Advertisment

ଟି-୨୦ରେ ଇତିହାସ ରଚିଲା ବାଂଲାଦେଶ, ମାଟି କାମୁଡ଼ିଲା ଅଷ୍ଟ୍ରେଲିଆ

ଢାକା: ନସୁମ ଅହମ୍ମଦଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୩ ରନରେ ପରାସ୍ତ କରିଛି। ଏଥିସହ ବାଂଲାଦେଶ ଟି-୨୦ରେ ପ୍ରଥମଥର ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚି ଦେଇଛି। ଏଥିସହ ବାଂଲାଦେଶ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ବାଂଲାଦେଶ ବିଜୟରେ ହିରୋ ସାଜିଛନ୍ତି ନସୁମ ଅହମ୍ମଦ, ଯିଏ ୧୯ ରନ୍ ଦେଇ ୪ ୱିକେଟ୍ ହାସଲ କରିଛନ୍ତି। ଶେର୍ ବାଂଲା ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ […]

ଅଦ୍ୟତନ ହୋଇଛି
ଟି-୨୦ରେ ଇତିହାସ ରଚିଲା ବାଂଲାଦେଶ, ମାଟି କାମୁଡ଼ିଲା ଅଷ୍ଟ୍ରେଲିଆ

ban-vs-aus

Advertisment

ଢାକା: ନସୁମ ଅହମ୍ମଦଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୩ ରନରେ ପରାସ୍ତ କରିଛି। ଏଥିସହ ବାଂଲାଦେଶ ଟି-୨୦ରେ ପ୍ରଥମଥର ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚି ଦେଇଛି। ଏଥିସହ ବାଂଲାଦେଶ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ବାଂଲାଦେଶ ବିଜୟରେ ହିରୋ ସାଜିଛନ୍ତି ନସୁମ ଅହମ୍ମଦ, ଯିଏ ୧୯ ରନ୍ ଦେଇ ୪ ୱିକେଟ୍ ହାସଲ କରିଛନ୍ତି।

Advertisment

ଶେର୍ ବାଂଲା ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୧ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଏହି ଲୋ’ ସ୍କୋରିଂ ମ୍ୟାଚରେ ବାଂଲାଦେଶ ପକ୍ଷରୁ ସାକିବ୍ ଅଲ୍ ହାସନ୍ ସର୍ବାଧିକ ୩୬ (୩୩ ବଲ) ରନ କରିଥିବା ବେଳେ ମହମ୍ମଦ ନଇମ୍ ୩୦, ଅଫିଫ୍ ହୋସେନ୍ ୨୩ ଓ କ୍ୟାପଟେନ୍ ମହମଦୁଲ୍ଲା ୨୦ ରନ୍ କରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆର ଜୋଶ୍ ହେଜଲଉଡ୍ ୨୪ ରନ୍ ଦେଇ ୩ଟି ଓ ମିଚେଲ୍ ଷ୍ଟାର୍କ ୨ଟି ୱିକେଟ୍ ହାସଲ କରିଥିଲେ।

Advertisment

୧୩୨ ରନର ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ପ୍ରଥମ ୨ ଓଭରରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। ଏହା ପରେ ମିଚେଲ ମାର୍ଶଙ୍କ ୪୫ (୪୫ ବଲ୍, ୪ ଚୌକା, ୧ ଛକା) ରନର ଇନିଂସକୁ ଛାଡ଼ି ଦେଲେ ଅନ୍ୟ କୌଣସି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ କ୍ରିଜରେ ତିଷ୍ଠିପାରି ନଥିଲେ। କ୍ୟାପଟେନ ମାଥ୍ୟୁ ୱେଡ ୧୩ ଓ ମିଚେଲ୍ ଷ୍ଟାର୍କ ୧୪ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ୍ ଓ ଶୋରିଫୁଲ୍ ଇସଲାମ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe