ଗିଲଙ୍କ ଶତକ ବେକାର, ୧୧ ବର୍ଷ ପରେ ଏସିଆ କପରେ ଭାରତକୁ ହରାଇଲା ବାଂଲାଦେଶ

୨୦୧୨ ପରେ ଏସିଆ କପରେ ପ୍ରଥମଥର ପାଇଁ ଭାରତକୁ ହରାଇ ବାଂଲାଦେଶ ନୂଆ କୀର୍ତ୍ତିମାନ ହାସଲ କରିଛି।

INDIA

ବାମରୁ ସାକିବ ଓ ଶତକ ପରେ ଗିଲ୍‌

Hemant Lenka
  • Published: Friday, 15 September 2023
  • Updated: 15 September 2023, 11:06 PM IST

Sports

Latest News

ବେକାର ହେଲା ଶୁବମନ ଗିଲଙ୍କ ଶତକ। ଏସିଆ କପ ଫାଇନାଲରେ ପୂର୍ବରୁ ପ୍ରବେଶ କରି ସାରିଥିବା ଭାରତକୁ ସୁପର ୪ର ଶେଷ ମ୍ୟାଚ୍‌ରେ ୭ ରନରେ ହରାଇ ଦେଇଛି ବାଂଲାଦେଶ। ୨୦୧୨ ପରେ ଏସିଆ କପରେ ପ୍ରଥମଥର ପାଇଁ ଭାରତକୁ ହରାଇ ବାଂଲାଦେଶ ନୂଆ କୀର୍ତ୍ତିମାନ ହାସଲ କରିଛି। ଏସିଆ କପ ଫାଇନାଲରୁ ବାଦ ପଡ଼ି ସାରିଥିବା ବାଂଲାଦେଶ ଏହି ବିଜୟ ସହ ନିଜର ଏସିଆ କପ ଅଭିଯାନ ଶେଷ କରିଛି। 

ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୬୫ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ସାକିବ ଅଲ ହାସନ ସର୍ବାଧିକ ୮୦ ରନ କରିଥିଲେ। ୨୬୬ ରନର ପିଛା କରୁଥିବା ଭାରତ ଗିଲଙ୍କ ୧୨୧ ରନର ଇନିଂସ ସତ୍ତ୍ୱେ ୨୬୦ ରନ କରି ଅଲଆଉଟ ହୋଇଯାଇଛି। ବାଂଲାଦେଶ ୬ ରନରେ ମ୍ୟାଚ୍‌କୁ ଜିତିବାକୁ ସକ୍ଷମ ହୋଇଛି। 

୨୬୬ ରନର ଟାର୍ଗେଟ ପାଇଥିବା ଭାରତ ପ୍ରତମ ଓଭରରେ ଅଧିନାୟକ ରୋହିତ ଶର୍ମା(୦)ଙ୍କୁ ହରାଇଥିଲା। ଏହାପରେ ଡେବ୍ୟୁଟାଣ୍ଟ ତିଲକ ବର୍ମା କେବଳ ୫ ରନ କରିବାକୁ ସକ୍ଷମ ହୋଇଥିଲେ। ଉଭୟଙ୍କ ୱିକେଟ ତାନଞ୍ଜିମ ହାସକ ସାକିବ ନେଇଥିଲେ। ସେ ମଧ୍ୟ ବାଂଲାଦେଶ ପାଇଁ ଆଜି ଦିନିକିଆରେ ଡେବ୍ୟୁ କରିଛନ୍ତି।

Also Read

୧୭ ରନରେ ଦୁଇ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତକୁ ଶୁବମନ ଗିଲ ଓ କେଏଲ ରାହୁଲ ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୭୪ରେ ପହଞ୍ଚାଇଥିଲେ। ଏହି ସମୟରେ ୧୯ ରନ କରିଥିବା କେଏଲ ରାହୁଲଙ୍କୁ ଆଉଟି ମାହିଦ ହାସନ ଦଳକୁ ତୃତୀୟ ଝଟକା ଦେଇଥିଲେ। ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିବା ଈଶାନ କିଶନ ଆଜି ବେଶୀ କିଛି କରି ପାରି ନାହାନ୍ତି।

ସେ ମେହଦି ହାସନ ମିର୍ଜାଙ୍କୁ ରିଭର୍ସ ସୁଇପ ଖେଳିବାକୁ ଯାଇ ମାତ୍ର ୫ ରନରେ ପ୍ୟାଭିଲିୟନ ଫେରିଥିଲେ। ତେବେ ସୂର୍ଯ୍ୟ କୁମାର ଯାଦବ ଓ ଗିଲ୍‌ ୫ ୱିକେଟ ପାଇଁ ୪୫ ରନ ଯୋଡ଼ି ଥଲେ। ସୂର୍ଯ୍ୟ କୁମାର କ୍ରିଜ୍‌ରେ ୨୬ ରନ କରି ଜମି ଆସୁଥିବା ବେଳେ ତାଙ୍କୁ ବୋଲ୍ଡ କରି ଭାରତକୁ ୫ମ ଝଟକା ଦେଇଥିଲେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ। ରବୀନ୍ଦ୍ର ଜାଡେଜା ମଧ୍ୟ କେବଳ ୭ ରନ କରିବାକୁ ସକ୍ଷମ ହୋଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଗିଲ କିନ୍ତୁ ଦମଦାର ବ୍ୟାଟିଂ ଜାରି ରଖିଥିଲେ। ତାଙ୍କୁ ଅକ୍ଷର ପଟେଲ ବେଶ କିଛି ସମୟ ସହଯୋଗ କରିଥିଲେ। ଗିଲ୍‌ ମଧ୍ୟ ଶତକ ହାସଲ କରି ଭାରତକୁ ବିଜୟ ପଥରେ ନେବାକୁ ଚେଷ୍ଟା କରିଥିଲେ। ତେବେ ଦଳୀୟ ସ୍କୋର ୨୦୯ ଥିବା ବେଳେ ଗିଲ୍‌ ଛକା ମାରିବାକୁ ଯାଇ ମାହିଦ ହାସନଙ୍କ ବଲରେ ଆଉଟ ହୋଇଥିଲେ। ଆଜି ଗିଲ୍‌ ୧୩୩ ବଲରେ ୧୨୧ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ୫ଟି ଛକା ଓ ୮ଟି ଚୌକା ମାରିଥିଲେ।

ଗିଲ୍‌ ଆଉଟ ହେବା ପରେ ଭାରତର ବିଜୟ ରାସ୍ତା କଠିନ ହୋଇ ଯାଇଥିଲା। ସବୁ ଆଶା ଅକ୍ଷର ପଟେଲ ଓ ଶାର୍ଦ୍ଦୁଲ ଠାକୁରଙ୍କ ଉପରେ ରହିଥିଲା। ଅକ୍ଷର ମଧ୍ୟ ମ୍ୟାଚ୍‌ ଜିତାଇବାକୁ ସବୁ ପ୍ରକାରର ଚେଷ୍ଟା କରିଥିଲେ। ଦଳକୁ ଜିତିବା ପାଇଁ ଶେଷ ୪ ଓଭରରେ ୩୮ ରନ ଦରକାର ଥିବା ବେଳେ ଅଭିଜ୍ଞ ମୁସ୍ତାଫିଜୁର ରହମନ ବୋଲିଂ କରିବାକୁ ଆସିଥିଲେ। ସେ ଉକ୍ତ ଓଭରରେ ମାତ୍ର ୭ ରନ ଦେଇଥିଲେ।

ଫଳରେ ଭାରତକୁ ଶେଷ ୩ ଓଭରରେ ୩୧ ରନର ଆବଶ୍ୟକ ରହିଥିଲା। ୪୮ତମ ଓଭର ବୋଲିଂ କରିବାକୁ ଆସିଥିଲେ ମାହିଦ ହାସନ। ତାଙ୍କ ଓଭରରୁ ଅକ୍ଷର ପଟେଲ ଛକା ଓ ଚୌକା ମାରି ମୋଟ ୧୪ ରନ ଆଦାୟ କରି ନେଇଥିଲେ। ଦଳକୁ ଶେଷ ୧୨ ବଲରେ ୧୭ ରନର ଆବଶ୍ୟକ ରହିଥିଲା।

୪୯ତମ ଓଭର ପୁଣି ବୋଲିଂ କରିବାକୁ ଆସିଥିଲେ ମୁସ୍ତାଫିଜୁର। ସେ ପ୍ରଥମ ବଲରେ ଶାର୍ଦ୍ଦୁଲ ଠାକୁର(୧୧)ଙ୍କୁ ଆଉଟ କରି ଦେଇଥିଲେ। ଏଥିସହ ଦିନିକିଆରେ ସେ ୧୫୦ତମ ୱିକେଟ ମଧ୍ୟ ଦଖଲ କରିଥିଲେ। ମହମ୍ମଦ ଶାମି ତୁରନ୍ତ ୧ ରନ ନେଇ ଅକ୍ଷର ପଟେଲଙ୍କୁ ଷ୍ଟ୍ରାଇକ ଦେଇଥିଲେ। ସେ ମଧ୍ୟ ନିରାଶ ନ କରି ତୃତୀୟ ବଲ୍‌ରେ ଚୌକା ମାରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ସେ ଆଉଟ ହୋଇ ଯାଇଥିଲେ। ଅକ୍ଷର ୪୨ ରନ କରି ଆଉଟ ହେବା ସହ ଭାରତର ବିଜୟ ଆଶା ଏକ ପ୍ରକାରର ମଉଳି ଯାଇଥିଲା। ଶେଷରେ ମହମ୍ମଦ ଶାମି(୬)ଙ୍କୁ ରନ ଆଉଟ କରାଇ ବାଂଲାଦେଶ ୬ ରନରେ ମ୍ୟାଚକୁ ଜିତି ନେଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story