Advertisment

Bangladesh: ମାନସିକ କୋମାରେ ବାଂଲାଦେଶ ଖେଳାଳି! ୟୁନୁସ ସରକାରଙ୍କୁ ଟାର୍ଗେଟ କଲେ କୋଚ

ବାଂଲାଦେଶ ଜାତୀୟ କ୍ରିକେଟ ଟିମର ଏକାଧିକ ଖେଳାଳିଙ୍କ ମାନସିକ ଅବସ୍ଥା ଠିକ ନାହିଁ। ସେମାନେ ମାନସିକ କୋମାରେ ରହିଥିବା ଜଣାପଡ଼ିଛି। ଏଥିସହ ଜାତୀୟ ଟିମର ଅତିରିକ୍ତ କୋଚ ମହମ୍ମଦ ସାଲାଉଦ୍ଦିନ ପୂର୍ବତନ କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

Bangladesh

ବାଂଲାଦେଶ କ୍ରିକେଟ ଟିମ

Advertisment

ସରକାର ଓ ବୋର୍ଡ ଜିଦ ଯୋଗୁ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିବା ବାଂଲାଦେଶ(Bangladesh) ଜାତୀୟ କ୍ରିକେଟ ଟିମର ଖେଳାଳିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବାଂଲାଦେଶର ପୂର୍ବତନ ଅନ୍ତରୀଣ ମହମ୍ମଦ ୟୁନୁସ ସରକାରର ରାଜନୀତିକ ଅଭିସନ୍ଧି ଯୋଗୁ ଖେଳାଳିମାନେ ବିଶ୍ୱକପରୁ ବଞ୍ଚିତ ହୋଇଥିଲେ।

Advertisment

ଏବେ ବାଂଲାଦେଶ ଜାତୀୟ କ୍ରିକେଟ ଟିମର ଏକାଧିକ ଖେଳାଳିଙ୍କ ମାନସିକ ଅବସ୍ଥା ଠିକ ନାହିଁ। ସେମାନେ ମାନସିକ କୋମାରେ ରହିଥିବା ଜଣାପଡ଼ିଛି। ଏଥିସହ ଜାତୀୟ ଟିମର ଅତିରିକ୍ତ କୋଚ ମହମ୍ମଦ ସାଲାଉଦ୍ଦିନ ପୂର୍ବତନ କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ତାଙ୍କ ଯୋଗୁ ବାଂଲାଦେଶ କ୍ରିକେଟ ଟିମ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିଲା। ଏଥିପାଇଁ ଜାତୀୟ ଟିମର ୨ ଜଣ ଖେଳାଳି ମାନସିକ କୋମାରେ ରହିଥିବା ସେ ଦାବି କରିଛନ୍ତି। 

ଭାରତରେ ସୁରକ୍ଷାର ଆଳ ଦେଖାଇ ବାଂଲାଦେଶର ଅନ୍ତରୀଣ ସରକାର ଟି-୨୦ ବିଶ୍ୱକପ ଖେଳିବା ପାଇଁ ଖେଳାଳିଙ୍କୁ ଅନୁମତି ଦେଇ ନଥିଲେ। ଏଥିଯୋଗୁ ଆଇସିସି ବାଧ୍ୟ ହୋଇ ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡକୁ ଟି-୨୦ ବିଶ୍ୱକପରେ ସାମିଲ କରିଥିଲା। ଏବେ ବାଂଲାଦେଶ କ୍ରିକେଟି ଲିଗ ପୂର୍ବରୁ ସଲାଉଦ୍ଦିନ ପୂର୍ବତନ କ୍ରୀଡ଼ା ପରାମର୍ଶଦାତା ନଜରୁଲଙ୍କୁ ଯୁବ ଖେଳାଳିଙ୍କ ବିଶ୍ୱକପ ସ୍ୱପ୍ନ ଭାଙ୍ଗି ଦେଇଥିବାରୁ ସମାଲୋଚନା କରିଛନ୍ତି। 

