Advertisment

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବିଦା ହେଲେ ବାବର ଆଜମ!

ମୁଲତାନରେ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ନୂଆ ଚୟନ କମିଟି ଗଠନ କରାଯାଇଥିଲା। ଏହି କମିଟିର ବାବର ଆଜମଙ୍କୁ ଦ୍ୱିତୀୟ ଟେଷ୍ଟ ସ୍କ୍ୱାଡରୁ ବିଦା କରି ଦେଇଛି।

author-image
Hemant Lenka
Babar azam

Babar azam

ମୁଲତାନରେ ଇଂଲଣ୍ଡ ଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ ସ୍କ୍ୱାଡରୁ ବିଦା ହୋଇଛନ୍ତି ବାବର ଆଜମ। ସେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ନଜର ଆସିବେ ନାହିଁ। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ପିସିବି ବିଧିବଦ୍ଧ ଭାବେ ଏସମ୍ପର୍କରେ କିଛି ବି ଘୋଷଣା କରିନାହିଁ।

Advertisment

ପାକିସ୍ତାନ ଟିମର ପୂର୍ବତନ ଅଧିନାୟକ ବାବର ବେଶ କିଛି ମାସ ହେଲା ଫର୍ମରେ ନାହାନ୍ତି। ତାଙ୍କ ବ୍ୟାଟରୁ ରନ ବାହାରୁ ନାହିଁ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମଧ୍ୟ ସେ କେବଳ ୩୦ ଓ ୫ ରନ କରିଥିଲେ। ମୁଲତାନ ପିଚ ବ୍ୟାଟରଙ୍କୁ ସୁହାଉଥିଲେ ହେଁ ବାବର ଏହାର ଫାଇଦା ଉଠାଇ ପାରି ନଥିଲେ।

ମୁଲତାନରେ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ନୂଆ ଚୟନ କମିଟି ଗଠନ କରାଯାଇଥିଲା। ଏହି କମିଟିର ବାବର ଆଜମଙ୍କୁ ଦ୍ୱିତୀୟ ଟେଷ୍ଟ ସ୍କ୍ୱାଡରୁ ବିଦା କରି ଦେଇଛି।

Advertisment

କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ ଅଲୀମ ଦାର, ଅକିବ ଜାଭେଦ ଓ ଆଝାର ଅଲୀଙ୍କୁ ନେଇ ଗଠିତ ଚୟନ କମିଟି ବାବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚୟନ କମିଟି ପିସିବି ଅଧ୍ୟକ୍ଷ ମୋହଶିନ ନକବୀ ଓ ୩ ବର୍ଷ ପାଇଁ ନିଯୁକ୍ତ ହୋଇଥିବା ୫ ଜଣ ମେଣ୍ଟୋରଙ୍କୁ ମଧ୍ୟ ଭେଟିଥିଲା। ସେମାନେ ମିଳିତ ଭାବେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ସ୍କ୍ୱାଡ ଚୟନ କରିଛନ୍ତି। ଏଥିରେ ବାବରଙ୍କ ନାଁ ନାହିଁ।

ପାକିସ୍ତାନ ଟିମର ଟେଷ୍ଟ ଅଧିନାୟକ ଶାନ ମସୁଦ ମୁଲତାନ ପରାଜୟ ପରେ ବାବରଙ୍କ ସପକ୍ଷରେ ଓକିଲାତି କରିଥିଲେ। ବାବର ଟିମର ସର୍ବଶ୍ରେଷ୍ଠ ବ୍ୟାଟର ବୋଲି ସେ କହିଥିଲେ। ତଥାପି ଚୟନ କମିଟି ବାବରଙ୍କୁ ସ୍କ୍ୱାଡରୁ ବିଦା କରିଛି। ସିରିଜ ପରେ ଶାନ ମସୁଦ ମଧ୍ୟ ଅଧିନାୟକ ପଦରୁ ତଡ଼ା ଖାଇବେ।

ଶନିବାର ଚୟନକର୍ତ୍ତାମାନେ ମୁଲତାନ ଗସ୍ତ କରିଥିଲେ। ସେଠାରେ ସେମାନେ ଶାନ ମସୁଦ ଓ କୋଚ ଜାସନ ଗିଲେସ୍ପିଙ୍କୁ ଭେଟିଥିଲେ। ପିସିବି କ୍ୟୁରେଟର ଟୋନି ହେମିଂଙ୍କ ସହ ମଧ୍ୟ ସେମାନଙ୍କର ଆଲୋଚନା ହୋଇଛି।

ରିପୋର୍ଟରେ କୁହାଯାଇଛି ଯେ ପିସିବି ଦ୍ୱାରା ନିଯୁକ୍ତ କମିଟିରେ ଥିବା କିଛି ମେଣ୍ଟୋର ବାବରଙ୍କୁ ସ୍କ୍ୱାଡରେ ରଖିବା ସପକ୍ଷରେ ରହିଥିଲେ। କିନ୍ତୁ ଅଧିକାଂଶ ସଦସ୍ୟ ଏହା ବିରୋଧରେ ମତ ଦେଇଥିଲେ। ତେଣୁ ବାବରଙ୍କୁ ସ୍କ୍ୱାଡରୁ ବାହାର କରିଦିଆଯାଇଛି।

Pakistan Babar Azam Test Cricket Test Match