ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପ୍ର ସେମି ଫାଇନାଲ ମ୍ୟାଚ୍ରେ ଭାରତୀୟ ମହିଳା ଦଳକୁ ୮୧ ରନ୍ର ବିଜୟ ଲକ୍ଷ୍ୟ ଦେଇଛି ବାଂଲାଦେଶ ଟିମ୍।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୮୦ ରନ୍ କରିବାକୁ ସକ୍ଷମ ହୋଇଥିଲା।
Also Read
ଦଳ ତରଫରୁ ଅଧିନାୟିକା ନିଗାର ସୁଲତାନା ଓ ଶୋରନା ଅଖତରଙ୍କୁ ଛାଡ଼ି ଅନ୍ୟ ୬ ଜଣ ବ୍ୟାଟର ଏକ ଅଙ୍କ ପାର କରି ପାରି ନଥିଲେ। ନିଗାର ସୁଲତାନା ୫୧ଟି ବଲ୍ରୁ ୩୨ ନ୍ କରିଥିବା ବେଳେ ଶୋରନା ଅଖତର ୧୮ଟି ବଲ୍ରୁ ୧୯ ରନ୍ କରିଥିଲେ। ବ୍ୟାଟିଂ କରିବାକୁ ଆସିଥିବା ଅନ୍ୟ ୬ ଜଣ ୬, ୪, ୮,୧,୧ ଓ ୫ ରନ୍ କରିଥିଲେ। ନାହିଦା ଅଖତର ଖାତା ଖୋଲି ପାରି ନଥିବା ବେଳେ ଶୋରନା ଅଖତର ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ରେଣୁକା ସିଂହ ଓ ରାଧା ଯାଦବ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପୂଜା ବସ୍ତ୍ରକାର ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Cricket
ଆଇପିଏଲ ୨୦୨୫କୁ ମ୍ୟାଚ୍ ଫିକ୍ସିଂ ଭୟ!
ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ବଡ଼ ବଳ ମିଳିଛି। ଆହତ ସମସ୍ୟା ଯୋଗୁ ଋଷଭ ପନ୍ତଙ୍କ ଲକ୍ଷ୍ନୌ ପାଇଁ ଉପଲବ୍ଧ ନଥିବା ଦ୍ରୁତ ବୋଲର ମୟଙ୍କ ଯାଦବ କମବ୍ୟାକ କରିଛନ୍ତି।

Cricket
ୟୁଜି ଚହଲଙ୍କ ନୂଆ ରେକର୍ଡ
ଦମଦାର ବୋଲିଂ ଯୋଗୁ ସେ କେବଳ ପଞ୍ଜାବକୁ ଗୋଟିଏ ଲୋ ସ୍କୋରିଂ ମୁକାବିଲାରେ ଐତିହାସିକ ବିଜୟ ଦେଇ ନାହାନ୍ତି ବରଂ ଆଇପିଏଲ ଇତିହାସରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ନାରିନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

Cricket
ଆଇପିଏଲରେ କାହିଁକି ପଡ଼ିଆ ମଝିରେ ହେଉଛି ଖେଳାଳିଙ୍କ ବ୍ୟାଟ୍ର ଚେକିଂ?
ବ୍ୟାଟ ସାଇଜ୍ର ଯାଞ୍ଚ କରିବା ନୂଆ କଥା ନୁହେଁ। ପୂର୍ବରୁ ଖେଳାଳିମାନେ ମ୍ୟାଚ୍ ପୂର୍ବରୁ କିମ୍ବା ମ୍ୟାଚ୍ ବେଳେ ଅମ୍ପାୟାରଙ୍କ ନିକଟରେ ନିଜ ନିଜର ବ୍ୟାଟକୁ ଯାଞ୍ଚ ପାଇଁ ଦାଖଲ କରନ୍ତି।

Cricket
ଆଇପିଏଲ ଇତିହାସର ପ୍ରଥମ ଖେଳାଳି ଭାବେ ଧୋନି କଲେ ଏହି ରେକର୍ଡ
ଲଗାତର ୫ ପରାଜୟ ପରେ ଚେନ୍ନାଇ ବିଜୟ ସ୍ୱାଦ ଚାଖିଛି। ଏହି କମବ୍ୟାକ ମ୍ୟାଚ୍ରେ ଧୋନିଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଦମଦାର ଇନିଂସ। ଧୋନି ୧୧ ବଲରେ ଅପରାଜିତ ୨୬ ରନର ଇନିଂସ ଖେଳି ଚେନ୍ନାଇ ଆଗରେ ଥିବା ୧୬୭ ରନର ଟାର୍ଗେଟକୁ ଶେଷ ଓଭରରେ ହାସଲ କରି ନେଇଛନ୍ତି।

Cricket
ବିନୋଦ କାମ୍ବଲିଙ୍କୁ କିଏ ଓ କାହିଁକି ମାସକୁ ଦେବ ୩୦ ହଜାର ଟଙ୍କା?
କାମ୍ବଲିଙ୍କୁ ପ୍ରତି ମାସରେ ଘର ଚଳାଇବା ପାଇଁ ୩୦ ହଜାର ଟଙ୍କା ଲେଖାଏ ଦିଆଯିବ।