Advertisment

ବାବର ଆଜମ ଏକଘରିଆ, ପାକ୍‌ ଖେଳାଳିଙ୍କ ମଧ୍ୟରେ ମାରପିଟ!

ପିସିବି ପକ୍ଷରୁ ବାବର ଆଜମଙ୍କ ପାକିସ୍ତାନ ଟିମରେ କୌଣସି ପ୍ରକାରର ତିକ୍ତତା ନାହିଁ। ପ୍ରକାଶିତ ରିପୋର୍ଟରେ କୌଣସି ପ୍ରକାରର ସତ୍ୟତା ନାହିଁ।

Babar

Babar

Advertisment

ଭାରତରେ ବିଶ୍ୱକପ ଖେଳୁଥିବା ପାକିସ୍ତାନ କ୍ରିକେଟ ଟିମରେ କିଛି ବି ଠିକଠାକ ଚାଲି ନାହିଁ। ମାସିକସ୍ତରରେ ଖେଳାଳିମାନେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଲଗାତର ଦୁଇଟି ମ୍ୟାଚ୍‌ ହାରିବା ପରେ ପାକିସ୍ତାନ ଟିମର ଖେଳାଳିମାନେ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି।

Advertisment

ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନର ଖେଳାଳିଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଛି। ଦଳର ଅଧିନାୟକ ବାବର ଆଜମଙ୍କ କଥା କେହି ବି ଶୁଣୁ ନାହାନ୍ତି। ଏବେ ସେ ଏକଘରିଆ ହୋଇଯାଇଛନ୍ତି ବୋଲି ପାକିସ୍ତାନର କିଛି ସାମ୍ବାଦିକ ସୂଚନା ଦେଇଛନ୍ତି।

ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ସମୟରେ ପାକ ଖେଳାଳିଙ୍କ ମଧ୍ୟରେ ଏପରି ତିକ୍ତତା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନ ଗଣମାଧ୍ୟମ ତିକ୍ତତା ଖବରକୁ ସତ ବୋଲି କହୁଥିବା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ଗୋଟିଏ ବିବୃତି ଜାରି କରି ସବୁ ଖବରକୁ ଖଣ୍ଡନ କରିଛନ୍ତି।

Advertisment

ପିସିବି ପକ୍ଷରୁ ବାବର ଆଜମଙ୍କ ପାକିସ୍ତାନ ଟିମରେ କୌଣସି ପ୍ରକାରର ତିକ୍ତତା ନାହିଁ। ପ୍ରକାଶିତ ରିପୋର୍ଟରେ କୌଣସି ପ୍ରକାରର ସତ୍ୟତା ନାହିଁ।

ପାକିସ୍ତାନ ଟିମର କିଛି ସାମ୍ବାଦିକ ସୋଶାଲ ମିଡିଆରେ କହିଥିଲେ ଯେ ପାକିସ୍ତାନ ଟିମ ଭିତରେ ଏବେ କନ୍ଦଳ ଚାଲିଛି। ସୋମବାର ଦଳ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ପରେ ଘଟଣା ସମ୍ପର୍କରେ ସୂଚନା ଦିଆଯିବ।

ପାକ୍‌ ସାମ୍ବାଦିକମାନେ ପୋଷ୍ଟ କରି କହିଥିଲେ ଯେ ଦଳର ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ମାରପିଟ ହୋଇଛି। ସେହିପରି ଅଧିନାୟକ ବାବର ଆଜମଙ୍କ କଥା କେହି ବି ଶୁଣୁ ନାହାନ୍ତି। ସେ ଏକଘରିଆ ହୋଇଯାଇଛନ୍ତି।

ଏହି ପୋଷ୍ଟ ଭାଇରାଲ ହେବା ପରେ ପିସିବି କହିଛି ଯେ “ବର୍ତ୍ତମାନ ବିଶ୍ୱକପ ଖେଳୁଥିବା ପାକିସ୍ତାନର ଜାତୀୟ କ୍ରିକେଟ ଟିମ ଭିତରେ ମତାନ୍ତର ନେଇ କରାଯାଉଥିବା ଆକଳନରେ କୌଣସି ସତ୍ୟତା ନାହିଁ। ପାକିସ୍ତାନ କ୍ରିକେଟ ବୋର୍ଡ ଏହାକୁ ଦୃଢ଼ ଭାବେ ଖଣ୍ଡନ କରୁଛି।

କିଛି ମିଡିଆରେ ପ୍ରକାଶ ପାଇଥିବା ଖବର ସଂପୂର୍ଣ୍ଣ ଭାବେ ଅମୂଳକ। ରିପୋର୍ଟରେ କରାଯାଇଥିବା ଦାବିକୁ ସତ ଭାବେ ପ୍ରମାଣ କରିବା ପାଇଁ କୌଣସି ତଥ୍ୟ ନାହିଁ। ମିଥ୍ୟା ଖବର ପ୍ରଚାର କରାଯାଉଥିବା ଘଟଣାରେ ପିସିବି ମାର୍ମହତ। କୌଣସି ଅଭିଯୋଗକୁ ପ୍ରଚାର କରିବା ପୂର୍ବରୁ ଏହାର ସତ୍ୟାସତ୍ୟକୁ ଯାଞ୍ଚ କରାଯାଉ।”

ଚଳିତ ବିଶ୍ୱକପରେ ପାକିସ୍ତାନ ତା’ର ପ୍ରଥମ ଦୁଇ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ଓ ଶ୍ରୀଲଙ୍କାକୁ ହରାଇଥିଲା। ଏହାପରେ ଦଳ ଭାରତ ଓ ଅଷ୍ଟ୍ରେଲିଆ ଠାରୁ ହାରିଛି।

ICC Babar Azam ICC Men’s Cricket World Cup 2023 ICC World Cup 2023 CWC 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe