Advertisment

ପ୍ଲେଅଫରେ ଆରସିବି, ପଞ୍ଜାବ ଆଶା ଧୂଳିସାତ୍

ଶାରଜା: ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୬ ରନରେ ପଞ୍ଜାବ କିଙ୍ଗସକୁ ହରାଇ ଚଳିତ ଆଇପିଏଲର ପ୍ଲେଅଫରେ ସ୍ଥାନ ପକ୍କା କରିଛି। ଆରସିବି ତୃତୀୟ ଦଳ ଭାବେ ପ୍ଲେଅଫ୍ ଟିକେଟ୍ କାଟିଛି। ଏହା ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ଲେଖାଏ ପଏଣ୍ଟ ହାସଲ କରି ପ୍ଲେଅଫରେ ପହଞ୍ଚି ସାରିଛନ୍ତି। ରବିବାର ଖେଳାଯାଇଥିବା ଆଇପିଏଲର ୪୮ତମ ମୁକାବିଲାରେ ଆରସିବି ପ୍ରଥମେ […]

ପ୍ଲେଅଫରେ ଆରସିବି, ପଞ୍ଜାବ ଆଶା ଧୂଳିସାତ୍

virat-kohli

Advertisment

ଶାରଜା: ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୬ ରନରେ ପଞ୍ଜାବ କିଙ୍ଗସକୁ ହରାଇ ଚଳିତ ଆଇପିଏଲର ପ୍ଲେଅଫରେ ସ୍ଥାନ ପକ୍କା କରିଛି। ଆରସିବି ତୃତୀୟ ଦଳ ଭାବେ ପ୍ଲେଅଫ୍ ଟିକେଟ୍ କାଟିଛି। ଏହା ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ଲେଖାଏ ପଏଣ୍ଟ ହାସଲ କରି ପ୍ଲେଅଫରେ ପହଞ୍ଚି ସାରିଛନ୍ତି।

Advertisment

ରବିବାର ଖେଳାଯାଇଥିବା ଆଇପିଏଲର ୪୮ତମ ମୁକାବିଲାରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା। ଜବାବରେ ପଞ୍ଜାବ ୬ ୱିକେଟ୍ ହରାଇ ୧୫୮ ରନ୍ କରିବାକୁ ସକ୍ଷମ ହୋଇଛି। । ଆରସିବି ପକ୍ଷରୁ ମ୍ୟାକ୍ସୱେଲ୍ ସର୍ବାଧିକ ୫୭ (୩୩ ବଲ୍, ୩ ଚୌକା, ୪ ଛକା) ରନ୍ କରିଛନ୍ତି।

୧୬୫ ରନର ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବର ଦୁଇ ଓପ୍ନର ଲୋକେଶ ରାହୁଲ୍ ଓ ମୟଙ୍କ ଅଗ୍ରୱାଲ୍ ପ୍ରଥମ ୱିକେଟ୍ ପାଇଁ ୯୧ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା। ମିଡଲ ଅର୍ଡରରେ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ବ୍ୟାଟିଂ କରିନଥିଲେ। ଯେଉଁ କାରଣରୁ ଦଳ ମାତ୍ର ୬ ରନ୍ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା। ପଞ୍ଜାବ ପକ୍ଷରୁ ମୟଙ୍କ ସବାର୍ଧିକ ୫୭ (୪୨ ବଲ୍, ୬ ଚୌକା, ୨ଛକା), ରାହୁଲ୍ ୩୯, ଆଇଡେନ୍ ମାର୍କରମ୍ ୨୦, ଶାହରୁଖ୍ ଖାନ୍ ୧୬ ଓ ହେନରିକ୍ସ ଅପରାଜିତ ୧୨ ରନ୍ କରିଥିଲେ। ଆରସିବି ପକ୍ଷରୁ ୟୁଜବେନ୍ଦ୍ର ଚହଲ୍ ୩ଟି, ଜର୍ଜ ଗାର୍ଟନ ଓ ହର୍ଷଲ୍ ପଟେଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Advertisment

ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଟିମର ଦୁଇ ଓପ୍ନର କୋହଲି ଓ ଦେବଦତ୍ତ ପାଡିକଲ୍ ପ୍ରଥମ ୱିକେଟ ପାଇଁ ୬୮ ରନର ଭାଗିଦାରୀ କରିଥିଲେ। କୋହଲି ୨୫ ରନ୍ କରିଥିବା ବେଳେ ମୋଜେସ୍ ହେନରିକ୍ସଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଡାନିଏଲ୍ ଖ୍ରୀଷ୍ଟିଆନଙ୍କୁ ହେନରିକ୍ସ ପରବର୍ତ୍ତୀ ବଲରେ ପ୍ୟାଭିଲିୟନ୍ ପଠାଇଥିଲେ। ଭଲ ଟଚରେ ଥିବା ପାଡିକଲଙ୍କୁ ମଧ୍ୟ ହେନରିକ୍ସ ନିଜର ଶିକାର ବନାଇଥିଲେ। ପାଡିକଲ୍ ୩୮ ବଲରେ ୪ ଚୌକା ଓ ୨ ଛକା ସହ ୪୦ ରନ୍ କରି ଆଉଟ୍ ହୋଇଥିଲେ।

୭୮ ରନ୍ ଭିତରେ ୩ ୱିକେଟ୍ ହରାଇ ଆରସିବି ବିପଦରେ ପଡ଼ିଥିବା ବେଳେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମ୍ୟାକ୍ସୱେଲ୍ ଓ ଏବି ଡି’ଭିଲିୟର୍ସ ଦମ୍ ଦେଖାଇଥିଲେ। ବିଶେଷକରି ମ୍ୟାକ୍ସୱେଲ୍ ପ୍ରତିକୁଳ ପିଚରେ ପଞ୍ଜାବ ବୋଲରଙ୍କୁ ଆଟାକ୍ କରିଥିଲେ। ସେ ମାତ୍ର ୨୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ମ୍ୟାକ୍ସୱେଲ୍ ଓ ଡି’ଭିଲିୟର୍ସ ଚତୁର୍ଥ ୱିକେଟ୍ ପାଇଁ ୭୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଆରସିବିକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ଡି’ଭିଲିୟର୍ସ ୨୩ (୧୮ ବଲ, ୧ ଚୌକା, ୨ ଛକା) ରନ୍ କରି ରନଆଉଟ୍ ହୋଇଥିଲେ। ମ୍ୟାକ୍ସୱେଲଙ୍କୁ ମହମ୍ମଦ ଶାମି ଆଉଟ୍ କରିଥିଲେ। ଶାହବାଜ ଅହମ୍ମଦ ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ହର୍ଷଲ୍ ପଟେଲ ୧ ରନ୍ କରି ଅପରାଜିତ ଥିଲେ। ପଞ୍ଜାବ ପକ୍ଷରୁ ମହମ୍ମଦ ଶାମି ଓ ହେନରିକ୍ସ ୩ଟି ଲେଖାଏ ୱିକେଟ୍ ନେଇଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe