Advertisment

ବଡ଼ ବିଜୟ ସହ ସୁପର୍-୧୨ରେ ବାଂଲାଦେଶ

ଅଲ୍ ଅମିରାତ୍: ପରାଜୟରୁ ଆରମ୍ଭ କରିଥିବା ବାଂଲାଦେଶ କ୍ରିକେଟ୍ ଟିମ୍ ଜବରଦସ୍ତ କମବ୍ୟାକ୍ କରି ଚଳିତ ଆଇସିସି ଟି-୨୦ ବିଶ୍ୱକପର ସୁପର୍-୧୨ରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ରାଉଣ୍ଡ-୧ର ଗ୍ରୁପ୍- ବି’ର ଏକ ମ୍ୟାଚରେ ସାକିବ୍ ଅଲ୍ ହାସନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ବାଂଲାଦେଶ ୮୪ ରନରେ ପାନୁଆ ନ୍ୟୁ ଗିନୀ (ପିଏନଜି)କୁ ପରାସ୍ତ କରିଛି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ପରାଜୟ ସହ ପିଏନଜିର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି। ଉକ୍ତ ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବଡ଼ ବିଜୟ ସହ ସୁପର୍-୧୨ରେ ବାଂଲାଦେଶ

sakib-al-hasan

ଅଲ୍ ଅମିରାତ୍: ପରାଜୟରୁ ଆରମ୍ଭ କରିଥିବା ବାଂଲାଦେଶ କ୍ରିକେଟ୍ ଟିମ୍ ଜବରଦସ୍ତ କମବ୍ୟାକ୍ କରି ଚଳିତ ଆଇସିସି ଟି-୨୦ ବିଶ୍ୱକପର ସୁପର୍-୧୨ରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ରାଉଣ୍ଡ-୧ର ଗ୍ରୁପ୍- ବି’ର ଏକ ମ୍ୟାଚରେ ସାକିବ୍ ଅଲ୍ ହାସନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ବାଂଲାଦେଶ ୮୪ ରନରେ ପାନୁଆ ନ୍ୟୁ ଗିନୀ (ପିଏନଜି)କୁ ପରାସ୍ତ କରିଛି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ପରାଜୟ ସହ ପିଏନଜିର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି।

Advertisment

ଉକ୍ତ ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ସାକିବ୍ ଓ କ୍ୟାପଟେନ୍ ମହମ୍ମଦୁଲ୍ଲାଙ୍କ ଦମଦାର ବ୍ୟାଟିଂ ବଳରେ ୭ ୱିକେଟ୍ ହରାଇ ୧୮୧ ରନ୍ କରିଥିଲା। ଜବାବରେ ପିଏନଜି ଟିମ୍ ୧୯.୩ ଓଭରରେ ମାତ୍ର ୯୭ ରନରେ ଅଲଆଉଟ୍ ହୋଇଛି। ବ୍ୟାଟିଂରେ ୪୬ ରନ୍ ଓ ବୋଲିଂରେ ୪ ୱିକେଟ୍ ନେଇଥିବା ସାକିବ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

https://twitter.com/T20WorldCup/status/1451179772810186759?s=20

ଟସ୍ ଜିତି ବ୍ୟାଟିଂ କରିଥିବା ବାଂଲାଦେଶ ତା’ର ଓପ୍ନର ମହମ୍ମଦ ନଇମ (୦)ଙ୍କୁ ଇନିଂସର ଦ୍ୱିତୀୟ ବଲରେ ହରାଇଥିଲା। ତେବେ ଲିଟନ୍ ଦାସ (୨୯) ଓ ସାକିବ ଦ୍ୱିତୀୟ ୱିକେଟ୍ ପାଇଁ ୫୦ ରନ୍ ଯୋଡ଼ି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ମିଡଲ୍ ଅର୍ଡରରେ ମହମ୍ମଦୁଲ୍ଲା ଏବଂ ଶେଷ ଆଡ଼କୁ ମହମ୍ମଦ ସୈଫୁଦ୍ଦିନଙ୍କ ଦ୍ରୁତ ରନ୍ ବଳରେ ବାଂଲାଦେଶ ୧୮୧ ରନର ମଜଭୁତ୍ ସ୍କୋର ଛିଡ଼ା କରିଥିଲା। ସାକିବ୍ ୩୭ ବଲରେ ୩ ଛକା ସହ ୪୬, ମହମ୍ମଦୁଲ୍ଲା ୫୦ (୨୮ ବଲୋ, ୩ ଚୌକା, ୩ ଛକା), ଆଫିଫ୍ ହୋସେନ୍ ୨୧ ଓ ସୈଫୁଦ୍ଦିନ ଅପରାଜିତ ୧୯ (୬ ବଲ୍, ୧ ଚୌକା, ୩ ଛକା) ରନ୍ କରିଥିଲେ। ପିଏନଜି ପକ୍ଷରୁ କାବୁଆ ମୋରିଆ, ଡାମିଏଲ୍ ରାଭୁ ଓ ଅସଦ ଭାଲା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Advertisment

୧୮୨ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ପିଏନଜିର କିପଲିନ୍ ଡୋରିଗାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିପାରିନଥିଲେ। ଯେଉଁ କାରଣରୁ ଦଳର ସ୍କୋର ୧୦୦ ରନ୍ ବି ଟପିପାରିନଥିଲା। ଡୋରିଗା ୩୪ ବଲରେ ୨ ଚୌକା ଓ ୨ ଛକା ସହ ସର୍ବାଧିକ ୫୬ ରନ୍ କରିଥିବା ବେଳେ ଚାଡ୍ ସୋପର୍ ୧୧ ରନ୍ କରିଥିଲା। ବାଂଲାଦେଶର ସାକିବ୍ ୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ସେହିପରି ସୈଫୁଦ୍ଦିନ ଓ ତସକିନ୍ ଅହମ୍ମଦ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ICCT20 World Cup 2021