Advertisment

ବହୁତୁଲେ ହେଲେ ଟିମ ଇଣ୍ଡିଆର ବୋଲିଂ କୋଚ୍‌

ବହୁତୁଲେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଭାରତୀୟ ଟିମର ବୋଲିଂ କୋଚ୍‌ ଭାବେ କାମ କରିବେ।

Bahutule

Bahutule

Advertisment

ଟିମ ଇଣ୍ଡିଆର ବୋଲିଂ କୋଚ ଭାବେ ନିଯୁକ୍ତି ପାଇଛନ୍ତି ଭେଟରାନ କ୍ରିକେଟର ସାଇରାଜ ବହୁତୁଲେ। ତାଙ୍କୁ ଆଜି ବିସିସିଆଇ ଟିମ ଇଣ୍ଡିଆର ଅସ୍ଥାୟୀ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି। ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଭାରତୀୟ ଟିମର ବୋଲିଂ କୋଚ୍‌ ଭାବେ କାମ କରିବେ।

Advertisment

ବହୁତୁଲେ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସହ ସେ ଶ୍ରୀଲଙ୍କା ଗସ୍ତ କରିବେ।

ପ୍ରଥମେ ମର୍ନି ମର୍କେଲ ଭାରତୀୟ ଟିମର ବୋଲିଂ କୋଚ୍‌ ଭାବେ ନିଯୁକ୍ତ ହେବାର ଥିଲା। କିନ୍ତୁ ସେ ଶ୍ରୀଲଙ୍କା ଗସ୍ତରେ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖିଥିଲେ। ତେଣୁ ମର୍କେଲଙ୍କ ନିଯୁକ୍ତି ଯାଏ ବହୁତୁଲେ ବୋଲିଂ କୋଚ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

Advertisment

ସିଡ୍‌ନୀରେ ରହୁଥିବା ମର୍କେଲ ଏବେ ଦକ୍ଷିଣ ଆଫ୍ରିକାର ରାଜଧାନୀ ପ୍ରେଟୋରିଆରେ ଅଛନ୍ତି। ତାଙ୍କ ବାପା ଅସୁସ୍ଥ ଥିବାରୁ ସେ ତାଙ୍କୁ ଦେଖିବାକୁ ଯାଇଛନ୍ତି। ତେଣୁ ଏବେ ସେ ଟିମ ଇଣ୍ଡିଆର ବୋଲିଂ କୋଚ୍‌ ଦାୟିତ୍ୱ ନେବାକୁ ଅମଙ୍ଗ ହୋଇଥିଲେ। ସେ ବାଂଲାଦେଶ ବିପକ୍ଷ ଘରୋଇ ସିରିଜ ବେଳକୁ ଭାରତୀୟ ଟିମ ସହ ଯୋଗ ଦେବେ ବୋଲି କୁହାଯାଉଛି।

୫୧ ବର୍ଷୀୟ ବହୁତୁଲେ ଏବେ ଗମ୍ଭୀରଙ୍କ ନେତୃତ୍ୱାଧୀନ କୋଚିଂ ଟିମ ସହ ଶ୍ରୀଲଙ୍କା ଯିବେ। ଏହି କୋଚିଂ ଟିମରେ ଅଭିଷେକ ନାୟର ଓ ରୟାନ ଟେନ ଡେସକାଟେ ମଧ୍ୟ ରହିବେ। ବିଦାୟୀ କୋଚ୍‌ ରାହୁଲ ଡ୍ରାଭିଡଙ୍କ କୋଚିଂ ଟିମରେ ଫିଲ୍ଡିଂ କୋଚ ଥିବା ଟି ଦିଲୀପ ମଧ୍ୟ ଦଳ ସହ ଶ୍ରୀଲଙ୍କା ଗସ୍ତରେ ଯିବେ। ଖେଳାଳିମାନଙ୍କ ସହ ସମସ୍ତ କୋଚିଂ ଷ୍ଟାଫ ସୋମବାର ଠାରୁ ଶ୍ରୀଲଙ୍କା ଗସ୍ତ କରିବେ।

ବହୁତୁଲେ ହେଉଛନ୍ତି ଜଣେ ଲେଗ ସ୍ପିନର ଅଲରାଉଣ୍ଡର। ସେ ଭାରତ ପାଇଁ ୧୯୯୭ରୁ ୨୦୦୩ ମଧ୍ୟରେ ୨ଟି ଟେଷ୍ଟ ୮ଟି ଦିନିକିଆ ଖେଳିଛନ୍ତି। ଶ୍ରୀଲଙ୍କାରେ ସ୍ପିନ ଟ୍ରାକ ଥିବାରୁ ବିସିସିଆଇ ବହୁତୁଲେଙ୍କୁ ଅସ୍ଥାୟୀ ବୋଲିଂ କୋଚ ଭାବେ ନିଯୁକ୍ତ କରିଛି।

Indian Cricket Team Cricket Team India Bahutule
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe