Advertisment

ଖେଳାଳିଙ୍କୁ ମାଡ଼ ମାରିବା ଘଟଣାରେ ବିଦା ହେଲେ ବାଂଲାଦେଶର ମୁଖ୍ୟ କୋଚ୍‌

ଚନ୍ଦିକା ହେଉଛନ୍ତି ଶ୍ରୀଲଙ୍କାର ପୂର୍ବତନ ଅଲରାଉଣ୍ଡର। ତାଙ୍କ କୋଚିଂ ଅଧୀନରେ ନିକଟରେ ବାଂଲାଦେଶ ଟିମ ଭାରତ ଗସ୍ତରେ ଆସି ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା।

author-image
Hemant Lenka
BAN

BAN

ବାଂଲାଦେଶ ଜାତୀୟ ଟିମର ମୁଖ୍ୟ କୋଚ୍‌ ଚନ୍ଦିକା ହଥୁରୁସିଙ୍ଘାଙ୍କୁ ଆଜି ଦେଶର କ୍ରିକେଟ ବୋର୍ଡ ନିଲମ୍ୱିତ କରିଛି। ଗତବର୍ଷ ଭାରତରେ ଅନୁଷ୍ଠିତ ବିଶ୍ୱକପ ବେଳେ ସେ ଜଣେ ବାଂଲାଦେଶ ଖେଳାଳିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଆଜି ବାଂଲାଦେଶ କ୍ରିକେଟ ବୋର୍ଡ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ଚନ୍ଦିକା ହେଉଛନ୍ତି ଶ୍ରୀଲଙ୍କାର ପୂର୍ବତନ ଅଲରାଉଣ୍ଡର। ତାଙ୍କ କୋଚିଂ ଅଧୀନରେ ନିକଟରେ ବାଂଲାଦେଶ ଟିମ ଭାରତ ଗସ୍ତରେ ଆସି ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା। ଏହି ଗସ୍ତ ଶେଷ ହେବା ପରେ ବାଂଲାଦେଶ କ୍ରିକେଟ ବୋର୍ଡ ଚନ୍ଦିକାଙ୍କୁ ନିଲମ୍ବିତ କରିଛି।

ନିୟମ ଅନୁସାରେ ତାଙ୍କ ଚୁକ୍ତି ବାତିଲ ହେବ ଓ ସେ ବିଦା ହେବେ। ତାଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜର ପୂର୍ବତନ ଖେଳାଳି ଫିଲ୍‌ ସିମନସ ବାଂଲାଦେଶର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ନେବେ।

Advertisment

କ୍ରିକଇନଫୋର ରିପୋର୍ଟ ଅନୁସାରେ, ସିମନସ ୱେଷ୍ଟଇଣ୍ତିଜ ପାଇଁ ଏକଦା ଓପନ କରୁଥିଲେ। ସେ ଅଲରାଉଣ୍ତର ଭାବେ ପରିଚିତ। ସେ ବାଂଲାଦେଶ ଟିମ ଦାୟିତ୍ୱରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଶେଷ ଯାଏ ରହିବେ।

ବାଂଲାଦେଶ ମୁଖ୍ୟ କୋଚ୍‌ ଚନ୍ଦିକା ଗତବର୍ଷ ଦିନିକିଆ ବିଶ୍ୱକପ ବେଳେ ଜଣେ ଖେଳାଳିଙ୍କୁ ଚାପୁଡ଼ା ମାରିଥିଲେ। ଏହାର ତଦନ୍ତ ଚାଲିଥିବା ବେଳେ ସେ ଚୁକ୍ତି ଅନୁସାରେ ବାଂଲାଦେଶ ଟିମ ଦାୟିତ୍ୱ ରହିଥିଲେ। ଏବେ ତାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୪୮ ଘଣ୍ଟା ମଧ୍ୟରେ ତାଙ୍କ ଚୁକ୍ତି ରଦ୍ଦ ହେବ ଓ ସେ ବହିଷ୍କାର ହେବେ।

୫୬ ବର୍ଷୀୟ ଚନ୍ଦିକାଙ୍କ କାର୍ଯ୍ୟକାଳ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପରେ ଶେଷ ହେବାର ଥିଲା। ହେଲେ ଏହାପୂର୍ବରୁ ସେ ବିଦା ହୋଇଛନ୍ତି। ଏହାର ଅର୍ଥ ଦକ୍ଷିଣ ଆଫ୍ରିକା ବିପକ୍ଷ ବାଂଲାଦେଶର ଘରୋଇ ଟେଷ୍ଟ ସିରିଜରେ ଦଳର ଦାୟିତ୍ୱରେ ରହିବେ ନାହିଁ।

Cricket Bangladesh