Advertisment

ଇତିହାସ ରଚିଲା ଆୟର୍ଲ୍ୟାଣ୍ଡ କ୍ରିକେଟ୍ ଟିମ୍, ମାଟି କାମୁଡ଼ିଲା ଦକ୍ଷିଣ ଆଫ୍ରିକା

ଡବଲିନ୍: ପ୍ରଥମେ ଆଣ୍ଡି ବାଲବର୍ନୀଙ୍କ ଦମଦାର ଶତକ ଏବଂ ପରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଆୟର୍ଲ୍ୟାଣ୍ଡ ଦୁନିଆର ଅନ୍ୟତମ ମଜଭୁତ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୪୩ ରନରେ ହରାଇ ଇତିହାସ ରଚିଛି। ଦିନିକିଆ କ୍ରିକେଟ୍ ଇତିହାସରେ ଆୟର୍ଲ୍ୟାଣ୍ଡ୍ ପ୍ରଥମଥର ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଜିତି ଆୟର୍ଲ୍ୟାଣ୍ଡ୍ ଦ୍ୱିତୀୟ ମ୍ୟାଚ୍ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଏବେ ସିରିଜକୁ ବଞ୍ଚାଇବାକୁ ହେଲେ ଦକ୍ଷିଣ […]

ଅଦ୍ୟତନ ହୋଇଛି
ଇତିହାସ ରଚିଲା ଆୟର୍ଲ୍ୟାଣ୍ଡ କ୍ରିକେଟ୍ ଟିମ୍, ମାଟି କାମୁଡ଼ିଲା ଦକ୍ଷିଣ ଆଫ୍ରିକା

IRELAND1

Advertisment

ଡବଲିନ୍: ପ୍ରଥମେ ଆଣ୍ଡି ବାଲବର୍ନୀଙ୍କ ଦମଦାର ଶତକ ଏବଂ ପରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଆୟର୍ଲ୍ୟାଣ୍ଡ ଦୁନିଆର ଅନ୍ୟତମ ମଜଭୁତ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୪୩ ରନରେ ହରାଇ ଇତିହାସ ରଚିଛି। ଦିନିକିଆ କ୍ରିକେଟ୍ ଇତିହାସରେ ଆୟର୍ଲ୍ୟାଣ୍ଡ୍ ପ୍ରଥମଥର ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଜିତି ଆୟର୍ଲ୍ୟାଣ୍ଡ୍ ଦ୍ୱିତୀୟ ମ୍ୟାଚ୍ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଏବେ ସିରିଜକୁ ବଞ୍ଚାଇବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ପରବର୍ତ୍ତୀ ଶେଷ ମ୍ୟାଚ୍ ଜିତିବାକୁ ପଡ଼ିବ।

Advertisment

ଦି ଭିଲେଜ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୨୯୦ ରନ୍ କରିଥିଲା। ଦଳ ପକ୍ଷରୁ ବାଲବର୍ନୀ ସର୍ବାଧିକ ୧୦୨ (୧୧୭ ବଲ୍) ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଓ ୨ ଛକା ସାମିଲ୍ ଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଟିମ୍ ୪୮.୩ ଓଭରରେ ୨୪୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

https://twitter.com/cricketireland/status/1415000235064143882?s=20

ଆୟର୍ଲ୍ୟାଣ୍ଡର ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଦମଦାର ପ୍ରଦର୍ଶନ କରିଥିଲେ। ହ୍ୟାରୀ ଟେକ୍ଟର ୭୯ (୬୮ ବଲୋ, ୬ ଚୌକା, ୪ ଛକା), ଜର୍ଜ ଡକରେଲ୍ ୪୫ (୨୩ ବଲ୍, ୫ ଚୌକା, ୨ ଛକା), ଆଣ୍ଡି ମ୍ୟାକବ୍ରାଇନ୍ ୩୦ ଓ ପଲ୍ ଷ୍ଟର୍ଲିଙ୍ଗ୍ ୨୭ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାର ଆଣ୍ଡିଲେ ଫେଲକ୍ୱାୟୋ ୨ଟି, କାଗିସୋ ରବାଡା, କେଶବ ମହାରାଜ ଓ ତାବରେଜ୍ ଶାମସୀ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Advertisment

https://twitter.com/cricketireland/status/1415023280604450817?s=20

୨୯୧ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକାର ଜାନେମନ୍ ମଲାନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ମଲାନ୍ ୯୬ ବଲର ସାମ୍ନା କରି ୮୪ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୭ ଚୌକା ଓ ୪ ଛକା ସାମିଲ୍ ଥିଲା।

ସେହିପରି ରାସି ଭାନ୍ ଡର୍ ଡୁସେନ୍ ୪୯, ଡେଭିଡ୍ ମିଲର୍ ୨୪, କେଶବ ମହାରାଜ ୧୭, ରବାଡା ୧୬, କ୍ୟାପଟେନ୍ ତେମ୍ବା ବାଭୁମା ୧୦ ଓ କାଇଲ୍ ଭେରୀନେ ୧୩ ରନ୍ କରିଥିଲେ। ଆୟର୍ଲ୍ୟାଣ୍ଡ୍ ପକ୍ଷରୁ ମାର୍କ ଆଡେର୍, ଜୋଶ ଲିଟଲ୍ ଓ ମ୍ୟାକବ୍ରାଇନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe