Advertisment

ଭାରତକୁ ଓପନ୍ ଚ୍ୟାଲେଞ୍ଜ ଦେଲେ ପାକ୍ କ୍ୟାପଟେନ୍, କହିଲେ ଏଥର...

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁଥିବା ଟି-୨୦ ବିଶ୍ୱକପ୍ ମ୍ୟାଚକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ହାଇଭୋଲଟେଜ୍ ମ୍ୟାଚ୍ କିଏ ଜିତିବ, ତାକୁ ନେଇ ମଧ୍ୟ ଖୁବ୍ ଆଲୋଚନା ହେଉଛି। ତେବେ ଏହାରି ଭିତରେ ପାକିସ୍ତାନ ଟିମର କ୍ୟାପଟେନ୍ ବାବର ଆଜମ ଏହି ମ୍ୟାଚକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ବାବର ଦୃଢ଼ତାର ସହ କହିଛନ୍ତି ଯେ ଏଥର ତାଙ୍କ ଟିମ୍ ଆଇସିସି ଟି-୨୦ ବିଶ୍ୱକପରେ ଭାରତକୁ ହରାଇବାରେ ସଫଳ ହେବ। ବାବରଙ୍କୁ ଯେତେବେଳେ […]

ଅଦ୍ୟତନ ହୋଇଛି
ଭାରତକୁ ଓପନ୍ ଚ୍ୟାଲେଞ୍ଜ ଦେଲେ ପାକ୍ କ୍ୟାପଟେନ୍, କହିଲେ ଏଥର...

babar-azam

Advertisment

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁଥିବା ଟି-୨୦ ବିଶ୍ୱକପ୍ ମ୍ୟାଚକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ହାଇଭୋଲଟେଜ୍ ମ୍ୟାଚ୍ କିଏ ଜିତିବ, ତାକୁ ନେଇ ମଧ୍ୟ ଖୁବ୍ ଆଲୋଚନା ହେଉଛି। ତେବେ ଏହାରି ଭିତରେ ପାକିସ୍ତାନ ଟିମର କ୍ୟାପଟେନ୍ ବାବର ଆଜମ ଏହି ମ୍ୟାଚକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି।

Advertisment

ବାବର ଦୃଢ଼ତାର ସହ କହିଛନ୍ତି ଯେ ଏଥର ତାଙ୍କ ଟିମ୍ ଆଇସିସି ଟି-୨୦ ବିଶ୍ୱକପରେ ଭାରତକୁ ହରାଇବାରେ ସଫଳ ହେବ। ବାବରଙ୍କୁ ଯେତେବେଳେ ପଚରା ଗଲା ଯେ ପାକିସ୍ତାନ ଟିମ୍ ବିଶ୍ୱକପରେ ଭାରତ ଠାରୁ କେବେ ଜିତିପାରି ନାହିଁ। ଏଥର ତାଙ୍କ ଟିମ୍ ପରାଜୟଧାରାକୁ ଭାଙ୍ଗିପାରିବ କି? ଏହାର ଜବାବରେ ପାକ୍ କ୍ୟାପଟେନ୍ କହିଛନ୍ତି ଯେ ଅତୀତ ବିଷୟରେ ଆମେ ବେଶୀ ଭାବୁ ନାହୁଁ ବରଂ ଏହା ବଦଳରେ ଆମେ ଭବିଷ୍ୟତ ପାଇଁ ପ୍ରସ୍ତୁତି କରୁଛୁ। ବାବରଙ୍କ କହିବା ଅନୁଯାୟୀ ତାଙ୍କ ଟିମର ଆତ୍ମବିଶ୍ୱାସ ବେଶ୍ ଊର୍ଦ୍ଧ୍ୱରେ ରହିଛି। ଭାରତ ଓ ପାକିସ୍ତାନ ହାଇ ପ୍ରେସର ମୁକାବିଲାରେ ଯିଏ ଚାପକୁ ଉଚିତ୍ ଭାବେ ସାମ୍ନା କରିପାରିବ, ସେହି ଟିମ୍ ହିଁ ବିଜୟୀ ହେବ।

ବାବର କହିଛନ୍ତି, ଆମେ ଜିତିବା ଉଦ୍ଦେଶ୍ୟ ନେଇ ମଇଦାନକୁ ଓହ୍ଲାଇବୁ। ଆମେ ଏହି ମୁକାବିଲାକୁ ଅନ୍ୟ ମ୍ୟାଚ୍ ଭାବି ଖେଳିବୁ। ରଣନୀତି କେବଳ ମାଇଣ୍ଡ ସେଟକୁ ନେଇ ହେବ। ନିଜକୁ ଶାନ୍ତ ରଖି ବିଜୟ ଉପରେ ଆମେ ଫୋକସ୍ କରିବୁ ବୋଲି ବାବର କହିଛନ୍ତି।

Advertisment

ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପାଞ୍ଚଥର ମୁକାବିଲା ହୋଇଛି। ପ୍ରତିଥର ଭାରତ ବିଜୟୀ ହୋଇଛି। ଭାରତ ଏଥର ବିଜୟର ଛକା ମାରିବାକୁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିଁବ ନାହିଁ। ତେବେ ଚଳିତ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ କାହାର ପଲା ଭାରୀ ରହିବ? ଏହାର ଜବାବରେ ବାବର କହିଛନ୍ତି, ଯେଉଁ ଟିମ୍ ଭଲ ଖେଳିବ, ସେହି ଟିମ୍ ଜିତିବ। ମୁଁ କହିବି ଆମେ ବିଜୟୀ ହେବା ପାଇଁ ପ୍ରୟାସ କରିବୁ।

ବାବର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍। ବାବର ୬୧ ମ୍ୟାଚ୍ ଖେଳି ୪୬.୮୯ ହାରରେ ୨୨୦୪ ରନ କରିଛନ୍ତି। ତାଙ୍କ ନାଁରେ ଗୋଟିଏ ଶତକ ଓ ୨୨ ଅର୍ଦ୍ଧଶତକ ରହିଛି। ଟି-୨୦ରେ ତାଙ୍କର ଷ୍ଟ୍ରାଇକରେଟ୍ ୧୩୦.୬୪ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe