Advertisment

T20 World Cup: ଭାରତ ବିପକ୍ଷ ମ୍ୟାଚ୍‌କୁ ପାକିସ୍ତାନର ବୟକଟ, ପସନ୍ଦ କଲାନି ବାଂଲାଦେଶ

ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍‌ର ମୂଲ୍ୟ ପ୍ରାୟ ୪୫୦୦ କୋଟି ଟଙ୍କା ରହିଛି। ପ୍ରସାରଣ ଅଧିକାର, ବିଜ୍ଞାପନ ପ୍ରିମିୟମ, ପ୍ରାୟୋଜକ ସଂସ୍ଥା, ଟିକେଟ ଓ ଆଇନଗତ ବେଟିଂ ଆଦିକୁ ମିଶାଇଲେ ୪୫୦୦ କୋଟି ଟଙ୍କା ହେବ।

author-image
Hemant Lenka
Pak

ପାକିସ୍ତାନ କ୍ରିକେଟ ଟିମ

ଟି-୨୦ ବିଶ୍ୱକପ(T20 World Cup)ରେ ଭାରତ ବିପକ୍ଷ ମ୍ୟାଚ୍‌ ପାକିସ୍ତାନ ଖେଳିବ ନାହିଁ ବୋଲି କହିବା ପରେ ପୂରା ବିଶ୍ୱ କ୍ରିକେଟରେ ହଇଚଇ ଦେଖିବାକୁ ମିଳିଛି। ରାଜନୀତି, ଇତିହାସ ଓ ଚୀର ପ୍ରତିଦ୍ୱନ୍ଦ୍ୱୀ ବ୍ୟତୀତ ଭାରତ-ପାକିସ୍ତାନ ମ୍ୟାଚ ସବୁ କ୍ରିକେଟ ଲଢ଼େଇ ମଧ୍ୟରୁ ଅନ୍ୟତମ। ଏହି ମ୍ୟାଚ୍‌ରୁ ସବୁଠାରୁ ଅଧିକ ରାଜସ୍ୱ ମିଳିଥାଏ।

Advertisment

ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍‌ର ମୂଲ୍ୟ ପ୍ରାୟ ୪୫୦୦ କୋଟି ଟଙ୍କା ରହିଛି। ପ୍ରସାରଣ ଅଧିକାର, ବିଜ୍ଞାପନ ପ୍ରିମିୟମ, ପ୍ରାୟୋଜକ ସଂସ୍ଥା, ଟିକେଟ ଓ ଆଇନଗତ ବେଟିଂ ଆଦିକୁ ମିଶାଇଲେ ୪୫୦୦ କୋଟି ଟଙ୍କା ହେବ। ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଛାଡ଼ି ଦେଲ କୌଣସି ଗୋଟିଏ ହେଲେ ବି କ୍ରିକେଟ ମ୍ୟାଚ୍‌ର ଦାମ ଏହାର ନିକଟବର୍ତ୍ତୀ ନୁହନ୍ତି।

ଏହି ମ୍ୟାଚ୍‌ କେବଳ ଭାରତ ଓ ପାକିସ୍ତାନକୁ ଫାଇଦା ଦେଇ ନଥାଏ। ଉଭୟ ଟିମ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେଉଥିବା ବେଳେ ଆଇସିସି ଏଥିରୁ ମିଳୁଥିବା ରାଜସ୍ୱର ସିଂହଭାଗ ହାସଲ କରେ। ଆଇସିସି ହାସଲ କରୁଥିବା ଲାଭକୁ ବିଭିନ୍ନ କ୍ରିକେଟ ବୋର୍ଡ ମଧ୍ୟରେ ବାଣ୍ଟିଥାଏ। ଅର୍ଥାତ ସବୁ କ୍ରିକେଟ ବୋର୍ଡ ଭାରତ-ପାକିସ୍ତାନ ମ୍ୟାଚ୍‌ରୁ ପ୍ରବଳ ଲାଭ ପାଆନ୍ତି।

Advertisment

ଏବେ ପାକିସ୍ତାନ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବୟକଟ କରିବା କଥା ଘୋଷଣା କରିଛି। ବାଂଲାଦେଶ କ୍ରିକେଟ ଟିମ ଭାରତରେ ବିଶ୍ୱକପ ନ ଖେଳିବାକୁ ଅନୁରୋଧ କରିଥିଲେ ହେଁ ଆଇସିସି ଏହାକୁ ଗ୍ରହଣ କରି ନଥିଲା। ଏଥିପାଇଁ ବାଂଲାଦେଶ ବିଶ୍ୱକପରୁ ଓହରି ଯାଇଛି। ଏବେ ପାକିସ୍ତାନ ସେହି ଆଳରେ ବାଂଲାଦେଶକୁ ସମର୍ଥନ ଜଣାଇ ଭାରତ ବିପକ୍ଷ ମ୍ୟାଚ୍‌ କଲୋମ୍ବୋରେ ନ ଖେଳିବାକୁ ଘୋଷଣା କରିଛି। 

କିନ୍ତୁ ପାକିସ୍ତାନର ଏପରି ନିଷ୍ପତ୍ତିକୁ ବାଂଲାଦେଶ କ୍ରିକେଟ ବୋର୍ଡ ବା ବିସିବିର ଗୋଟିଏ ଗ୍ରୁପ ନାସପନ୍ଦ କରିଛନ୍ତି। ବିସିବିର ଜଣେ ବରିଷ୍ଠ ନିର୍ଦ୍ଦେଶକ ନିଜର ନାଁ ଗୋପନ ରଖି ବାଂଲାଦେଶ ଗଣମାଧ୍ୟମକୁ କହିଛନ୍ତି ଯେ “ଯଦି ଭାରତ-ପାକିସ୍ତାନ ହେବ ନାହିଁ, ତା’ହେଲେ ପୂରା ବିଶ୍ୱ କ୍ରିକେଟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବ। ଏପରି କି ଆମର ଭାଗ ମଧ୍ୟ ହ୍ରାସ ପାଇବ। ଆମେ ଏପରି ଆର୍ଥିକ କ୍ଷତି ଚାହୁଁନାହୁଁ। 

ପାକିସ୍ତାନର ଆଭିମୁଖ୍ୟ ଏହି ପ୍ରସଙ୍ଗରେ ବେଶ ସ୍ପଷ୍ଟ। ଭାରତୀୟ କ୍ରିକେଟକୁ କଡ଼ା ବାର୍ତ୍ତା ଦେବାକୁ ପାକିସ୍ତାନ ଚାହୁଁଛି। ସେମାନେ ଭାରତର ଦବଦବାକୁ ଚ୍ୟାଲେଞ୍ଜ କରିବାକୁ ଚାହିଁଛନ୍ତି। ଏହି ଦୃଷ୍ଟିରୁ ସେମାନଙ୍କ ନିଷ୍ପତ୍ତିରେ ଯର୍ଥାର୍ଥ ରହିଛି। ହେଲେ ରାଜସ୍ୱ କଥା ମଧ୍ୟ ଚିନ୍ତା କରିବାର ଅଛି।” 

ବାଂଲାଦେଶ ବିଶ୍ୱକପରୁ ବାଦ ପଡ଼ିବା ଘଟଣା ସହ ଜଡ଼ିତ ଆଉ ଜଣେ ଅଧିକାରୀଙ୍କ କହିବା କଥା ଯେ ଆଇସିସି ରାଜସ୍ୱ ହ୍ରାସ ପାଇବା କଥା ଜାଣି ସମସ୍ତେ ଚିନ୍ତାରେ ରହିଛନ୍ତି। ଅଧିକାରୀ ଜଣଙ୍କ କହିଛନ୍ତି ଯେ “ଏହା ସିଧାସଳଖ ଆଇସିସିର କେନ୍ଦ୍ରୀୟ ରାଜସ୍ୱକୁ ପ୍ରଭାବିତ କରିବ।

ସମସ୍ତଙ୍କ ଭଳି ଆମେ ମଧ୍ୟ ଏହି ପାଣ୍ଠିର ଅଂଶିଦାର। କେନିୟା କିମ୍ବା ଉଗାଣ୍ଡର ଉଦାହରଣ ନିଅନ୍ତୁ। ସେମାନେ ୧ ଲକ୍ଷରୁ ୨ ଲକ୍ଷ ଡଲାରରେ ସନ୍ତୁଷ୍ଟ ହୋଇପାରନ୍ତି। କିନ୍ତୁ ଆମ ଭିତ୍ତିଭୂମିକୁ ଦେଖିଲେ, ଆମେ କେମିତି ଆଇସିସି ରାଜସ୍ୱ ହ୍ରାସରେ କାମ କରିବୁ?” 

T20 World Cup