Advertisment

ଗିଲଙ୍କୁ ପଛରେ ପକାଇ ପୁଣି ୧ନଂରେ ବାବର, ଟି-୨୦ରେ ରବି ବିଷ୍ଣୋଇ ତଳକୁ ଖସିଲେ

ଭାରତ ଏବେ ଦକ୍ଷିଣ ଆଫ୍ରିକା ସହ ଦିନିକିଆ ସିରିଜ ଖେଳୁଛି। କିନ୍ତୁ ଟେଷ୍ଟ ସିରିଜ ପାଇଁ ଗିଲ୍‌ ଦିନିକିଆ ମ୍ୟାଚ୍‌ ଖେଳୁ ନାହାନ୍ତି। ତେଣୁ ତାଙ୍କୁ ୧୬ ପଏଣ୍ଟ ହରାଇବାକୁ ପଡ଼ିଛି।

Gill

Gill

Advertisment

ପୁଣିଥରେ ଦିନିକିଆରେ ବିଶ୍ୱର ୧ନଂ ବ୍ୟାଟର ବନିଛନ୍ତି ପାକିସ୍ତାନର ବାବର ଆଜମ। ସେ ଭାରତର ଶୁବମନ ଗିଲଙ୍କୁ ପଛରେ ପକାଇ ୧ନଂ ସ୍ଥାନ ଦଖଲ କରିଛନ୍ତି। ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଗିଲ୍‌ ୧ନଂ ସ୍ଥାନରେ ଥିବା ବେଳେ ବାବର ୨ନଂକୁ ଖସିଥିଲେ। ମାତ୍ର କିଛି ସପ୍ତାହ ପରେ ବାବର ପୁଣି ୧ନଂ ସ୍ଥାନକୁ ଫେରିଛନ୍ତି।

Advertisment

ଭାରତ ଏବେ ଦକ୍ଷିଣ ଆଫ୍ରିକା ସହ ଦିନିକିଆ ସିରିଜ ଖେଳୁଛି। କିନ୍ତୁ ଟେଷ୍ଟ ସିରିଜ ପାଇଁ ଗିଲ୍‌ ଦିନିକିଆ ମ୍ୟାଚ୍‌ ଖେଳୁ ନାହାନ୍ତି। ତେଣୁ ତାଙ୍କୁ ୧୬ ପଏଣ୍ଟ ହରାଇବାକୁ ପଡ଼ିଛି। ସେ ୧୬ ପଏଣ୍ଟ ହରାଇବାରୁ ବାବର ତାଙ୍କ ଉପରକୁ ଚାଲି ଯାଇଛନ୍ତି।

ନଭେମ୍ବର ମାସରେ ଗିଲ୍‌ ଆଇସିସି ରାଙ୍କିଙ୍ଗରେ ବାବରଙ୍କୁ ପଛରେ ପକାଇ ୧ନଂ ସ୍ଥାନରେ ପହଞ୍ଚିଥିଲେ। ଏବେ ଗିଲଙ୍କ ପାଖରେ ୮୧୦ ପଏଣ୍ଟ ଥିବା ବେଳେ ବାବର ୮୨୪ ପଏଣ୍ଟ ସହ ୧ନଂରେ ରହିଛନ୍ତି। ଗିଲଙ୍କ ପଛକୁ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ୩ ଏବଂ ୪ ନଂ ସ୍ଥାନରେ ଅଛନ୍ତି।

Advertisment

୫ମ ସ୍ଥାନରେ ଡାଭିଡ ୱାର୍ଣ୍ଣର, ୬ଷ୍ଠରେ ଡାରେଲ ମିଚେଲ, ୭ମରେ ହ୍ୟାରୀ ଟେକ୍ଟର, ୮ମରେ ରସି ଭାନ ଡେର ଡୁସେନ, ୯ମରେ ଡାୱିଡ ମଲାନ ଓ ୧୦ମରେ ହେନରିଚ କ୍ଲାସେନ ରହିଛନ୍ତି।

ଦିନିକିଆ ବୋଲିଂ ରାଙ୍କିଙ୍ଗରେ ଭାରତର ଯଶପ୍ରୀତ ବୁମ୍ରା ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ସ୍ଥାନ ତଳକୁ ଖସିଛନ୍ତି। ମହମ୍ମଦ ସିରାଜ ପୂର୍ବଭଳି ୩ନଂରେ ରହିଥିବା ବେଳେ ବୁମ୍ରା ୫ ଓ କୁଲଦୀପ ୮ନଂରେ ଅଛନ୍ତି। ବୋଲିଂ ରାଙ୍କିଙ୍ଗର ଟପ ୧ରେ କେଶବ ମହାରାଜ ଓ ଦ୍ୱିତୀୟରେ ଜୋଶ ହେଜେଲଉଡ ରହିଛନ୍ତି।

ଟି-୨୦ କଥା ବିଚାରକୁ ନେଲେ ସୂର୍ଯ୍ୟ କୁମାର ଯାଦବ ପୂର୍ବଭଳି ୧ନଂ ସ୍ଥାନରେ ନିଜକୁ ମଜବୁତ କରି ରଖିଛନ୍ତି। କିନ୍ତୁ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ଭାରତର ରବି ବିଷ୍ଣୋଇଙ୍କୁ ଝଟକା ଲାଗିଛି। ତାଙ୍କୁ ପଛରେ ପକାଇ ଇଂଲଣ୍ଡର ଆଦିଲ ରସିଦ ଟି-୨୦ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି।

ବିଷ୍ଣୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଖେଳି ନଥିଲେ। କିନ୍ତୁ ଏହି ସମୟରେ ରସିଦ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ୍‌ ଖେଳି କମାଲ କରିଛନ୍ତି। ତେଣୁ ସେ ଟି-୨୦ର ନୂଆ ୧ନଂ ବୋଲର ବନି ଯାଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଂଲଣ୍ଡର ଦ୍ୱିତୀୟ ବୋଲର ଭାବେ ରସିଦ ଆଇସିସି ଟି-୨୦ ରାଙ୍କିଙ୍ଗରେ ୧ନଂ ସ୍ଥାନ ଦଖଲ କରିଛନ୍ତି। ପୂର୍ବରୁ କେବଳ ଗ୍ରେମ ସ୍ୱାନ ଏପରି କୀର୍ତ୍ତିମାନ ହାସଲ କରିଥିଲେ।

ICC Babar Azam Shubman Gill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe