babar-azam
ନୂଆଦିଲ୍ଲୀ: ପାକିସ୍ତାନ କ୍ୟାପଟେନ୍ ବାବର ଆଜମଙ୍କୁ ଦୁନିଆର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କୁହାଯାଏ। କିନ୍ତୁ ସେ ବାଂଲାଦେଶ ବିପକ୍ଷରେ ଢାକାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ବଲରେ କମାଲ୍ କରି ଦେଖାଇଛନ୍ତି। ସେ ମେହେଦୀ ହାସନ୍ ମିରାଜଙ୍କ ୱିକେଟ୍ ହାସଲ କରି ଟିମକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ବହନ କରିଛନ୍ତି। ଏହା ବାବରଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ପ୍ରଥମ ୱିକେଟ୍।
ବାବର ବାଂଲାଦେଶ ଇନିଂସର ୭୮ତମ ଓଭରରେ ଏହି ୱିକେଟ୍ ନେଇଥିଲେ। ବାବର ଏହି ଓଭରର ଦ୍ୱିତୀୟ ବଲରେ ମେହେଦୀ ହାସନ ସୁଇପ୍ ଶଟ୍ ଖେଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ବଲ୍ ବ୍ୟାଟ୍ ବଦଳରେ ସିଧା ପ୍ୟାଡରେ ବାଜିଥିଲା। ଏହା ପରେ ପାକିସ୍ତାନୀ ଖେଳାଳିମାନେ ଅପିଲ୍ କରିଥିଲେ। କିନ୍ତୁ ଅମ୍ପାୟାର ଏହାକୁ ନାକଚ କରିଦେଇଥିଲେ।
https://twitter.com/waqassfdar/status/1468558348438183952?s=20
ବାବର ଆଜମ ତୁରନ୍ତ ଡିଆରଏସ୍ ନେଇଥିଲେ। ରିଭ୍ୟୁରେ ସ୍ପଷ୍ଟ ହେଲା ଯେ ବାବରଙ୍କ ଏହି ବଲ୍ ମିଡଲ୍ ଷ୍ଟମ୍ପ୍ ଓ ଲେଗ୍ ଷ୍ଟମ୍ପକୁ ସ୍ପର୍ଶ କରୁଛି। ଏହା ପରେ ଫିଲ୍ଡ ଅମ୍ପାୟାର ତାଙ୍କ ନିଷ୍ପତ୍ତି ବଦଳାଇ ମିରାଜଙ୍କୁ ଆଉଟ୍ ଦେଇଥିଲେ। ମିରାଜଙ୍କ ଆଉଟ୍ ହେବାର ପରବର୍ତ୍ତୀ ଓଭରରେ ସାଜିଦ୍ ଖାନ୍ ବାଂଲାଦେଶର ଅଭିଜ୍ଞ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ଆଉଟ୍ କରିଥିଲେ। ଏହାପରେ ବାଂଲାଦେଶର କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ତିଷ୍ଠିପାରିନଥିଲେ ଏବଂ ପୂରା ଟିମ୍ ଦ୍ୱିତୀୟ ଇନିଂସରେ ୨୦୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏଥିସହ ପାକିସ୍ତାନ ଏହି ଟେଷ୍ଟକୁ ଇନିଂସ୍ ଓ ୮ ରନରେ ଜିତିବା ସହ ସିରିଜକୁ ମଧ୍ୟ ୨-୦ରେ କ୍ଲିନ୍ ସୁଇପ୍ କରିଦେଇଛି।
ବାବରଙ୍କ ଏହା ୧୯୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। ସେ ଏହା ପୂର୍ବରୁ ୭୦ ଟି-୨୦, ୮୩ ଦିନିକିଆ ଓ ୩୬ ଟେଷ୍ଟ ମ୍ୟାଚ୍ ଖେଳିସାରିଥିଲେ। ବାବର ମ୍ୟାଚର ଉଭୟ ଇନିଂସରେ ମୋଟ ୩ ଓଭର ବୋଲିଂ କରି ୨ ରନ୍ ଦେଇ ଗୋଟିଏ ୱିକେଟ୍ ହାସଲ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/12/babar-azam.jpg)