Advertisment

ବିରାଟ ଓ ଗେଲଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ କଲେ ବାବର ଆଜମ

ମ୍ୟାଜ ବିଜୟୀ ଇନିଂସ ପରେ ସେ ବିଶ୍ୱ ରେକର୍ଡ କରିଛନ୍ତି। ବାବର ଏବେ ବିରାଟ କୋହଲି ଓ କ୍ରିସ ଗେଲଙ୍କୁ ଅତିକ୍ରମ କରି ଟି-୨୦ରେ ୯୦୦୦ ରନ ପୂରଣ କରିଛନ୍ତି।

Babar Azam

Babar Azam

Advertisment

ବିଶ୍ୱ କ୍ରିକେଟର ଅନ୍ୟତମ ତାରକା ତଥା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ବ୍ୟାଟ ପିଏସଏଲ ଜୋରଦାର ଚାଲିଛି। ସେ ପାକିସ୍ତାନ ସୁପର ଲିଗ (ପିଏସଏଲ)ର ଚଳିତ ସିଜିନରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ବାବର ଏବେ ପିଏସ୍‌ଏଲରେ ସର୍ବାଧିକ ରନ ହାସଲକାରୀ ବ୍ୟାଟରଙ୍କ ତାଲିକାର ୨ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ଉପରେ ମହମ୍ମଦ ରିଜୱାନ ରହିଛନ୍ତି।

Advertisment

ପେଶାୱର ଜାଲମିର ନେତୃତ୍ୱ ନେଉଥିବା ବାବର ଗତକାଲି ଇସଲାମାବାଦ ୟୁନାଇଟେଡ ବିରୋଧରେ ୬୪ ରନର ଇନିଂସ ଖେଳିଥିଲେ। ଏହି ମ୍ୟାଜ ବିଜୟୀ ଇନିଂସ ପରେ ସେ ବିଶ୍ୱ ରେକର୍ଡ କରିଛନ୍ତି। ବାବର ଏବେ ବିରାଟ କୋହଲି ଓ କ୍ରିସ ଗେଲଙ୍କୁ ଅତିକ୍ରମ କରି ଟି-୨୦ରେ ୯୦୦୦ ରନ ପୂରଣ କରିଛନ୍ତି। ଏପରି କରିବାରେ ସେ ବିଶ୍ୱର ଦ୍ରୁତତମ ବ୍ୟାଟର। ସେ ଅନ୍ୟ କ୍ରିକେଟରଙ୍କ ତୁଳନାରେ ସବୁଠାରୁ କମ ଇନିଂସ କରି ଏହି କୀର୍ତ୍ତିମାନ ହାସଲ କରିଛନ୍ତି। 

ବାବର ଇସଲାମାବାଦ ବିପକ୍ଷରେ ୩୯ ବଲରେ ୬୪ ରନର ଇନିଂସ ଖେଳିଥିଲେ। ଏହା ଚଳିତ ସିଜିନରେ ତାଙ୍କର ୬ଷ୍ଠ ଅର୍ଦ୍ଧଶତକ। ବାବର ଟି-୨୦ରେ ୨୪୫ ଇନିଂସ ଖେଳି ୯ ହଜାର ରନ ପୂରଣ କରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଗେଲଙ୍କ ନାଁରେ ଥିଲେ। ସେ ୨୪୯ଟି ଇନିଂସ ଖେଳି ୯ ହଜାର ରନ ପୂରଣ କରିଥିଲେ। ବିରାଟ ୨୭୧ ଇନିଂସ ଖେଳି ୯ ହଜାର ସଂଖ୍ୟା ଛୁଇଁଥିଲେ।

Advertisment

ବାବର, ଗେଲ ଓ କୋହଲିଙ୍କ ପରେ ଡାଭିଡ ୱାର୍ଣ୍ଣର(୨୭୩ ଇନିଂସ) ଓ ଆରୋନ ଫିଞ୍ଚ(୨୮୧ ଇନିଂସ) ରହିଛନ୍ତି। ବାବର ଗତକାଲି କେବଳ ବିଶ୍ୱ ରେକର୍ଡ କରି ନାହାନ୍ତି, ବରଂ ତାଙ୍କ ଦଳ ବିଜୟୀ ହୋଇ ଏଲିମିନେଟର ୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ଏଲିମିନେଟରରେ ଦଳ ଲାହୋର କଲନ୍ଦର୍ସକୁ ଭେଟିବ। ଏହି ମ୍ୟାଚ୍‌ ଯେଉଁ ଦଳ ଜିତିବ, ସିଏ ରବିବାର ମୁଲତାନ ସୁଲତାନ ବିପକ୍ଷରେ ରବିବାର ଫାଇନାଲ ଖେଳିବ।

Pakistan Virat Kohli Babar Azam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe