Advertisment

ବାଂଲାଦେଶ ୧୩୫ରେ ଅଟକିଲା, ଆଗୁଆ ଟି-୨୦ ସିରିଜ କବଜା କଲା ଭାରତ

ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ନୀତୀଶ କୁମାର ରେଡ୍ଡୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ବ୍ୟାଟିଂରେ ମାତ୍ର ୩୪ ବଲରେ ୭୪ ରନ କରିଥିବା ବେଳେ ବୋଲିଂରେ ୪ ଓଭର ପକାଇ ୨୩ ରନ ଦେବା ସହ ୨ଟି ୱିକେଟ ନେଇଛନ୍ତି।

author-image
Hemant Lenka
India

India

ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜକୁ ଆଗୁଆ ୨-୦ରେ କବଜା କରି ଭାରତୀୟ ଟିମ। ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟି-୨୦କୁ ଭାରତୀୟ ଟିମ ଅତି ସହଜରରେ ଜିତି ନେଇଛି।

Advertisment

ଭାରତ ୨୨୨ ରନର ଟାର୍ଗେଟ ଦେଇଥିବା ବେଳେ ବାଂଲାଦେଶ ଟିମ ୯ ୱିକେଟରେ କେବଳ ୧୩୫ ରନରେ ଅଟକି ଯାଇଛି। ୮୬ ରନରେ ଦ୍ୱିତୀୟକୁ ଟି-୨୦ ଜିତି ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଗୋଟିଏ ମ୍ୟାଚ୍‌ ପୂର୍ବରୁ ସିରିଜ କବଜା କରିନେଇଛି। ଶେଷ ମ୍ୟାଚ୍‌ ଆସନ୍ତା ୧୨ ତାରିଖରେ ଖେଳାଯିବ। 

ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ନୀତୀଶ କୁମାର ରେଡ୍ଡୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ବ୍ୟାଟିଂରେ ମାତ୍ର ୩୪ ବଲରେ ୭୪ ରନ କରିଥିବା ବେଳେ ବୋଲିଂରେ ୪ ଓଭର ପକାଇ ୨୩ ରନ ଦେବା ସହ ୨ଟି ୱିକେଟ ନେଇଛନ୍ତି। 

Advertisment

ନୀତୀଶ କୁମାର ବ୍ୟତୀତ ବ୍ୟାଟିଂରେ ରିଙ୍କୁ ସିଂହ ମଧ୍ୟ ୨୯ ବଲରେ ୫୩ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରେ ୩୨ ରନ କରିଥିଲେ। ଫଳରେ ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୨୨୧ ରନ କରିଥିଲା।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ୨୨୨ ରନର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ବାଟ ହୁଡ଼ିଥିଲା। ପରଭେଜ ହୁସେନ ଇମୋନ ୧୬, ଲିଟନ ଦାସ ୧୪, ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୧୧ ଓ ତୋହିଦ ହ୍ରିଦୟ ମାତ୍ର ୨ ରନ କରିବାକୁ ସକ୍ଷମ ହୋଇଥିଲେ।

୪୬ ରନରେ ଦଳ ୪ ୱିକେଟ ହରାଇ ଏକ ପ୍ରକାରର ବିଜୟ ଟ୍ରାକରୁ ଓହରି ଯାଇଥିଲା। ଉରୋକ୍ତ ୪ ୱିକେଟ ମଧ୍ୟରୁ ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ମେହିଦ ହାସନ ମିରାଜ ଓ ଅଭିଜ୍ଞ ମହମ୍ମଦୁଲ୍ଲା କିଛି ସମୟ ପାଇଁ ଲଢ଼େଇ କରିଥିଲେ। କିନ୍ତୁ ୧୬ ରନ କରିଥିବା ମିରାଜଙ୍କୁ ରିୟାନ ପରାଗ ଆଉଟ କରି ବାଂଲାଦେଶକୁ ୮୦ ରନରେ ୫ମ ଝଟକା ଦେଇଥିଲେ।

ଦଳୀୟ ସ୍କୋର ୮୩ ଥିବା ବେଳେ ଜାକିର ଅଲୀ(୧) ମୟଙ୍କ ଯାଦବଙ୍କ ଶିକାର ବନିଥିଲେ। ରିୟାଦ ହୁସେନ(୯) ବରୁଣଙ୍କୁ ବଡ଼ ଶଟ ମାରିବାକୁ ଚେଷ୍ଟା କରୁଥିବା ବେଳେ ବାଉଣ୍ଡରୀ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟା ଅତ୍ୟନ୍ତ ଅବିଶ୍ୱସନୀୟ କ୍ୟାଚ୍‌ ଧରି ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ୯୩ ରନରେ ଦଳ ୭ମ ୱିକେଟ ହରାଇଥିଲା।

ଏହି ସମୟରେ ମହମ୍ମଦୁଲ୍ଲା କିଛି ସମୟ କାଉଣ୍ଟର ଆଟାକ କରିଥିଲେ। ହେଲେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା। ୧୭ ଓଭର ସୁଦ୍ଧା ବାଂଲାଦେଶର ସ୍କୋର ୧୧୭/୭ ରହିଥିଲା। ମହମ୍ମଦୁଲ୍ଲା ୩୭ ଓ ତାଞ୍ଜିମ ହାସନ ସାକିବ ୭ ରନ କରିଥିଲେ। ୧୮ତମ ଓଭର ନେଇ ଆସିଥିଲେ ନୀତୀଶ କୁମାର। ସେ ୮ ରନ କରିଥିବା ତାଞ୍ଜିମଙ୍କୁ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍‌ କରାଇ ଦେଇଥିଲେ।

ବାଂଲାଦେଶ ୧୨୦ ରନରେ ୮ମ ୱିକେଟ ହରାଇଥିଲା। ୧୯ତମ ଓଭର ଅର୍ଶଦୀପ ସିଂହ ପକାଇଥିଲେ। ସେ ମାତ୍ର ୫ ରନ ଦେବାକୁ ଶେଷ ଓଭରରେ ବାଂଲାଦେଶକୁ ଜିତିବା ପାଇଁ ବିଶାଳ ୯୫ ରନ ମିଳିଥିଲା। 

ଶେଷ ଓଭର ନେଇ ଆସିଥିଲେ ନୀତୀଶ କୁମାର। ପ୍ରଥମ ବଲରେ ସେ ୪୧ ରନ କରିଥିବା ମହମ୍ମଦୁଲ୍ଲାଙ୍କ ୱିକେଟ ନେଇଥିଲେ। ଏହାପରେ ସେ ୮ ରନ ଦେବାକୁ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୩୫ ରନ କରିପାରିଥିଲା। 

T20 Match T20 Cricket India Vs Bangladesh