Advertisment

୨ ବର୍ଷ ଅପେକ୍ଷାରେ ଅନ୍ତ: ବାବାରଙ୍କ ବ୍ୟାଟରୁ ବାହାରିଲା ଅର୍ଦ୍ଧଶତକ

ଶୁକ୍ରବାର ଷ୍ଟମ୍ପ ଅପସାରଣ ବେଳକୁ ବାବର ୧୬ ରନ କରି ଅପରାଜିତ ରହିଥିଲେ। ବର୍ଷା ଯୋଗୁ ଆଜି ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା।

Babar Azam

Babar Azam

Advertisment

ଦୀର୍ଘ ୨ ବର୍ଷ ଧରି ପାକିସ୍ତାନ କ୍ରିକେଟ ପ୍ରେମୀ କରିଥିବା ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ବାବର ଆଜମଙ୍କ ବ୍ୟାଟରୁ ଟେଷ୍ଟ କ୍ରିକେଟରେ ବାହାରିଛି ପ୍ରଥମ ଅର୍ଦ୍ଧଶତକ। ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ବାବର ୮୫ ବଲରେ ୫୦ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୯ଟି ଚୌକା ମାରିଛନ୍ତି। ଏଥିସହ ସାଉଦ ସକିଲଙ୍କ ସହ ମିଶି ୪ର୍ଥ ୱିକେଟ ପାଇଁ ୭୯ ରନ ବି ଯୋଡ଼ିଛନ୍ତି।

Advertisment

ଶୁକ୍ରବାର ଷ୍ଟମ୍ପ ଅପସାରଣ ବେଳକୁ ବାବର ୧୬ ରନ କରି ଅପରାଜିତ ରହିଥିଲେ। ବର୍ଷା ଯୋଗୁ ଆଜି ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। କିନ୍ତୁ ବାବର ବିଳମ୍ବ ନ କରି କାଗିସୋ ରବାଡାଙ୍କ ବଲରୁ ନିଜର ପ୍ରଥମ ରନ ହାସଲ କରିଥିଲେ। ଏହାପରେ ଡେନ ପିଟରସନଙ୍କୁ ଚୌକା ମଧ୍ୟ ମାରିଥିଲେ।

ଇନିଂସର ୩୬ତମ ଓଭରରେ ସେ ୧ ରନ ନେଇ ନିଜର ୫୦ ରନ ପୂରଣ କରିଥିଲେ। ବାବର ୨୦୨୨ ଡିସେମ୍ବର ୨୬ ତାରିଖରେ ଶେଷଥର ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶେଷଥର ପାଇଁ ଟେଷ୍ଟରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କରାଚିରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ସେ ପାକିସ୍ତାନର କ୍ୟାପ୍ଟେନ ମଧ୍ୟ ଥିଲେ। ତାଙ୍କ ବ୍ୟାଟରୁ ୧୬୧ ରନର ଇନିଂସ ଦେଖିବାକୁ ମିଳିଥିଲା।

Advertisment

ସେବେଠାରୁ ବାବରଙ୍କ ବ୍ୟାଟରୁ ଆଉ ଅର୍ଦ୍ଧଶତକ ଦେଖିବାକୁ ମିଳି ନଥିଲା। ଦୀର୍ଘ ୨୦ଟି ଇନିଂସ ପରେ ବାବରଙ୍କ ତାଙ୍କ ଟେଷ୍ଟ କ୍ୟାରିୟରର ୨୭ମ ଅର୍ଦ୍ଧଶତକ ହାସଲ କରିଛନ୍ତି।

୨୦୨୨ ଡିସେମ୍ବର ପରେ ଟେଷ୍ଟ କ୍ରିକେଟରେ ବାବରଙ୍କ ଆଭରେଜ କେବଳ ୨୧ ରହିଥିବା ବେଳେ ସେ ୪୨୦ ରନ କରିପାରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ରନ କରିଥିଲେ ହେଁ ବାବର ଆଉ ଆଗକୁ ବଢ଼ି ପାରି ନଥିଲେ। ତାଙ୍କୁ ମାର୍କୋ ୟାନେସନ ଶର୍ଟ କଭରରେ ଆଉ କରି ଦେଇଥିଲେ।

ମ୍ୟାଚ୍‌ କଥା ବିଚାରକୁ ନେଲେ ପାକିସ୍ତାନ ପ୍ରଥମ ଇନିଂସରେ ମାତ୍ର ୨୧୧ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୩୦୧ ରନ କରିଥିଲା। ଫଳରେ ଘରୋଇ ଟିମକୁ ଗୁରୁତ୍ୱପୂର୍ଣ୍ଣ ୯୦ ରନର ଲିଡ୍‌ ମିଳିଥିଲା। ଦ୍ୱିତୀୟ ଇନିଂସରେ ବାବର ୫୦ ରନ ଇନିଂସ ଖେଳିଥିଲେ ହେଁ ୟାନସେନ ପାକିସ୍ତାନକୁ ଘାଇଲା କରିଥିଲେ। ସେ ଏକାକୀ ୬ଟି ୱିକେଟ ନେବାକୁ ପାକିସ୍ତାନ ୨୩୭ ରନରେ ଅଲଆଉଟ ହୋଇଯାଇଛି।

ଏବେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟ ଜିତିବା ପାଇଁ ୧୪୮ ରନର ଟାର୍ଗେଟ ମିଳିଛି। କିନ୍ତୁ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୩ଟି ୱିକେଟ ହରାଇଥିଲେ ହେଁ କେବଳ ୨୭ ରନ କରି ପାରିଛି। ଏବେ ଦଳକୁ ଜିତିବା ପାଇଁ ୧୨୧ ରନ ଦରକାର ଥିବା ବେଳେ ହାତରେ ୭ଟି ୱିକେଟ ରହିଛି।

Pakistan ICC Babar Azam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe