Advertisment

ଏସିଆ କପ: ସାକିବଙ୍କ ୮୦, ଭାରତକୁ ୨୬୬ ରନର ଟାର୍ଗେଟ ଦେଲା ବାଂଲାଦେଶ

କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ରେ ଟିମ ଇଣ୍ଡିଆ ୫ଟି ପରିବର୍ତ୍ତନ ସହିତ ମୈଦାନକୁ ଓହ୍ଲାଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Shardul Thakur

Shardul Thakur

ଏସିଆ କପ ୨୦୨୩ର ଶେଷ ସୁପର ୪ ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ ଦମଦାର ବ୍ୟାଟିଂ କରିଛନ୍ତି। ସେ ଭାରତ ବିପକ୍ଷ ମ୍ୟାଚ୍‌ରେ ୮୦ ରନ କରିବାରୁ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୬୫ ରନ କରିଛି। ପୂର୍ବରୁ ଫାଇନାଲରେ ପ୍ରବେଶ କରିଥିବା ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୬୬ ରନର ଟାର୍ଗେଟ ମିଳିଛି। ସାକିବଙ୍କ ବ୍ୟତୀତ ବାଂଲାଦେଶ ପାଇଁ ତୋହିଦ ହ୍ରିଦୋୟ ମଧ୍ୟ ୫୪ ରନର ଇନିଂସ ଖେଳିଛନ୍ତି।

Advertisment

କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ରେ ଟିମ ଇଣ୍ଡିଆ ୫ଟି ପରିବର୍ତ୍ତନ ସହିତ ମୈଦାନକୁ ଓହ୍ଲାଇଥିଲା। ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁର ଦମଦାର ବୋଲିଂ କରିଥିଲେ। ୩୦ ରନ ଭିତରେ ଏହି ଦୁଇ ବୋଲର ବାଂଲାଦେଶର ୩ ୱିକେଟ ଝାଡ଼ିଥିଲେ। ଏହାପରେ ସାକିବ ଓ ମେହଦି ହାସନ ମିର୍ଜା ସ୍ଥିତି ସମ୍ଭାଳିଥିଲେ। କିନ୍ତୁ ମିର୍ଜାଙ୍କୁ ୧୩ ରନରେ ଆଉଟ କରି ଅକ୍ଷର ପଟେଲ ବାଂଲାଦେଶକୁ ୫୯ ରନରେ ୪ର୍ଥ ଝଟକା ଦେଇଥିଲେ। ତେବେ ୫ମ ୱିକେଟ ପାଇଁ ଶାକିବ ଓ ହ୍ରିଦୋୟ ଦମଦାର ବ୍ୟାଟିଂ କରିଥିଲେ। ସେମାନେ ୫ମ ୱିକେଟ ପାଇଁ ୧୦୧ ରନ ଭାଗିଦାରୀ କରିଥିଲେ। ସାକିବ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୮୦ ରନ କରି ଶତକ ଆଡ଼କୁ ଯାଉଥିବା ବେଳେ ଠାକୁର ନିଜର ଦ୍ୱିତୀୟ ସ୍ପେଲରେ ତାଙ୍କୁ ବୋଲ୍ଡ କରି ଦେଇଥିଲେ।

ତେବେ ହ୍ରିଦୋୟ କ୍ରିଜରେ ରହି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସାକିବ ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ଶାମିମ ହୁସେନ(୧)ଙ୍କ ୱିକେଟ ରବୀନ୍ଦ୍ର ଜାଡେଜା ନେଇଥିଲେ। ସେହିପରି ଦଳୀୟ ସ୍କୋର ୧୯୩ ଥିବା ବେଳେ ୫୪ ରନ କରି ମହମ୍ମଦ ଶାମିଙ୍କ ବଲରେ ହ୍ରିଦୋୟ ପ୍ୟାଭିଲିୟନ ଫେରିଥିଲେ। ଲାଗୁଥିବା ବାଂଲାଦେଶ ୨୨୦ ମଧ୍ୟରେ ଅଟକି ଯିବ। କିନ୍ତୁ ଶେଷ ଭାଗରେ ନସୌମ ଅହମଦ ଓ ମେହେଦି ହାସନ କମାଲ କରିଥିଲେ। ବିଶେଷ କରି ନସୌମଙ୍କ ବ୍ୟାଟ୍‌ରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ୪୫ଟି ବଲ୍‌ରୁ ୪୪ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟପକ୍ଷରେ ମେହେଦି ହାସନ ୨୩ଟି ବଲ୍‌ରୁ ୨୯ ରନ୍ କରି ଅପରାଜିତ ରହି‌ଥିଲେ। ତାଙ୍କୁ ସାଥ୍ ଦେଇଥିଲେ ତାଞ୍ଜିମ ହାସନ ସାକିବ। ସେ ୮ଟି ବଲ୍‌ରୁ ୧୪ ରନ୍ କରି ଅପରାଜିତ ରହିଥିଲେ। 

Advertisment

ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ୨ଟି ଓ ଅକ୍ଷର ପଟେଲ, ପ୍ରସିଦ୍ଧ କୃଷ୍ଣ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। 

Indian Cricket Team Bangladesh Asia Cup 2023 Asia Cup Super-4