Advertisment

ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଖେଳାଳିଙ୍କ ନାଁ ଘୋଷଣା କଲା ବାଂଲାଦେଶ

ଭାରତରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଆଜି ବାଂଲାଦେଶ କ୍ରିକେଟ ବୋର୍ଡ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି।

author-image
Hemant Lenka
Bangladesh

Bangladesh

ଆସନ୍ତା ସେପ୍ଟେମ୍ବର ୧୯ରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବ ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ପ୍ରଥମ ଥର ପାଇଁ ପାକିସ୍ତାନକୁ କୌଣସି ଟେଷ୍ଟ ସିରିଜରେ ମୂଳପୋଛ କରିଥିବା ବାଂଲା ଟାଇଗର ଏବେ ଭାରତ ଚ୍ୟାଲେଞ୍ଜ ପାଇଁ ବେଶ ଉତ୍ସାହିତ। ଭାରତରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଆଜି ବାଂଲାଦେଶ କ୍ରିକେଟ ବୋର୍ଡ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି।

Advertisment

ପୂର୍ବଭଳି ଭାରତ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ବାଂଲାଦେଶର ନେତୃତ୍ୱ ନଜମୁଲ ହୁସେନ ସାଣ୍ଟୋ ନେବେ। ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଜିତିଥିବା ସ୍କ୍ୱାଡରେ ସେମିତି କିଛି ବଡ଼ ପରିବର୍ତ୍ତନ ହୋଇନାହିଁ। ତେବେ ଓପନିଂ ବ୍ୟାଟର ମହମୁଦୁଲ ହାସନ ଜୟ ଦଳକୁ କମବ୍ୟାକ କରିଛନ୍ତି। ସେ ଆହତ ସମସ୍ୟା ଯୋଗୁ ପାକିସ୍ତାନ ବିପକ୍ଷ ସିରିଜକୁ ବାଦ ପଡ଼ିଥିଲେ। ସେ ଦୁଇ ସପ୍ତାହ ଧରି ରିହ୍ୟାବରେ ରହିବା ପରେ ଭାରତ ବିପକ୍ଷ ସିରିଜକୁ ଫେରିଛନ୍ତି।

ପାକିସ୍ତାନ ବିପକ୍ଷ ସ୍କ୍ୱାଡରେ ଥିବା ବାମହାତୀ ଦ୍ରୁତ ବୋଲର ଶୋରିଫୁଲ ଇସଲାମ ଭାରତ ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। ଶୋରିଫୁଲ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବା ସହ ୩ଟି ୱିକେଟ ନେଇଥିଲେ। କିନ୍ତୁ ଆହତ କାରଣରୁ ସେ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଥିଲେ। ସେ ଏବେ ବି ସୁସ୍ଥ ହୋଇ ନଥିବାରୁ ତାଙ୍କୁ ଭାରତ ବିପକ୍ଷ ସିରଜରୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଖାଲେଦ ଅହମଦ ସ୍କ୍ୱାଡକୁ ଫେରିଛନ୍ତି। ବାଂଲାଦେଶର ସବୁଠାରୁ ‌ଅଭିଜ୍ଞ ଦ୍ରୁତ ବୋଲର ହେଉଛନ୍ତି ଖାଲେଦ।

Advertisment

ବାଂଲାଦେଶ ପାଇଁ ପ୍ରଥମଥର ପାଇଁ ସୁଯୋଗ ପାଇଛନ୍ତି ଜାକେର ଅଲୀ ଅନିକ। ସେ ଦ୍ୱିତୀୟ ୱିକେଟ କିପର ଭାବେ ସ୍କ୍ୱାଡରେ ରହିଛନ୍ତି। ଲିଟନ ଦାସ ପାକିସ୍ତାନ ଭଳି ଭାରତ ବିପକ୍ଷରେ ମଧ୍ୟ ୱିକେଟ କିପିଂ କରିବେ।

ବାଂଲାଦେଶ ସ୍କ୍ୱାଡ: ନଜମୁଲ ହୁସେନ ସାଣ୍ଟୋ(ଅଧିନାୟକ), ମହମୁଦୁଲ ହାସନ ଜୟ, ଜାକିର ହାସନ, ଶାଦମାନ ଇସଲାମ, ମୋମିନୁଲ ହକ, ମୁସଫିକୁର ରହିମ, ସାକିବ ଅଲ ହାସନ, ଲିଟନ କୁମାର ଦାସ, ମେହିଦ ହାସନ ମିରାଜ, ତୈଜୁଲ ଇସଲାମ, ନୟୀମ ହାସନ, ନାହିଦ ରାଣା, ହାସନ ମହମୁଦ, ତସ୍କିନ ଅହମଦ, ସୟିଦ ଖାଲେସ ଅହମଦ ଓ ଜାକେର ଅଲୀ ଅନିକ।

Test Match Cricket Bangladesh Indian Cricket Team Test Cricket