Advertisment

ସେ କହିଛନ୍ତି, “ଦେଖନ୍ତୁ, ଯେତେବେଳେ ଜଣେ ଖେଳାଳି ବିଶ୍ୱକପ ଖେଳିବାକୁ ଯାଆନ୍ତି ସେତେବେଳେ ତାଙ୍କ ସ୍ୱପ୍ନ ସାକାର ହୋଇଥାଏ। ଦୀର୍ଘ ବର୍ଷ ଧରି ଜଣେ ଖେଳାଳି ବିଶ୍ୱକପ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି। ହେଲେ ଆପଣ(ନଜରୁଲ) ଗୋଟିଏ ସେକେଣ୍ଡରେ ଏହି ସ୍ୱପ୍ନକୁ ଧ୍ୱଂସ କରି ଦେଲେ। ଯଦି ଏହା ଦେଶର ସ୍ୱାର୍ଥ ପାଇଁ ନିଆଯାଇଛି, ତା’ହେଲେ ସେମାନେ ନିଶ୍ଚିତ ଦେଶ ପାଇଁ ବଳିଦାନ ଦେବେ। କିନ୍ତୁ ଆପଣ ଯଦି କ୍ଷତି କୋ କହିବେ, ତା’ହେଲେ ଏହା କେବଳ ବ୍ୟକ୍ତିଗତ କ୍ଷତି।

ବ୍ୟକ୍ତିଗତ ଭାବେ ଆପଣ ଜଣେ ଖେଳାଳିର ସ୍ୱପ୍ନକୁ ଧ୍ୱଂସ କରି ଦେଇଛନ୍ତି। ମୁଁ ଜାଣିଛି ଯେ ଆମ ଦଳର ଦୁଇ ଜଣ ଖେଳାଳି ୫ ଦିନ ପାଇଁ ମାନସିକ କୋମାକୁ ଚାଲି ଯାଇଥିଲେ। ସେମାନେ ସବୁ କିଛି ହରାଇଛନ୍ତି। ସେମାନଙ୍କୁ ଏହି ଟୁର୍ଣ୍ଣାମେଣ୍ଟକୁ ଆଣି ପଡ଼ିଆରେ ଖେଳାଇବା ବହୁତ ବଡ଼ କଥା।” 

ନଜରୁଲ ମିଛ ଦାବି କରିବା ସହ ନିଜ ବୟାନରେ ୟୁ-ଟର୍ଣ୍ଣ ନେବା ଘଟଣାକୁ ମଧ୍ୟ ସଲାଉଦ୍ଦିନ ସମାଲୋଚନା କରିଛନ୍ତି। ପ୍ରଥମେ ନଜରୁଲ କହିଥିଲେ ଯେ ବାଂଲାଦେଶ ସରାକାର ହିଁ ନିଜ ଦେଶର ଖେଳାଳିଙ୍କୁ ଭାରତରେ ଖେଳିବାକୁ ମନା କରିଛନ୍ତି। ହେଲେ ପରବର୍ତ୍ତୀ ସମୟରେ ସେ ୟୁ-ଟର୍ଣ୍ଣ ନେଇ ବିଶ୍ୱକପ ନ ଖେଳିବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଓ ଖେଳାଳିଙ୍କ ଥିଲା ବୋଲି କହିଥିଲେ। 

ଏ ସମ୍ପର୍କରେ ସଲାଉଦ୍ଦିନ କହିଛନ୍ତି ଯେ “ସେ ଡାହା ମିଛ କହିଛନ୍ତି। ମୁଁ ନିଜେ ଜଣେ ଶିକ୍ଷକ। ଜଣେ ଶିକ୍ଷକ ସାଧାରଣତଃ ମିଛ କୁହନ୍ତି ନାହିଁ। ନଜରୁଲ ଯେଉଁ ଭଳି ମିଛ କହିଲେ ମୁଁ କଳ୍ପନା ବି କରିପାରୁନି। ସେ ଜଣେ ଶିକ୍ଷକ।

ଢାକା ବିଶ୍ୱବିଦ୍ୟାଳୟରେ ସେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ମୋ ଦେଶର ଜଣେ ବଡ଼ ବିଦ୍ୱାନ ବ୍ୟକ୍ତି ଏପରି ମିଛ କହିବାକୁ ଆମେ ଗ୍ରହଣ କରିପାରିବୁ ନାହିଁ। ଆମେ କେମିତି ଏହାକୁ ଗ୍ରହଣ କରିବୁ? ପ୍ରଥମେ ସେ ଗୋଟିଏ କଥା କହିଲେ ଓ ଏହାପରେ ସଂପୂର୍ଣ୍ଣ ୟୁ-ଟର୍ଣ୍ଣ ନେଲେ।”

Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe