Advertisment

ବିରାଟ କୋହଲିଙ୍କୁ ପଛରେ ପକାଇଲେ ବାବର ଆଜମ

ତାଲିକାର ତୃତୀୟ ସ୍ଥାନରେ ୪୧ଟି ଇନିଂସ ସହ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ଓ ୪୬ଟି ଇନିଂସ ସହ ୪ର୍ଥ ସ୍ଥାନରେ ଅଷ୍ଟ୍ରେଲିଆର ମାଇକେଲ କ୍ଲାର୍କ ରହିଛନ୍ତି।

author-image
Hemant Lenka
Babar azam

Babar azam

ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ କରିଛନ୍ତି। ବାଂଲାଦେଶ ବିପକ୍ଷ ଏସିଆ କପର ସୁପର ୪ ମ୍ୟାଚ୍‌ରେ ବାବର ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ବୁଧବାର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ବାବର ୨୨ ବଲରେ ୧୭ ରନ କରିବା ପରେ ବାଂଲାଦେଶର ଦ୍ରୁତ ବୋଲର ତସ୍କିନ ଅହମଦଙ୍କ ବଲରେ ଆଉଟ ହୋଇଥିଲେ।

Advertisment

ତେବେ ଏହି ଛୋଟିଆ ଇନିଂସ ବଳରେ ମଧ୍ୟ ସେ ପାକିସ୍ତାନର ଅଧିନାୟକ ଭାବେ ଦିନିକିଆରେ ୨ ହଜାର ରନ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି। ସେ ମାତ୍ର ୩୧ ଇନିଂସରେ ଅଧିନାୟକ ଭାବେ ଦିନିକିଆରେ ୨ ହଜାର ରନ ପୂରଣ କରି ବିଶ୍ୱ ରେକର୍ଡ କରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ବିରାଟଙ୍କ ନାଁରେ ଥିଲା। ସେ ୩୬ଟି ଇନିଂସରେ ଅଧିନାୟକ ଭାବେ ଦିନିକିଆରେ ୨ ହଜାର ରନ ପୂରଣ କରିଥିଲେ।

ତାଲିକାର ତୃତୀୟ ସ୍ଥାନରେ ୪୧ଟି ଇନିଂସ ସହ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ଓ ୪୬ଟି ଇନିଂସ ସହ ୪ର୍ଥ ସ୍ଥାନରେ ଅଷ୍ଟ୍ରେଲିଆର ମାଇକେଲ କ୍ଲାର୍କ ରହିଛନ୍ତି।

Advertisment

ବୁଧବାର ମ୍ୟାଚ୍‌କୁ ବିଚାରକୁ ନେଲେ ପାକିସ୍ତାନ ବେଶ ସହଜରେ ୭ ୱିକେଟରେ ବାଂଲାଦେଶକୁ ହରାଇ ଦେଇଛି। ପ୍ରଥମେ ହାରିସ ରୌଫଙ୍କ ଘାତକ ବୋଲିଂ ଓ ପରେ ଇମାମ ଉଲ ହକଙ୍କ ୭୮ ରନ ବଳରେ ପାକିସ୍ତାନ ତା’ର ସୁପର ୪ ଲଢ଼େଇର ପ୍ରଥମ ମ୍ୟାଚ୍‌କୁ ଜିତି ନେଇଛି। 

୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ପକ୍ଷରୁ ଇମାମ-ଉଲ୍-ହକ୍ ଓ ମହମ୍ମଦ ରିଜୱାନ୍ ଅର୍ଦ୍ଧଶତକ କରି ଦଳକୁ ସହଜ ବିଜୟ ଭେଟି ଦେଇଛନ୍ତି।

ଇମାମ ଓ ରିଜୱାନ୍ ବ୍ୟକ୍ତିଗତ ୭୮ ଓ ୬୩ କରିଥିବା ବେଳେ ଓପନର୍ ଫଖର ଜମାନ(୨୦), ବାବର ଆଜାମ(୧୭) ଓ ଆଘା ସଲମାନ ୧୨ ରନ୍ କରିଥିଲେ। ଦଳ ୩୯.୩ ଓଭରରେ ୩ ୱିକେଟ୍ ହରାଇ ୧୯୪ ଟାର୍ଗେଟ ପୂରଣ କରିଦେଇଥିଲେ।

Virat Kohli Babar Azam Asia Cup Cricket Asia Cup 2023 Asia Cup