Advertisment

ବାଂଲାଦେଶ ଆଗରେ ୧୯୭ ରନର ଟାର୍ଗେଟ ରଖିଲା ଭାରତ

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଠିକଠାକ ଆରମ୍ଭ କରିଥିଲେ।

author-image
Hemant Lenka
Pandya

Pandya

ଟି-୨୦ ବିଶ୍ୱକପର ସୁପର ୮ ମୁକାବିଲାର ଦ୍ୱିତୀୟ ମ୍ୟାଚ୍‌ରେ ଆଜି ଭାରତର ମୁକାବିଲା ବାଂଲାଦେଶ ସହ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୬ ରନ କରିଛି। ଦଳ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ କରିବା ସହ ଅପରାଜିତ ୫୦ ରନର ଇନିଂସ ଖେଳିଛନ୍ତି। ଏବେ ଆଣ୍ଟିଗୁଆରେ ଏହି ମ୍ୟାଚ ଜିତିବା ପାଇଁ ବାଂଲାଦେଶକୁ ୧୯୭ ରନର ଟାର୍ଗେଟ ମିଳିଛି। 

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଠିକଠାକ ଆରମ୍ଭ କରିଥିଲେ। ଉଭୟ କିଛି ବଡ଼ବଡ଼ ଶଟ ଖେଳିଥିଲେ। ଭଲ ଆରମ୍ଭ ସତ୍ତ୍ୱେ ରୋହିତ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲେ।

ସାକିବ ଅଲ ହାସନଙ୍କୁ ବଡ଼ ଶଟ ଖେଳିବାକୁ ଯାଉ ସେ ୧୧ ବଲରେ ୨୩ ରନ କରି ଆଉଟ ହୋଇ ଯାଇଥିଲେ। ଭାରତ ୩୯ ରନରେ ତା’ର ପ୍ରଥମ ୱିକେଟ ହରାଇଥିଲା। ରୋହିତ ଆଉଟ ହୋଇଥିଲେ ମଧ୍ୟ ବିରାଟ ବଡ଼ ଶଟ ଖେଳିବା ବନ୍ଦ କରି ନଥିଲେ। ଲାଗୁଥିଲା ବିରାଟ ଫର୍ମ ଫେରି ପାଇଛନ୍ତି।

Advertisment

କିନ୍ତୁ ୨୮ ବଲରେ ସେ ୩୭ ରନ କରି ତାନଞ୍ଜିମ ହାସନ ସାକିବଙ୍କ ବଲରା କ୍ଲିନବୋଲ୍ଡ ହୋଇଯାଇଥିଲା। ସୂର୍ଯ୍ୟ କୁମାର ପ୍ରଥମ ବଲରେ ୬କା ମାରିଥିଲେ ହେଁ ତାନଞ୍ଜିମ ତାଙ୍କୁ ପରବର୍ତ୍ତୀ ବଲରେ ପ୍ୟାଭିଲିୟନ ପଠାଇ ଦେଇଥିଲେ। ୭୭ ରନରେ ଭାରତ ତା’ର ତୃତୀୟ ୱିକେଟ ହରାଇଥିଲା।

ଋଷଭ ପନ୍ତ ଓ ଶିବମ ଦୁବେ କିଛି ସମୟ ପାଇଁ ସ୍ଥିତି ସମ୍ଭାଳିଥିଲେ। ପନ୍ତ ମଧ୍ୟ ବଡ଼ବଡ଼ ଶଟ ଖେଳିଥିଲେ। କିନ୍ତୁ ରିଶହାଦ ହୁସେନଙ୍କୁ ରିଭର୍ସ୍ ଶଟ ମାରିବାକୁ ଯାଇ ସେ ଆଉଟ ହୋଇଥିଲା। ପନ୍ତ ୨୪ ବଲରେ ୩୬ ରନର ଇନିଂସ ଖେଳିଛନ୍ତି। ପନ୍ତଙ୍କ ପରେ ଦୁବେଙ୍କୁ ସାଥ ଦେବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ତ୍ୟା।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଭଳି ବାଂଲାଦେଶ ବିପକ୍ଷରେ ମଧ୍ୟ ସେ ଦମଦାର ବ୍ୟାଟିଂ କରିଥିଲେ। ଦୁବେଙ୍କ ସହ ମିଶି ସେ ୧୬ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୧୪୬ ରନରେ ପହଞ୍ଚାଇ ଦେଇଥିଲେ।

୧୭ତମ ଓଭର ବୋଲିଂ କରିବାକୁ ଆସିଥିଲେ ତାନଞ୍ଜିମ। ତାଙ୍କୁ ଦୁବେ ଗୋଟିଏ ଛକା ମାରି ଏହି ଓଭରରେ ୯ ରନ ଆଦାୟ କରିଥିଲେ। ୧୮ତମ ଓଭର ନେଇ ଆସିଥିଲେ ରିଶାଦ ପ୍ରଥମ ବଲରେ ଦୁବେ ତାଙ୍କୁ ବିରାଟ ଛକା ମାରିଥିଲେ ହେଁ ଦ୍ୱିତୀୟ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଦୁବେ ଆଜି ୨୪ ବଲରେ ୩୪ ରନ କରି ଆଉଟ ହୋଇଛନ୍ତି। ଭାରତ ୧୬୧ ରନରେ ତା’ର ୫ମ ୱିକେଟ ହରାଇଥିଲା। 

ଦୁବେ ଆଉଟ ହୋଇଥିଲେ ମଧ୍ୟ ପାଣ୍ଡ୍ୟା ଏହି ଓଭରରେ ଆଉ ଏକ ଛକା ମାରିଥିଲେ। ଭାରତର ସ୍କୋର ୧୮ ଓଭର ସୁଦ୍ଧା ୧୭୦ରେ ପହଞ୍ଚି ଯାଇଥିଲା। ୧୯ତମ ଓଭରରେ ତାନଞ୍ଜିମ କେବଳ ୮ ରନ ଦେଇଥିଲେ। 

ଶେଷ ଓଭର ନେଇ ଆସିଥିଲେ ଅଭିଜ୍ଞ ମୁସ୍ତାଫିଜୁର ରହମାନ। ତାଙ୍କର ପ୍ରଥମ ବଲରେ ହାର୍ଦ୍ଦିକ ଚୌକା ଆଦାୟ କରିଥିଲେ। ଦ୍ୱିତୀୟ ବଲରେ ୧ ରନ ମିଳିଥିଲା। ତୃତୀୟ ବଲରେ ଅକ୍ଷର ପଟେଲ ୧ ରନ ନେଇ ପାଣ୍ଡ୍ୟାଙ୍କୁ ଷ୍ଟ୍ରାଇକ ଦେଇଥିଲେ। ୪ର୍ଥ ବଲରେ ପାଣ୍ଡ୍ୟା ୨ ରନ ନେବା ସହ ଏହା ନୋ ବଲ ମଧ୍ୟ ହୋଇଥିଲା। ଫ୍ରି ହିଟରେ ପାଣ୍ଡ୍ୟା ଚୌକା ମାରି ଭାରତର ସ୍କୋରକୁ ୧୯୦ ପାର କରାଇଥିଲେ।

ପରବର୍ତ୍ତୀ ବଲ ୱାଇଡ ହୋଇଥିଲା। ୫ମ ବଲ ପାଣ୍ଡ୍ୟା ମିସ କରାଯାଇଥିଲେ। ଶେଷ ବଲରେ ସେ ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୧୯୬ ରନରେ ପହଞ୍ଚାଇ ଦେଇଥିଲେ।

ପାଣ୍ଡ୍ୟା ଶେଷ ଯାଏ ଅପରାଜିତ ରହି ୨୭ ବଲରେ ୫୦ ରନରା ଇଂନିସ ଖେଳିଛନ୍ତି। ଏହି ଇନିଂସରେ ୩ଟି ଛକା ଓ ୪ଟି ଚୌକା ମାରିଛନ୍ତି। ଅକ୍ଷର ପଟେଲ ୫ ବଲରେ ଅପରାଜିତ ୩ ରନ କରି ପାଣ୍ଡ୍ୟାଙ୍କ ସାଥ ଦେଇଥିଲେ। 

T20 Match T20 World Cup INDvsBAN T20 Cricket