/odisha-reporter/media/post_attachments/uploadimage/library/16_9/16_9_0/Babar_1741088080.jpg)
Babar
ପାକିସ୍ତାନର ଅଧିନାୟକ ମହମ୍ମଦ ରିଜୱାନ ଓ ଷ୍ଟାର ବ୍ୟାଟର ବାବର ଆଜମଙ୍କ ବିରୋଧରେ ବଡ଼ ପଦକ୍ଷେପ ନେଇଛି ପାକିସ୍ତାନ କ୍ରିକେଟ ବୋର୍ଡ। ଚାମ୍ପିୟନ୍ସ ଟ୍ରଫିରେ ନୈରାଶ୍ୟଜନ ପ୍ରଦର୍ଶନ ପରେ ଉଭୟଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଟି-୨୦ ସିରିଜରୁ ବାଦ ଦିଆଯାଇଛି।
ରିଜୱାନଙ୍କ ଠାରୁ ଟି-୨୦ର ଅଧିନାୟକ ପଦ ଛଡ଼ାଇ ନିଆଯାଇଛି। ତାଙ୍କ ବଦଳରେ ଏଣିକି ଟି-୨୦ରେ ପାକିସ୍ତାନର ମଙ୍ଗ ସଲମାନ ଅଲୀ ଆଘା ସମ୍ଭାଳିବେ। ସେହିପରି ଅଲରାଉଣ୍ଡର ଶଦାବ ଖାନଙ୍କୁ ପୁଣି ଜାତୀୟ ଟିମରୁ ଡକରା ମିଳିଛି। ତାଙ୍କୁ ଟି-୨୦ ସ୍କ୍ୱାଡରେ ସାମିଲ କରାଯିବା ସହ ଉପ ଅଧିନାୟକ ପଦ ଦିଆଯାଇଛି।
ଅନ୍ୟପକ୍ଷରେ ଚାମ୍ପିୟନ୍ସ ଟ୍ରଫିରେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ରିଜୱାନ ଦିନିକିଆ ଅଧିନାୟକ ପଦ କାଏମ ରଖିଛନ୍ତି। ବାବର ମଧ୍ୟ ଦିନିକିଆ ସ୍କ୍ୱାଡରେ ରହିଛନ୍ତି। ଦିନିକିଆ ସ୍କ୍ୱାଡରେ ଚୟନକର୍ତ୍ତା ବିଶେଷ କିଛି ପରିବର୍ତ୍ତନ କରିନାହାନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଫ୍ଲପ ହୋଇଥିବା ଅଧିକାଂଶ ଖେଳାଳି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ଅଛନ୍ତି। ତେବେ ସ୍କ୍ୱାଡରୁ ସୌଦ ସକୀଲ ଓ କମରାନ ଗୁଲାମ ବାଦ ପଡ଼ିଛନ୍ତି।
ଚୟନକର୍ତ୍ତା ଦିନିକିଆ ସ୍କ୍ୱାଡରୁ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ଓ ହ୍ୟାରିଶ ରୌଫଙ୍କୁ ମଧ୍ୟ ବାଦ ଦେଇଛନ୍ତି। ପାକିସ୍ତାନ ମାର୍ଚ୍ଚ ୧୬ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ।
ପାକିସ୍ତାନର ଦିନିକିଆ ସ୍କ୍ୱାଡ: ମହମ୍ମଦ ରିଜୱାନ(ଅଧିନାୟକ), ସଲମାନ ଅଲୀ ଆଘା(ଉପ ଅଧିନାୟକ), ଅବଦୁଲ୍ଲା ଶଫିକ୍ୟୁ, ଅବରାର ଅହମଦ, ଅକିଫ ଜାଭେଦ, ବାବର ଆଜମ, ଫହୀମ ଅଶରଫ, ଇମାମ ଉଲ ହକ, ଖୁଶଦିଲ ଶାହ, ମହମ୍ମଦ ଅଲୀ, ମହମ୍ମଦ ୱାସିମ ଜୁନିୟର, ମହମ୍ମଦ ଇରଫାନ, ନଶୀମ ଶାହ, ସୁଫିୟାନ ମୋକୀମ ଓ ତାୟବ ତାହିର।
ପାକିସ୍ତାନର ଟି-୨୦ ସ୍କ୍ୱାଡ: ସଲମାନ ଅଲୀ ଆଘା(ଅଧିନାୟକ), ଶଦାବ ଖାନ(ଉପ ଅଧିନାୟକ), ଅବଦୁଲ ସମାଦ, ହ୍ୟାରିଶ ରୌଫ, ହାସନ ନୱାଜ, ଜାହାନଦାଦ ଖାନ, ଖୁଶଦିଲ ଶାହ, ମହମ୍ମଦ ଆବାସ ଆଫ୍ରିଦି, ମହମ୍ମଦ ଅଲୀ, ମହମ୍ମଦ ହ୍ୟାରିଶ, ମହମ୍ମଦ ଇରଫାନ ଖାନ, ଓମୈର ବିନ ୟୁସୁଫ, ଶାହୀନ ଶାହ ଆଫ୍ରିଦି, ସୁଫିୟାନ ମୋକୀମ ଓ ଉସମାନ ଖାନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
