Advertisment

କୋହଲି ଓ ଟିମ୍ ଇଣ୍ଡିଆକୁ ଚେତାବନୀ ଦେଲେ ପାକିସ୍ତାନ କ୍ୟାପଟେନ୍!

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଆଇସିସି ପକ୍ଷରୁ ଟୁର୍ଣ୍ଣାମେଣ୍ଟର ସିଡ୍ୟୁଲ୍ ମଧ୍ୟ ଘୋଷଣା କରିଦିଆଯାଇଛି। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି ଏବଂ ଉଭୟ ଟିମ୍ ମଧ୍ୟ ମ୍ୟାଚ୍ ଅକ୍ଟୋବର ୨୪ ତାରିଖରେ ଖେଳାଯିବ। ଆଇସିସି ଟି-୨୦ ବିଶ୍ୱକପ୍ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ଅନୁଷ୍ଠିତ ହେବ। ୟୁଏଇ ଓ ଓମାନରେ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ୍ ଭାଗ ନେବେ। ଭାରତ ଓ […]

କୋହଲି ଓ ଟିମ୍ ଇଣ୍ଡିଆକୁ ଚେତାବନୀ ଦେଲେ ପାକିସ୍ତାନ କ୍ୟାପଟେନ୍!

kohli-and-babar

Advertisment

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଆଇସିସି ପକ୍ଷରୁ ଟୁର୍ଣ୍ଣାମେଣ୍ଟର ସିଡ୍ୟୁଲ୍ ମଧ୍ୟ ଘୋଷଣା କରିଦିଆଯାଇଛି। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି ଏବଂ ଉଭୟ ଟିମ୍ ମଧ୍ୟ ମ୍ୟାଚ୍ ଅକ୍ଟୋବର ୨୪ ତାରିଖରେ ଖେଳାଯିବ। ଆଇସିସି ଟି-୨୦ ବିଶ୍ୱକପ୍ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ଅନୁଷ୍ଠିତ ହେବ। ୟୁଏଇ ଓ ଓମାନରେ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ୍ ଭାଗ ନେବେ। ଭାରତ ଓ ପାକିସ୍ତାନ ଥରେ ଲେଖାଏ ଟି-୨୦ ବିଶ୍ୱକପ୍ ଜିତିଛନ୍ତି।

Advertisment

ଟି-୨୦ ବିଶ୍ୱକପକୁ ନେଇ ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ପ୍ରତିକ୍ରିୟା ଦେଇଛନ୍ତି। ବାବର ମଧ୍ୟ ଇସାରାରେ ବିରାଟ୍ କୋହଲି ଓ ଟିମ୍ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି। ଆଇସିସିର ୱେବସାଇଟକୁ ପ୍ରତିକ୍ରିୟା ଦେଇ ବାବର କହିଛନ୍ତି, ଟୁର୍ଣ୍ଣାମେଣ୍ଟ ୟୁଏଇରେ ଆୟୋଜିତ ହେବ। ୟୁଏଇ ଆମ ଘର ଭଳି। ତେଣୁ ପାକିସ୍ତାନ ପାଇଁ ଟି-୨୦ ବିଶ୍ୱକପ୍ ଏକ ଘରୋଇ ଆୟୋଜନ ସଦୃଶ, କାରଣ ଦଶନ୍ଧି ଧରି ଆମେ ୟୁଏଇରେ ମ୍ୟାଚ୍ ଖେଳିଆସୁଛୁ। ଆମେ ଏହାରି ଭିତରେ କେବଳ ଭଲ ପ୍ରଦର୍ଶନ କରିନାହୁଁ ବରଂ ଟପ୍ ଟିମକୁ ହରାଇ ରାଙ୍କିଙ୍ଗର ଶୀର୍ଷରେ ମଧ୍ୟ ପହଞ୍ଚିଛୁ।

ବାବର କହିଛନ୍ତି, ସବୁ ଖେଳାଳି ଉତ୍ସାହିତ ଓ ପ୍ରେରିତ ଅଛନ୍ତି। କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟରେ ଆମେ ପୁଣିଥରେ ଶ୍ରେଷ୍ଠତ୍ୱକୁ ସ୍ଥାପିତ କରିବାକୁ ଲକ୍ଷ୍ୟ ରଖିଛୁ। ଏହା ଆମ ପାଇଁ ସବୁଠାରୁ ଉପଯୁକ୍ତ ସମୟ ବୋଲି ବାବର କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଶ୍ରୀଲଙ୍କା ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଦୀର୍ଘ ବର୍ଷ ଧରି ୟୁଏଇରେ ଘରୋଇ ମୁକାବିଲା ଖେଳିଛି। ହୁଏତ ବାବର ନିଜର ଏହି ମନ୍ତବ୍ୟ ଦ୍ୱାରା ଟିମ୍ ଇଣ୍ଡିଆକୁ ଚେତାବନୀ ଦେଉଥିଲେ। କିନ୍ତୁ ଟି-୨୦ ବିଶ୍ୱକପର ରେକର୍ଡ ପାକିସ୍ତାନ ସପକ୍ଷରେ ନାହିଁ। ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପରେ ମୋଟ ୫ଟି ମ୍ୟାଚ୍ ଖେଳାଯାଇଛି। ସବୁ ମ୍ୟାଚରେ ପାକିସ୍ତାନ ପରାସ୍ତ ହୋଇଛି। ଟି-୨୦ ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଟିମ୍ ପାକିସ୍ତାନ ଗସ୍ତ କରିବେ। ପାକିସ୍ତାନରେ ଉଭୟ ଦଳ ଟି-୨୦ ମ୍ୟାଚ୍ ଖେଳିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe