Advertisment

ବାବରଙ୍କ ୭୪, ନୁରଙ୍କୁ ୩ ୱିକେଟ: ପାକିସ୍ତାନକୁ ୨୮୨ ରନରେ ରୋକିଲା ଆଫଗାନିସ୍ତାନ

ଟସ୍‌ ଜିତି ଚେନ୍ନାଇରେ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୫୬ ରନରେ ଇମାମ ଉଲ ହକ(୧୭)ଙ୍କୁ ହରାଇଥିଲା।

Babar

Babar

Advertisment

ଚଳିତ ବିଶ୍ୱକପରେ କ୍ରମାଗତ ୨ଟି ମ୍ୟାଚ୍‌ ହାରି ବ୍ୟାକଫୁଟରେ ଥିବା ପାକିସ୍ତାନ ଆଜି ଚେନ୍ନାଇରେ ଆଫଗାନିସ୍ତାନର ମୁକାବିଲା କରୁଛି। ଏହି ମ୍ୟାଚ୍‌ରେ ଅଧିନାୟକ ବାବର ଆଜମଙ୍କ ୭୪ ଓ ଅବଦୁଲ୍ଲା ଶଫିକଙ୍କ ୫୮ ରନ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ ହରାଇ ୨୮୨ ରନ କରିଛି।

Advertisment

ଏବେ ଆଫଗାନିସ୍ତାନକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୮୩ ରନର ଟାର୍ଗେଟ ମିଳିଛି। ଆଜି ଆଫଗାନ ପାଇଁ ବିଶ୍ୱକପରେ ଡେବ୍ୟୁ କରିଥିବା ଚାଇନାମ୍ୟାନ ନୁର ଅହମଦ ୩ ୱିକେଟ ଦଖଲ କରିଛନ୍ତି। ସେ ପାକିସ୍ତାନ ବ୍ୟାଟିଂ ଲାଇନଅପର ମେରୁଦଣ୍ଡ କୁହାଯାଉଥିବା ଅବଦୁଲ୍ଲା ଶଫିକ, ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ୱିକେଟ ନେଇଛନ୍ତି।

ଟସ୍‌ ଜିତି ଚେନ୍ନାଇରେ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୫୬ ରନରେ ଇମାମ ଉଲ ହକ(୧୭)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଅଜମତୁଲ୍ଲା ଓମରଜାଇ ନେଇଥିଲେ। ଦ୍ୱିତୀୟ ୱିକେଟ ପାଇଁ ଶଫିକ ଓ ବାବର ସ୍ଥିତି ସମ୍ଭାଳିଥିଲେ। ଶଫିକ ଅର୍ଦ୍ଧଶତକ ହାସଲ କରିବା ସହ ପାକିସ୍ତାନର ସ୍କୋରକୁ ୧୦୦ ପାର କରାଇଥିଲେ।

Advertisment

ଏତିକି ବେଳେ ବୋଲିଂ କରିବାକୁ ଆସିଥିଲେ ନୁର। ସେ ପ୍ରଥମେ ଶଫିକ(୫୮)ଙ୍କ ୱିକେଟ ନେଇଥିଲେ। ପରବର୍ତ୍ତୀ ଓଭର୍‌ରେ ମହମ୍ମଦ ରିଜୱାନ ତାଙ୍କୁ ଛକା ମାରିଥିଲେ। କିନ୍ତୁ ଛକା ହୋଇଥିବା ପରବର୍ତ୍ତୀ ବଲରେ ସେ ରିଜୱାନଙ୍କୁ ଆଉଟ କରି ପାକିସ୍ତାନକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ୧୨୦ ରନରେ ପାକିସ୍ତାନ ତୃତୀୟ ୱିକେଟ ହରାଇଥିଲା।

୪ର୍ଥ ୱିକେଟ ପାଇଁ ସୌଦ ସକୀଲଙ୍କୁ ସାଥୀ କରି ବାବର ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ଚଳିତ ବିଶ୍ୱକପରେ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। କିନ୍ତୁ ସକୀଲ ତାଙ୍କୁ ବେଶୀ ସମୟ ସାଥ ଦେଇ ପାରି ନଥିଲେ। ମହମ୍ମଦ ନବିଙ୍କୁ ବଡ଼ ଶଟ ଖେଳିବାକୁ ଯାଇ ସକୀଲ(୨୫) ଆଉଟ ହୋଇଯାଇଥିଲେ।

୫ମ ୱିକେଟ ପାଇଁ ବାବର ଓ ଶଦାବ ଖାନ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ପାକିସ୍ତାନ ସ୍କୋରକୁ ୨୦୦ ପାର କରାଇଥିଲେ। ବାବର ଅର୍ଦ୍ଧଶତକ ହାସଲ କରି ସାରିଥିବାରୁ ବଡ଼ ଶଟ ମଧ୍ୟ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନୁର ତାଙ୍କ ସ୍ପେଲର ଶେଷ ଓଭରର ୫ମ ବଲରେ ବାବରଙ୍କୁ ଆଉଟ କରି ଦେଇଥିଲେ। ବାବର ଆଜି ୯୨ ବଲରେ ୭୪ ରନର ଇନିଂସ ଖେଳିଛନ୍ତି। ଏଥିରେ ୪ଟି ଚୌକା ଓ ଗୋଟିଏ ଛକା ରହିଛି।

ବାବର ଆଉଟ ହେବା ବେଳକୁ ପାକିସ୍ତାନର ସ୍କୋର ୨୦୫ ରନ ଥିଲା। ଏତିକି ବେଳେ ଶଦାବ ଖାନ ଓ ଇଫତକାର ଅହମଦ ସ୍ଥିତି ସମ୍ଭାଳିଥିଲେ। ଉଭୟ କିଛି ବଡ଼ବଡ଼ ଶଟ ଖେଳି ପାକିସ୍ତାନର ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ଇଫତକାର ବିସ୍ଫୋରକ ବ୍ୟାଟିଂ କରିଥିଲେ। ୪୬ ଓଭର ଶେଷ ସୁଦ୍ଧା ପାକିସ୍ତାନ ୫ ୱିକେଟ ହରାଇ ୨୩୪ ରନ କରି ନେଇଥିଲା।

୪୭ତମ ଓଭର ବୋଲିଂ କରିବାକୁ ଆସିଥିଲେ ଓମରଜାଇ। ତାଙ୍କୁ ଶଦାବ ଖାନ ପ୍ରବଳ ପିଟିଥିଲେ। ପ୍ରଥମ ବଲରେ ୬ ମାରିବା ପରେ ସେ ଦ୍ୱିତୀୟ ବଲରୁ ଚୌକା ହାସଲ କରିଥିଲେ। ତୃତୀୟ ବଲରେ ୧ ରନ ଦେଇ ଇଫତକାରଙ୍କୁ ଷ୍ଟ୍ରାଇକ ଦେଇଥିଲେ। ଇଫତକାର ମଧ୍ୟ ପୁଣତ ଗୋଟିଏ ଚୌକା ମାରିଥିଲେ। ୫ମ ବଲରୁ ତାଙ୍କୁ ୧ ରନ ମିଳିଥିଲା। ଏଥିସହ ପାକିସ୍ତାନ ସ୍କୋର ମଧ୍ୟ ୨୫୦ରେ ପହଞ୍ଚିଥିଲା। ଶେଷ ବଲ ଡଟ ହୋଇଥିଲେ ମଧ୍ୟ ପାକିସ୍ତାନ ଏହି ଓଭର୍‌ରେ ୧୬ ରନ ଆଦାୟ କରିଥିଲା।

୪୮ତମ ଓଭରରେ ଇଫତାକର ଦ୍ରୁତ ବୋଲର ନବୀଙ୍କ ଓଭର୍‌ରୁ ମୋଟ ୧୩ ରନ ହାସଲ କରିଥିଲେ। ପାକିସ୍ତାନର ସ୍କୋର ମଧ୍ୟ ୨୬୩ରେ ପହଞ୍ଚି ଯାଇଥିଲା। ୪୯ତମ ଓଭର ପୁଣି ବୋଲିଂ କରିଥିଲେ ଓମରଜାଇ। ସେ ପ୍ରଥମ ଦୁଇଟି ବଲରେ ୧ ରନ ଲେଖାଏ ଦେଇଥିଲା ବେଳେ ତୃତୀୟ ବଲରେ ଇଫତକାର ଛକା ମାରିଥିଲେ। ଏହାପରେ ଓମରଜାଇ ଲଗାତର ଦୁଇଟି ୱାଇଡ ପକାଇଥିଲେ।  ଏପରି ଭାବେ ଓମରଜାଇ ୪୯ତମ ଓଭରରେ ୧୬ ରନ ଖର୍ଚ୍ଚ କରିଥିଲେ। ପାକିସ୍ତାନ ମଧ୍ୟ ୨୭୯ ରନରେ ପହଞ୍ଚି ଯାଇଥିଲା। ୭୩..

ଶେଷ ଓଭର ନବୀନ ଉଲ ହକ ପକାଇଥିଲେ। ଷ୍ଟ୍ରାଇକରେ ଥିଲେ ଇଫତକାର। ପ୍ରଥମ ବଲ ଡଟ ହୋଇଥିବା ବେଳେ ଦ୍ୱିତୀୟ ବଲରେ ଛକା ମାରିବାକୁ ଯାଉ ଆଉଟ ହୋଇଥିଲେ। ଇଫତକାର ଆଜି ୨୭ ବଲରେ ୪୦ ରନର ଇନିଂସ ଖେଳିଛନ୍ତି। ଏଥିରେ ୪ଟି ଛକା ଓ ୨ଟି ଚୌକା ରହିଛି। ସେ ଶଦାବ ଖାନଙ୍କ ସହ ମିଶି ୬ଷ୍ଠ ୱିକେଟ ପାଇଁ ୭୩ ରନ ମଧ୍ୟ ଯୋଡ଼ିଛନ୍ତି। 

ନବୀନଙ୍କ ତୃତୀୟ ବଲରେ ଶାହୀନ ଶାହ ଆଫ୍ରିଦି ୨ ରନ ହାସଲ କରିଥିଲେ। ୪ର୍ଥ ବଲ ଡଟ ହୋଇଥିଲା। ୫ମ ବଲରେ ଆଫ୍ରିଦିଙ୍କୁ ୧ ରନ ମିଳିଥିଲା। ଇନିଂସର ଶେଷ ବଲରେ ନବୀନ ୪୦ ରନ କରିଥିବା ଶଦାବଙ୍କୁ ଆଉଟ କରି ପାକିସ୍ତାନ ଇନିଂସ ଶେଷ କରିଥିଲେ। ପାକିସ୍ତାନ ୫୦ ଓଭରେ ୭ ୱିକେଟ ହରାଇ ୨୮୨ ରନ କରି ନେଇଛି। ଏବେ ଆଫଗାନକୁ ମ୍ୟାଚ ଜିତିବା ପାଇଁ ୨୮୩ ରନର ଟାର୍ଗେଟ ମିଳିଛି।  

ଆଫଗାନିସ୍ତାନ ପକ୍ଷରୁ ନୁର ୩ଟି ୱିକେଟ ନେଇଥିବା ବେଳେ ଓମଜାଇ ଓ ମହମ୍ମନ ନବିଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି। ନବୀନ ଶେଷ ଓଭରରେ ଦୁଇଟି ୱିକେଟ ପାଇଛନ୍ତି। 

Pakistan ICC Babar Azam ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup ICC WC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe