜ୍ଞ ବୋଲର ଶାହୀନ ଶାହ ଆଫ୍ରିଦିଙ୍କୁ ମଧ୍ୟ ନାମିବିୟା ବିପକ୍ଷ ମ୍ୟାଚ୍ରେ ନ ଖେଳାଇବାକୁ ପୂର୍ବତନ କ୍ରିକେଟର କହିଥିଲେ। କିନ୍ତୁ ପାକିସ୍ତାନୀ କୋଚ୍ ମାଇକେ ହେସନ, ଅଧିନାୟକ ସଲମାନ ଅଲୀ ଆଗା ଓ ପାକିସ୍ତାନ ଟିମ ମ୍ୟାନେଜମେଣ୍ଟ ବାବାରଙ୍କୁ ନାମିବିୟା ବିପକ୍ଷ ମ୍ୟାଚ୍ରେ ଖେଳାଇଛନ୍ତି।
ହେଲେ ନାମିବିୟା ବିପକ୍ଷରେ ଖେଳାଇ ବାବରଙ୍କୁ କରାଯାଇଛି ଘୋର ଅପମାନ। ତାଙ୍କୁ ସର୍ବସମ୍ମୁଖରେ କରାଯାଇ ଲାଞ୍ଛିତ। ବାବର ଆଜି ଚୂଡ଼ାନ୍ତ ଏକାଦଶରେ ଖେଳୁଥିଲେ ହେଁ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯାଇ ନାହିଁ। ସେ ପ୍ୟାଡ ପିନ୍ଧି ଅନେକ ସମୟ ଧରି ଡଗଆଉଟରେ ବସି ଥିଲେ ହେଁ ତାଙ୍କୁ କୋଚ କିମ୍ବା କ୍ୟାପ୍ଟେନ ବ୍ୟାଟିଂ କରିବାକୁ ଛାଡ଼ି ନାହାନ୍ତି।
ବାବର ଚଳିତ ବିଶ୍ୱକପରେ ୪ ନମ୍ବରରେ ବ୍ୟାଟିଂ କରୁଛନ୍ତି। ଆଜି ଦଳକୁ ସାହିବଜାଦା ଫରହାନ ଦମଦାର ଆରମ୍ଭ ଦେଇଥିବା ବେଳେ ୩ନମ୍ବରରେ ଆସିଥିବା ଅଧିନାୟକ ଆଗା କମାଲ କରିଥିଲେ। ଦଳ ଜବରଦସ୍ତ ସ୍ଥିତିରେ ଥିବା ବେଳେ ଆଗା ୨୩ ବଲରେ ୩୮ ରନ ଆଉଟ ହୋଇଥିଲେ।
ଫରହାନ ଅନ୍ୟ ପଟେ ଆଟାକିଂ କ୍ରିକେଟ ଖେଳୁଥିବାରୁ ସମସ୍ତେ ଭାବିଥିଲେ ଯେ ବାବର ଷ୍ଟ୍ରାଇକ ଅଦଳବଦଳ କରିବାକୁ ଆସିବେ। କିନ୍ତୁ ଚଳିତ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ ଖେଳୁଥିବା ଖାୱାଜା ନାଫାୟଙ୍କୁ ବ୍ୟାଟିଂ ପାଇଁ ପଠା ଯାଇଥିଲା। ସେ ମାତ୍ର ୫ ରନ କରି ଆଉଟ ହୋଇଥିଲେ। ଲଗାତର ଦୁଇଟି ୱିକେଟ ଯିବାରୁ ସ୍ଥିତି ସମ୍ଭାଳିବା ପାଇଁ ଅଭିଜ୍ଞ ବାବରଙ୍କ ଉପରେ କୋଚ ଓ ଅଧିନାୟକ ବିଶ୍ୱାସ ଦେଖାଇବେ ବୋଲି ଆଶା ଥିଲା।
ବାବର ମଧ୍ୟ ବ୍ୟାଟିଂ ଯିବାକୁ ଉଭୟଙ୍କୁ ଚାହିଁଥିଲେ। ଏତିକି ବେଳେ କୋଚ ହେସନ ସିଧା ବାବରଙ୍କ ପାଖରେ ଛିଡ଼ା ହୋଇ ପ୍ରଥମେ ଶାଦାବ ଖାନଙ୍କୁ ବ୍ୟାଟିଂ କରିବାକୁ ଛାଡ଼ିଥିଲେ। ଏହାପରେ ସେ ଉସମାନ ଖାନଙ୍କୁ ବ୍ୟାଟିଂ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ।
ହେଲେ ବାବର ସେଠାରେ ବସି ରହିଥିଲେ ହେଁ ତାଙ୍କୁ କିଛି କହି ନଥିଲେ। ବାବର କେବଳ ସ୍ମିତ ହାସ୍ୟ ଦେଇ କୋଚ ଓ ଅଧିନାୟକଙ୍କୁ ଚାହିଁ ରହିଥିଲେ। ଏପରି କରି ବାବର ଆଜମଙ୍କୁ ପରୋକ୍ଷରେ ଟି-୨୦ରୁ ଅବସର ନେଇ ଯିବାକୁ ପାକିସ୍ତାନ ମ୍ୟାନେଜମେଣ୍ଟ ସଙ୍କେତ ଦେଇଥିବା କୁହାଯାଉଛି।
ବାବର ବ୍ୟାଟିଂ କରି ନଥିଲେ ହେଁ ପାକିସ୍ତାନ ଫରହାନଙ୍କ ୫୮ ବଲରେ ୧୦୦ ଓ ଶାଦାବ ଖାନଙ୍କ ବିସ୍ଫୋରକ ୨୨ ବଲରେ ଅପରାଜିତ ୩୫ ରନ ବଲରେ ୩ ୱିକେଟ ହରାଇ ୧୯୯ ରନ କରିଛି। ଏବେ ପାକିସ୍ତାନକୁ ବିଦା କରିବା ପାଇଁ ନାମିବିୟାଙ୍କୁ ୨୦୦ ରନ କରିବାକୁ ପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
