Advertisment

ଆଇସିସି ଦ୍ୱାରା ଦଣ୍ଡିତ ହେବ ବାଂଲାଦେଶ! ଜାଣନ୍ତୁ କାରଣ

ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦଳ କେବଳ ୮୦ ଓଭର ବୋଲିଂ କରିପାରି ଥିଲା। ପ୍ରଥମ ସେସନରେ ୨୩ ଓଭର, ଦ୍ୱିତୀୟ ସେସନରେ ୨୫ ଓଭର ଓ ତୃତୀୟ ସେସନରେ ଦଳ ୩୨ ଓଭର ବୋଲିଂ କରିବାକୁ ସକ୍ଷମ ହୋଇଥିଲା।

Bangladesh

Bangladesh

Advertisment

ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳୁଥିବା ବାଂଲାଦେଶ ପାଇଁ ଖରାପ ଖବର ଆସିଛି। ପ୍ରଥମ ଟେଷ୍ଟରେ ବ୍ୟାକଫୁଟରେ ଥିବା ବାଂଲାଦେଶ ଚେନ୍ନାଇରେ ସଂଘର୍ଷ କରିବାରେ ଲାଗିଛି।

Advertisment

ଭାରତର ୩୭୬ ରନର ଜବାବରେ ବାଂଲାଦେଶ ପ୍ରଥମ ଇନିଂସରେ ୧୪୯ ରନ କରି ଅଲଆଉଟ ହୋଇଯାଇଛି। ଦ୍ୱିତୀୟ ଦିନରେ ଦଳ ଏପରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବେ ବେଳେ ପ୍ରଥମ ଦିନରେ ଚା’ ବିରତୀ ଯାଏ ବୋଲିଂରେ ଯାଦୁ ଦେଖାଇଥିଲା। ଏବେ କିନ୍ତୁ ବାଂଲାଦେଶ ଟିମ ବିପକ୍ଷରେ ଆଇସିସି କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ପ୍ରକାଶ ପାଇଛି।

ପ୍ରଥମ ଦିନ ଖେଳ ଆରମ୍ଭରୁ କମାଲ କରିଥିବା ବାଂଲାଦେଶ ହାତରୁ ରବୀନ୍ଦ୍ର ଜାଡେଜା ଓ ରବି ଅଶ୍ୱିନ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଅଶ୍ୱିନଙ୍କ ବ୍ୟାଟରୁ ପ୍ରଥମ ଦିନରେ ଶତକ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ବାଂଲାଦେଶ ପ୍ରଥମ ଦିନରେ ଧାର୍ଯ୍ୟ ସୀମା ଠାରୁ ୧୦ ଓଭର କମ ବୋଲିଂ କରିବା ଦଳକୁ ମହଙ୍ଗା ପଡ଼ିପାରେ।

Advertisment

ଗୋଟିଏ ଦିନରେ ୯୦ ଓଭର ବୋଲିଂ କରିବାର ନିୟମ ରହିଛି। ଏପରି କି ଚେନ୍ନାଇରେ ଗତକାଲି ଭଲ ଆଲୁଅ ଥିବାରୁ ଅତିରିକ୍ତ ୩୦ ମିନିଟ ଖେଳ ହୋଇଥିଲା। ତଥାପି ବାଂଲାଦେଶ ଧିମା ବୋଲିଂ କରି କେବଳ ୮୦ ଓଭର ପକାଇ ପାରିଥିଲା। ଏପରି ଧିମା ବୋଲିଂ ଯୋଗୁ ଆଇସିସି ବାଂଲାଦେଶ ଟିମକୁ ଦଣ୍ଡିତ କରିପାରେ।

ଗତ ମାସରେ ଦଳ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଜିତିଥିଲା। ସିରିଜକୁ ଦଳ ୨-୦ରେ କବଜା କରିଥିଲେ ହେଁ ବାଂଲାଦେଶର ୩ ପଏଣ୍ଟ କାଟି ଥିଲା ଆଇସିସି। ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲରେ ଦଳକୁ ଘାଟା ସହିବାକୁ ପଡ଼ିଥିଲା।

ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ବାଂଲାଦେଶ ୩ ଓଭର କମ ବୋଲିଂ କରିଥିବାରୁ ଆଇସିସି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପରେ ୩ ପଏଣ୍ଟ ହରାଇବା ସହ ସମସ୍ତ ଖେଳାଳିଙ୍କ ମ୍ୟାଚ୍‌ ଫି’ ମଧ୍ୟ ୧୫% କାଟ କରାଯାଇଥିଲା।

ଏବେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦଳ କେବଳ ୮୦ ଓଭର ବୋଲିଂ କରିପାରି ଥିଲା। ପ୍ରଥମ ସେସନରେ ୨୩ ଓଭର, ଦ୍ୱିତୀୟ ସେସନରେ ୨୫ ଓଭର ଓ ତୃତୀୟ ସେସନରେ ଦଳ ୩୨ ଓଭର ବୋଲିଂ କରିବାକୁ ସକ୍ଷମ ହୋଇଥିଲା।

୧୦ ଓଭର କମ ବୋଲିଂ କରିଥିବାରୁ ବାଂଲାଦେଶ ପୁଣି ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ହରାଇବାର ଆଶଙ୍କା ପ୍ରକାଶ ପାଇଛି। ଦଳକୁ ନିଜର କୋଟା ସାରିବାକୁ ଅତିରିକ୍ତ ୩୦ ମିନିଟର ସମୟ ଦିଆଯାଇଥିଲେ ହେଁ ୯୦ ଓଭର ବୋଲିଂ କରି ପାରି ନଥିଲା। ତେଣୁ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କ୍ରିକେଟ ଭାଷ୍ୟକାର ହର୍ଷ ଭୋଗଲେ କହିଛନ୍ତି।

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପ୍ଲେଇଂ କଣ୍ଡିସନର ଧାରା ୧୬.୧୧.୨ରେ ଧିମା ଓଭର ପାଇଁ ପଏଣ୍ଟ ହ୍ରାସର ବ୍ୟବସ୍ଥା ରହିଛି। ଗୋଟିଏ ଦଳ ଧାର୍ଯ୍ୟ ସମୟ ଅନୁସାରେ, ଯେତିକି ଓଭର କମ ବୋଲିଂ କରିଥିବ, ତା’ର ସେତିକି ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ କଟିବ।

Bangladesh Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe