babar
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ବାବର ଆଜମ ବିବାହ କରିବାକୁ ଯାଉଛନ୍ତି। ସେ ଆସନ୍ତା ବର୍ଷ ବିବାହ କରିବେ। ସେ ନିଜ ସମ୍ପର୍କୀୟ ଭଉଣୀଙ୍କ ସହ ନିର୍ବନ୍ଧ କରିଛନ୍ତି। ବାବର ଆଜମ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ)ରେ ଦ୍ୱିତୀୟ ପର୍ଯ୍ୟାୟରେ ଭାଗ ନେବା ପାଇଁ ଆବୁଧାବିରେ ଅଛନ୍ତି । ସେ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ନିର୍ବନ୍ଧ କରିଥିବା ନେଇ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା କହିଛନ୍ତି।
ବାବର ପିଏସଏଲରେ କରାଚୀ କିଙ୍ଗସ୍ ପକ୍ଷରୁ ଖେଳନ୍ତି। ଟୁର୍ଣ୍ଣାମେଣ୍ଟର ବାକି ୨୦ ମ୍ୟାଚ୍ ଜୁନ୍ ୯ ତାରିଖରୁ ଖେଳାଯାଇପାରେ। ବାବର ଆଜମ ଏହି ଖବରକୁ ସିକ୍ରେଟ୍ ରଖିବାକୁ ଚାହୁଁଥିଲେ। ହେଲେ ପାକିସ୍ତାନ ନ୍ୟୁଜ୍ ଚ୍ୟାନେଲ୍ ମୁତାବକ, ପାକିସ୍ତାନର ଟିମର ଖେଳାଳିଙ୍କୁ ବାବରଙ୍କ ନିର୍ବନ୍ଧ ସମ୍ବନ୍ଧରେ ସୂଚନା ଥିଲା ।
ନିକଟରେ ପାକିସ୍ତାନର ପୂର୍ବତନ ଟେଷ୍ଟ କ୍ୟାପଟେନ୍ ଆଝାର ଅଲୀ ଟୁଇଟରରେ ପ୍ରଶ୍ନ-ଉତ୍ତର ସେସନରେ ବାବରଙ୍କ ବିବାହ ପ୍ରସଙ୍ଗ ଉଠାଇଥିଲେ । ଜଣେ ଫ୍ୟାନ୍ ଆଝାରଙ୍କୁ ପଚାରିଥିଲେ ଯେ ସେ ବାବରଙ୍କୁ କ’ଣ ପରାର୍ମଶ ଦେବାକୁ ଚାହିଁବେ। ଜବାବରେ ଆଝାର ଲେଖିଥିଲେ ଯେ ‘ବିବାହ କର’।
ଏହା ପୂର୍ବରୁ ହମିଜା ମୁକ୍ତାର ନାମକ ଜଣେ ମହିଳା ବାବରଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ହମିଜା ଅଭିଯୋଗ କରିଥିଲେ ଯେ ବାବର ତାଙ୍କର ଯୌନ ଶୋଷଣ କରିଛନ୍ତି। ଜୋର ଜବରଦସ୍ତି ଗର୍ଭପାତ କରାଇବା ସହ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ଜଣକ କହିଥିଲେ ଯେ ବାବର ଓ ସେ ଗୋଟିଏ ସ୍କୁଲରେ ପଢ଼ୁଥିଲେ।
ବାବର ତାଙ୍କୁ ବିବାହ ପାଇଁ ପ୍ରସ୍ତାବ କରିଥିଲେ ଏବଂ ସେଥିରେ ସେ ରାଜି ହୋଇଥିଲା। କିନ୍ତୁ ଯେତେବେଳେ ବାବର ୨୦୧୪ରେ ଜାତୀୟ ଦଳ ପାଇଁ ଚୟନ ହେଲେ, ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଲା। ୨୦୧୫ରେ ମହିଳା ଜଣକ ଗର୍ଭବତୀ ଥିବା ବାବରଙ୍କୁ ଜଣାଇଥିଲେ। ଏହା ଶୁଣି ବାବର ତାଙ୍କୁ ମାରପିଟ୍ କରିଥିବା ମହିଳା ଜଣକ ଅଭିଯୋଗ ଆଣିଥିଲେ। କିନ୍ତୁ ପରେ ମହିଳା ଜଣକ ସବୁ ଅଭିଯୋଗ ମିଥ୍ୟା ବୋଲି କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/babar.jpg)