Advertisment

ମାଟି କାମୁଡ଼ିଲା ପାକିସ୍ତାନ, ବାଂଲାଦେଶର ଐତିହାସିକ ସିରିଜ ବିଜୟ

ବାଂଲାଦେଶ ଦ୍ୱିତୀୟ ଟେଷ୍ଟକୁ ୬ ୱିକେଟରେ ଜିତିଥିବା ବେଳେ ପ୍ରଥମ ଟେଷ୍ଟରେ ଦଳ ୧୦ ୱିକେଟରେ ବିଜୟ ହୋଇଥିଲା। ପାକିସ୍ତାନ ବିପକ୍ଷରେ ଦଳ ଏଯାଏ ୧୫ଟି ଟେଷ୍ଟ ଖେଳିଥିବା ବେଳେ ୧୨ଟିରେ ହାରିଛି ୨ଟି ଜିତିଛି ଓ ଗୋଟିଏ ମ୍ୟାଚ୍‌ ଡ୍ର ରହିଛି।

Bangladesh

Bangladesh

Advertisment

ଘରୋଇ ପରିବେଶରେ ମାଟି କାମୁଡ଼ିଛି ପାକିସ୍ତାନ। ଷ୍ଟାର ଖଚିତ ପାକିସ୍ତାନକୁ ତା’ରି ମାଟିରେ ଧୂଳି ଚଟାଇ ଇତିହାସ ରଚିଛି ବାଂଲାଦେଶ। ପ୍ରଥମଥର ପାଇଁ ପାକିସ୍ତାନ ବିପକ୍ଷରେ କୌଣସି ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇଛି ବାଂଲା ଟାଇଗର।

Advertisment

ଦଳ ପାକିସ୍ତାନର ରାୱଲପିଣ୍ଡିରେ କେବଳ ମ୍ୟାଚ୍‌ ଜିତି ନାହିଁ, ବରଂ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ ସୁଇପ୍‌ କରିଛି। ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ୬ ୱିକେଟରେ ପାକିସ୍ତାନକୁ ହରାଇ ଦେଇଛି। ଚୌକା ମାରି ଅଭିଜ୍ଞ ସାକିବ ଅଲ ହାସନ ବାଂଲାଦେଶ ଭେଟି ଦେଇଛନ୍ତି ଐତିହାସିକ ସଫଳତା।

ବାଂଲାଦେଶ ଦ୍ୱିତୀୟ ଟେଷ୍ଟକୁ ୬ ୱିକେଟରେ ଜିତିଥିବା ବେଳେ ପ୍ରଥମ ଟେଷ୍ଟରେ ଦଳ ୧୦ ୱିକେଟରେ ବିଜୟ ହୋଇଥିଲା। ପାକିସ୍ତାନ ବିପକ୍ଷରେ ଦଳ ଏଯାଏ ୧୫ଟି ଟେଷ୍ଟ ଖେଳିଥିବା ବେଳେ ୧୨ଟିରେ ହାରିଛି ୨ଟି ଜିତିଛି ଓ ଗୋଟିଏ ମ୍ୟାଚ୍‌ ଡ୍ର ରହିଛି।

Advertisment

ବାଂଲାଦେଶ ତୃତୀୟ ଥର ପାଇଁ ବିଦେଶ ମାଟିରେ କୌଣସି ଟେଷ୍ଟ ସିରିଜ ଜିତିବାରକୁ ସକ୍ଷମ ହୋଇଛି। ୨୦୦୯ରେ ଦଳ ୱେଷ୍ଟଇଣ୍ଡିଜକୁ ତା’ରି ମାଟିରେ ୨-୦ରେ ହରାଇଥିଲା। ସେହିପରି ୨୦୨୧ରେ ଜିମ୍ବାୱେ ବିପକ୍ଷରେ ବାଂଲାଦେଶ ୧-୦ରେ ଟେଷ୍ଟ ସିରିଜ କବଜା କରିଥିଲା। ଏବେ ପାକିସ୍ତାନକୁ ଦଳ ୨-୦ରେ ହରାଇ ଦେଇଛି।

ଏହାବାଦ ବିଦେଶ ମାଟିରେ ଏହା ବାଂଲାଦେଶର ୮ମ ଟେଷ୍ଟ ମ୍ୟାଚ୍‌ ବିଜୟ। ଦଳ ୱେଷ୍ଟଇଣ୍ଡିଜ, ଜିମ୍ବାୱେ ଓ ପାକିସ୍ତାନକୁ ୨ଟି ଲେଖାଏ ମ୍ୟାଚ୍‌ରେ ହରାଇଛି। ସେହିପରି ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ଦଳ ଥରେ ଲେଖାଏ ହରାଇବାକୁ ସକ୍ଷମ ହୋଇଥିଲେ।

ଅନ୍ୟପକ୍ଷରେ ଦ୍ୱିତୀୟ ଥର ପାଇଁ ପାକିସ୍ତାନ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜରେ ଗୋଟିଏ ବି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇନାହିଁ। ୨୦୨୨/୨୩ରେ ପାକିସ୍ତାନକୁ ୦-୩ରେ ଇଂଲଣ୍ଡ ହରାଇଥିଲା।

ଦ୍ୱିତୀୟ ଟେଷ୍ଟ କଥା ବିଚାରକୁ ନେଲେ ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ବାତିଲ ହୋଇଯାଇଥିଲା। ତେବେ ଦ୍ୱିତୀୟ ଦିନରେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ସାମି ଆୟୁବଙ୍କ ୫୮, ଅଧିନାୟକ ଶାନ ମସୁଦଙ୍କ ୫୭ ଓ ସଲମାନ ଆଘାଙ୍କ ୫୪ ରନ ବଳରେ ସମସ୍ତ ୱିକେଟ ହରାଇ ପ୍ରଥମ ଇନିଂସରେ ୨୭୪ ରନ କରିଥିଲା।

ବାଂଲାଦେଶ ତା’ର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରି କି ଦଳ ୨୬ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଲିଟନ ଦାସ (୧୩୮ ରନ) ଓ ମେହିଦ ହାସନ ମିରାଜଙ୍କ ୭୮ ରନ ବଳରେ ବାଂଲାଦେଶ ୨୬୨ ରନ କରି ନେଇଥିଲା। ଫଳରେ ପାକିସ୍ତାନକୁ ୧୨ ରନର ଲିଡ ମିଳିଥିଲା।

ଦ୍ୱିତୀୟ ଇନିଂସରେ ପାକିସ୍ତାନ ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନଥିଲା। ସଲମାନ ଆଘା ଅପରାଜିତ ୪୭ ରନ କରିଥିଲେ ହେଁ ପୂରା ଦଳ ୧୭୨ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ବାଂଲାଦେଶକୁ ଐତିହାସିକ ସିରିଜ ବିଜୟ ପାଇଁ ୧୮୫ ରନର ଟାର୍ଗେଟ ମିଳିଥିଲା। ଏହାକୁ ବାଂଲାଦେଶ ୪ ୱିକେଟ ହରାଇ ହାସଲ କରି ନେଇଛି। ଏଥିସହ ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି। 

Pakistan Cricket Bangladesh Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe