Advertisment

୨୦୦ତମ ମ୍ୟାଚ୍‌ରେ ଟସ୍ ଜିତିଲେ କୋହଲି

ଆବୁ ଧାବି: ଚଳିତ ଆଇପିଏଲରେ ସୋମବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆରସିବି କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତିଛନ୍ତି। ଟସ୍ ଜିତି କୋହଲି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମ୍ୟାଚରେ ଆରସିବି ପକ୍ଷରୁ ଦୁଇ ଜଣ ଖେଳାଳି ପଦାର୍ପଣ କରିଛନ୍ତି। ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଓ ଭାରତର ଶ୍ରୀକର ଭରତ ଡେବ୍ୟୁ କରିଛନ୍ତି। ସେହିପରି କେକେଆର୍ ପକ୍ଷରୁ ଭେଙ୍କଟେଶ ଆୟର୍ ପଦାର୍ପଣ କରିଛନ୍ତି। ଆରସିବି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୨୦୦ତମ ମ୍ୟାଚ୍‌ରେ ଟସ୍ ଜିତିଲେ କୋହଲି

ipl-match-31

ଆବୁ ଧାବି: ଚଳିତ ଆଇପିଏଲରେ ସୋମବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆରସିବି କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତିଛନ୍ତି। ଟସ୍ ଜିତି କୋହଲି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଆଜି ମ୍ୟାଚରେ ଆରସିବି ପକ୍ଷରୁ ଦୁଇ ଜଣ ଖେଳାଳି ପଦାର୍ପଣ କରିଛନ୍ତି। ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଓ ଭାରତର ଶ୍ରୀକର ଭରତ ଡେବ୍ୟୁ କରିଛନ୍ତି। ସେହିପରି କେକେଆର୍ ପକ୍ଷରୁ ଭେଙ୍କଟେଶ ଆୟର୍ ପଦାର୍ପଣ କରିଛନ୍ତି। ଆରସିବି ଟିମ୍‌ରେ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଗ୍ଲେନ୍ ମ୍ୟାକ୍ସୱେଲ, ଏବି ଡି'ଭିଲିୟର୍ସ ଏବଂ କାଇଲ୍ ଜେମିସନ୍ ସ୍ଥାନ ପାଇଛନ୍ତି। ସେହିପରି କେକେଆର୍ ଟିମରେ ମୋର୍ଗାନଙ୍କ ବ୍ୟତୀତ ବିବେଶୀ ଖେଳାଳି ଭାବେ ଆନ୍ଦ୍ରେ ରସେଲ୍‌, ସୁନୀଲ୍ ନରିନ୍ ଓ ଲକି ଫର୍ଗୁସନ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇଛନ୍ତି।

ଚଳିତ ସଂସ୍କରଣରେ ଆରସିବି ୭ ମ୍ୟାଚରୁ ୫ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ସେହିପରି କେକେଆର୍ ୭ ମ୍ୟାଚରୁ ୨ ବିଜୟ ସହ ସପ୍ତମ ସ୍ଥାନରେ ରହିଛି। ଆରସିବି ତା'ର ଶେଷଥର ଲାଗି କେକେଆର୍ ବିପକ୍ଷ ମୁକାବିଲାରେ ୩୮ ରନରେ ବିଜୟୀ ହୋଇଥିଲା। ଏପରି ସ୍ଥିତିରେ କେକେଆର୍ ଏହି ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ। ତେବେ ଉଭୟ ଆରସିବି ଓ କେକେଆର୍ ସେମାନଙ୍କର ଶେଷ ମ୍ୟାଚରେ ଯଥାକ୍ରମେ ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାସ୍ତ ହୋଇଥିଲେ। ୟୁଏଇ ଲେଗ୍‌ରେ ଦୁଇ ଟିମ୍ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ଆରସିବି: ବିରାଟ୍ କୋହଲି (କ୍ୟାପଟେନ୍), ଦେବିଦତ୍ତ ପାଡିକଲ୍, ଶ୍ରୀକର ଭରତ (ୱିକେଟ୍ କିପର), ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସ, ୱାନିନ୍ଦୁ ହସରଙ୍ଗା, ସଚିନ ବେବି, କାଇଲ୍ ଜେମିସନ୍, ହର୍ଷଲ୍ ପଟେଲ୍, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ୍।

କେକେଆର୍: ଭେଙ୍କଟେଶ ଆୟର, ଶୁବମନ୍ ଗିଲ୍, ନୀତୀଶ ରାଣା, ରାହୁଲ୍ ତ୍ରିପାଠୀ, ଇଅନ୍ ମୋର୍ଗାନ୍, ଆନ୍ଦ୍ରେ ରସେଲ୍, ଦିନେଶ କାର୍ତ୍ତିକ (ୱିକେଟ୍ କିପର), ସୁନୀଲ୍ ନରିନ୍, ଲକି ଫର୍ଗୁସନ୍, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କୃଷ୍ଣ।

IPL 2021