Advertisment

୨୨ ବର୍ଷ ମଧ୍ୟରେ ପ୍ରଥମ: ବାଂଲାଦେଶର ସର୍ବବୃହତ୍ତ ଟେଷ୍ଟ ପରାଜୟ

୨୦୦୨ ପରେ ବାଂଲାଦେଶର ଏହା ପ୍ରଥମ ସର୍ବବୃହତ୍ତ ଟେଷ୍ଟ ପରାଜୟ। ୨୦୦୨ରେ ରିଡଲେ ଜ୍ୟାକବଙ୍କ ୱେଷ୍ଟଇଣ୍ଡିଜ ବାଂଲା ଟାଇଗରକୁ ଗୋଟିଏ ଇନିଂସ ଓ ୩୧୦ ରନରେ ହରାଇଥିଲା।

ଅଦ୍ୟତନ ହୋଇଛି
South Africa

South Africa

Advertisment

ଘରୋଇ ମାଟିରେ ଲଜ୍ଜାଜନକ ରେକର୍ଡ ମୁଣ୍ଡାଇଛି ବାଂଲାଦେଶ। ଦଳ ତା’ ଟେଷ୍ଟ ଇତିହାସରେ ଦ୍ୱିତୀୟ ସର୍ବବୃହତ୍ତ ପରାଜୟର ସମ୍ମୁଖୀନ ହୋଇଛି। ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଗୋଟିଏ ଇନିଂସ ଓ ୨୭୩ ରନରେ ପରାସ୍ତ କରିଛି। ଏଥିସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ଦକ୍ଷିଣ ଆଫ୍ରିକା କ୍ଲିନସୁଇପ କରିଛି।

Advertisment

୨୦୦୨ ପରେ ବାଂଲାଦେଶର ଏହା ପ୍ରଥମ ସର୍ବବୃହତ୍ତ ଟେଷ୍ଟ ପରାଜୟ। ୨୦୦୨ରେ ରିଡଲେ ଜ୍ୟାକବଙ୍କ ୱେଷ୍ଟଇଣ୍ଡିଜ ବାଂଲା ଟାଇଗରକୁ ଗୋଟିଏ ଇନିଂସ ଓ ୩୧୦ ରନରେ ହରାଇଥିଲା।

ଏବେ ଚଟ୍ଟୋଗ୍ରାମରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରୁ ୩ ଦିନରୁ କମ ସମୟରେ ଶେଷ କରି ଦେଇଛି। ଏହାର ଦକ୍ଷିଣ ଆଫ୍ରିକାର ସର୍ବବୃହତ୍ତ ଟେଷ୍ଟ ବିଜୟ। ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ୩ ବ୍ୟାଟରଙ୍କ ଶତକ ବଳରେ ୬ ୱିକେଟ ହରାଇ ୫୭୫ ରନ କରିବା ପରେ ପାଳି ଘୋଷଣା କରିଥିଲା।

Advertisment

ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ତା’ର ପ୍ରଥମ ଇନିଂସରେ ୪ ୱିକେଟ ହରାଇ ୩୮ ରନ କରିଥିଲା। ଆଜି ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକା ବାଂଲାଦେଶର ୧୬ ୱିକେଟ ଦଖଲ କରିଛି। ଏଥିସହ ବାଂଲାଦେଶକୁ ଏକତରଫା ଭାବେ ପରାସ୍ତ କରିଛି।

ପ୍ରଥମ ଇନିଂସରେ ବାଂଲାଦେଶ ୧୫୯ ରନରେ ଅଲଆଉଟ ହୋଇଯାଇଥିଲା। କାଗିସୋ ରବାଡା ୫ ୱିକେଟ ନେଇଥିବା ବେଳେ ଡାନ ପିଟରସନ ୨ଟି, କେଶବ ମହାରାଜ ୨ଟି ଓ ସେନୁରାନ ମୁଥୁସାମୀ ଗୋଟିଏ ୱିକେଟ ନେଇଥିଲା। ପ୍ରଥମ ଇନିଂସରେ ୪୧୬ ରନ ପଛରେ ଥିବା ବାଂଲାଦେଶକୁ ଦ୍ୱିତୀୟ ପାଳିରେ କେଶବ ମହାରାଜ ଘାଣ୍ଟିଥିଲେ।

ସେ ଏକାକୀ ୫ଟି ୱିକେଟ ନେଇଥିବା ବେଳେ ମୁଥୁସାମୀ ୪ ୱିକେଟ ନେଇଥିଲେ। ପିଟରସନଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଥିଲା। ୩ ବୋଲରଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ୧୪୩ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଗୋଟିଏ ଇନିଂସ ଓ ୨୭୩ ରନରେ ମ୍ୟାଚ୍‌ ଜିତିବା ସହ ସିରିଜ କବଜା କରିଛି।

Bangladesh South Africa Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe