Advertisment

ବାବର ଦୁନିଆର ଏକ ନମ୍ବର ଟି-୨୦ ବ୍ୟାଟ୍ସମ୍ୟାନ୍

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ଆଇସିସି ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ବାବର ଏବେ ଟି-୨୦ ରାଙ୍କିଙ୍ଗରେ ଦୁନିଆର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେହିପରି ଶ୍ରୀଲଙ୍କାର ଷ୍ଟାର୍ ସ୍ପିନର ୱାନିନ୍ଦୁ ହସରଙ୍ଗା ପ୍ରଥମଥର ଲାଗି ନମ୍ବର-୧ ଟି-୨୦ ବୋଲର ହୋଇଛନ୍ତି। ଚଳିତ ବିଶ୍ୱକପରେ ବାବର ଜବରଦସ୍ତ ଫର୍ମରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୪ଟି ଇନିଂସରେ ୬୬ ହାର ଏବଂ ୧୨୪.୫୨ ଷ୍ଟ୍ରାଇକରେଟରେ ୧୯୮ ରନ୍ […]

ବାବର ଦୁନିଆର ଏକ ନମ୍ବର ଟି-୨୦ ବ୍ୟାଟ୍ସମ୍ୟାନ୍

babar-azam

Advertisment

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ଆଇସିସି ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ବାବର ଏବେ ଟି-୨୦ ରାଙ୍କିଙ୍ଗରେ ଦୁନିଆର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେହିପରି ଶ୍ରୀଲଙ୍କାର ଷ୍ଟାର୍ ସ୍ପିନର ୱାନିନ୍ଦୁ ହସରଙ୍ଗା ପ୍ରଥମଥର ଲାଗି ନମ୍ବର-୧ ଟି-୨୦ ବୋଲର ହୋଇଛନ୍ତି।

Advertisment

ଚଳିତ ବିଶ୍ୱକପରେ ବାବର ଜବରଦସ୍ତ ଫର୍ମରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୪ଟି ଇନିଂସରେ ୬୬ ହାର ଏବଂ ୧୨୪.୫୨ ଷ୍ଟ୍ରାଇକରେଟରେ ୧୯୮ ରନ୍ କରିଛନ୍ତି। ଗତ ସପ୍ତାହରେ ଦ୍ୱିତୀୟ ସ୍ଥାନରେ ଥିବା ବାବରଙ୍କୁ ୧୪ ପଏଣ୍ଟର ଲାଭ ହୋଇଛି। ଏବେ ସେ ୮୩୪ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉଠିଛନ୍ତି। ଅନ୍ୟପକ୍ଷରେ ଦୀର୍ଘ ଦିନ ଧରି ଏକ ନମ୍ବର ସ୍ଥାନରେ ଥିବା ଇଂଲଣ୍ଡର ଡାୱିଡ୍ ମଲାନ୍ ଦ୍ୱିତୀୟକୁ ଖସି ଆସିଛନ୍ତି। ମଲାନଙ୍କର ୮୩୧ରୁ ୭୯୮ ପଏଣ୍ଟ ହୋଇଯାଇଛି।

ବ୍ୟାଟିଂରେ ଇଂଲଣ୍ଡର ଓପ୍ନର ଜୋସ୍ ବଟଲର୍ ୮ଟି ସ୍ଥାନ ଉଠି ନବମରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ତିନୋଟି ସ୍ଥାନ ଉଠି ତୃତୀୟରେ ପହଞ୍ଚି ଯାଇଛନ୍ତି। ସେହିପରି ଇଂଲଣ୍ଡର ଜେସନ୍ ରୟ ୫ଟି ସ୍ଥାନ ଉପରକୁ ଉଠି ୧୪ଶ, ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର୍ ୬ଟି ସ୍ଥାନ ଉଠି ୩୩ତମ, ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ତେମ୍ବା ବାଭୁମା ୫୨ତମ ସ୍ଥାନକୁ ଉଠିଛନ୍ତି। ବ୍ୟାଟ୍ସମ୍ୟାନଙ୍କ ରାଙ୍କିଙ୍ଗରେ ଭାରତର ଦୁଇ ଜଣ ଖେଳାଳି ଟପ୍-୧୦ରେ ଅଛନ୍ତି। କ୍ୟାପଟେନ୍ ବିରାଟ୍ କୋହଲି ପଞ୍ଚମ ଓ ଲୋକେଶ ରାହୁଲ୍ ଅଷ୍ଟମ ସ୍ଥାନରେ ରହିଛନ୍ତି।

Advertisment

https://twitter.com/ICC/status/1455814788714487808?s=20

ବୋଲରଙ୍କ ରାଙ୍କିଙ୍ଗରେ ଶ୍ରୀଲଙ୍କାର ହସରଙ୍ଗାଙ୍କୁ ଖୁବ୍ ଫାଇଦା ହୋଇଛି। ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପରେ ୧୪ ୱିକେଟ୍ ନେଇସାରିଥିବା ହସରଙ୍ଗା ଦକ୍ଷିଣ ଆଫ୍ରିକାର ତାବରେଜ ଶାମସୀଙ୍କୁ ହଟାଇ ଏକ ନମ୍ବର ସ୍ଥାନ କବଜା କରିଛନ୍ତି। ହସରଙ୍ଗା ୭୭୬ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଶାମସୀ ୭୭୦ ପଏଣ୍ଟ ସହ ଦ୍ୱିତୀୟ, ଇଂଲଣ୍ଡର ଆଦିଲ ରାଶିଦ୍ ଚତୁର୍ଥ, ଆଫଗାନିସ୍ତାନର ରାଶିଦ୍ ଖାନ୍ ଚତୁର୍ଥ ଓ ମୁଜୀବ-ଉର୍- ରେହମାନ୍ ପଞ୍ଚମ ସ୍ଥାନରେ ରହିଛନ୍ତି। ତେବେ ବୋଲିଂ ତାଲିକାର ଟପ୍-୧୦ରେ କୌଣସି ଭାରତୀୟ ନାହାନ୍ତି।

ସେହିପରି ଅଲରାଉଣ୍ଡର ତାଲିକାରେ ବାଂଲାଦେଶର ସାକିବ୍ ଅଲ୍ ହାସନ୍ ଓ ଆଫଗାନିସ୍ତାନର ମହମ୍ମଦ ନବି ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe