/odisha-reporter/media/post_attachments/uploadimage/library/16_9/16_9_0/Asia_Cup_1733662224.jpg)
Asia Cup
ଭାରତୀୟ କ୍ରିକେଟକୁ ରବିବାର ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ପ୍ରଥମେ ସିନିୟର ଟିମ ପିଙ୍କ ବଲ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ଏହାପରେ ଭାରତୀୟ ମହିଳା ଟିମ ଅଷ୍ଟ୍ରେଲିଆ ଠାରୁ ଦ୍ୱିତୀୟ ଦିନିକିଆରେ ହାରିଲା। ଏବେ ଅଣ୍ଡର ୧୯ ଦିନିକିଆ ଏସିଆକ ପରେ ମଧ୍ୟ ଭାରତୀୟ ଟିମକୁ ହାରିବାକୁ ପଡ଼ିଛି।
ଫାଇନାଲ ମ୍ୟାଚ୍ରେ ବାଂଲାଦେଶ ୫୯ ରନରେ ଭାରତକୁ ହରାଇ ଅଣ୍ଡର ୧୯ ଏସିଆ କପକୁ ଜିତି ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛି। ୨୦୨୩ରେ ମଧ୍ୟ ବାଂଲାଦେଶ ଅଣ୍ଡର ୧୯ ଏସିଆ କପ ଫାଇନାଲରେ ୟୁଏଇକୁ ହରାଇ ଚାମ୍ପିୟନ ହୋଇଥିଲା। ଏଥର ଜୁନିୟର ଟାଇଗର୍ସ ୮ଥରର ବିଜେତା ଭାରତକୁ ହରାଇ ଟ୍ରଫି କବଜା କରିଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ୪୯.୧ ଓଭରରେ ସମସ୍ତ ୱିକେଟ ହରାଇ ୧୯୮ ରନ କରିଥିଲା। ଦଳ ପାଇଁ ରିଜାନ ହୁସାନ ୬୫ ବଲରେ ସର୍ବାଧିକ ୪୭ ରନର ଇନିଂସ ଖେଳିଥିଲେ। ମହମ୍ମଦ ଶିହାବ ଜେମ୍ସ ଓ ଫରିଦ ହାସନ ଯଥାକ୍ରମେ ୪୦ ଓ ୩୯ ରନ କରିଥିଲେ।
ACC U19 Asia Cup winners:
1989 - India
2003 - India
2012 - India and Pakistan
2014 - India
2016 - India
2017 - Afghanistan
2018 - India
2019 - India
2021 - India
2023 - Bangladesh
2024 - Bangladesh #U19AsiaCup#U19AsiaCup2024#U19AsiaCupFinal#INDvBAN#BANvINDpic.twitter.com/YtuFGPDJl5— Saabir Zafar (@Saabir_Saabu01) December 8, 2024
ଭାରତ ପକ୍ଷରୁ ଯୁଦ୍ଧଜିତ ଗୁହା, ଚେତନ ଶର୍ମା ଓ ହାର୍ଦ୍ଦିକ ରାଜ ଦୁଇଟି ଲେଖାଏ ୱିକେଟ ନେଇଥିଲେ। ସେହିପରି କିରଣ ଚୋରମାଲେ କେପି କାର୍ତ୍ତିକେୟ ଓ ଆୟୁଷ ମହାତ୍ରେଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।
ଫାଇନାଲରେ ୧୯୯ ରନର ଟାର୍ଗେଟ ପାଇଥିବା ଭାରତୀୟ ଟିମ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ଆୟୁଷ ମହାତ୍ରେ ୧ ଓ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୯ ରନ କରି ଆଉଟ ହୋଇଥିଲେ। ଆନ୍ଦ୍ରେ ସିଦ୍ଧାର୍ଥ ୨୦ ଓ କେପି କାର୍ତ୍ତିକେୟ ୨୧ ରନ କରିଥିଲେ ହେଁ ବେଶୀ ସମୟ କ୍ରିଜରେ ରହି ପାରି ନଥିଲେ।
ଗୋଟିଏ ପଟେ ଅଧିନାୟକ ମହମ୍ମଦ ଅମନ ସଂଘର୍ଷ କରି ବାଂଲାଦେଶ ବୋଲରଙ୍କୁ ମୁକାବିଲା କରିଥିଲେ ହେଁ ଅନ୍ୟପଟେ ୱିକେଟ ଝଡ଼ିବାରେ ଲାଗିଥିଲା। ନିଖିଲା କୁମାର(୦), ହରବଂଶ (୬) ଓ କିରଣ ଚୋରମାଲେ(୧) ସମସ୍ତଙ୍କୁ ନିରାଶ କରିଥିଲେ।
ଭାରତ ୯୨ ରନରେ ୭ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଅମନ ଓ ହାର୍ଦ୍ଦିକ ରାଜ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୧୫ରେ ପହଞ୍ଚାଇ ଦେଇଥିଲେ।
କିନ୍ତୁ ଅମନ(୨୬)ଙ୍କୁ ଆଉଟ କରି ଅଜିଜୁଲ ହକିମ ଭାରତର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ହାର୍ଦ୍ଦିକ ଫାଇଟ ବ୍ୟାକ କରିଥିଲେ ହେଁ କେବଳ ୨୪ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ମଧ୍ୟ ହକିମ ନେଇଥିଲେ।
ଶେଷ ବ୍ୟାଟର ଭାବେ ହକିମଙ୍କୁ ଛକା ମାରିବାକୁ ଯାଇ ଚେତନ ଶର୍ମା(୧୦) ବାଉଣ୍ଡରୀ ପାଖରେ ଧରାପଡ଼ି ଯାଇଥିଲେ। ବାସ୍ ଏହି ୱିକେଟ ସହ ଭାରତର ଇନିଂସ ୩୫.୨ ଓଭରରେ ୧୩୯ ରନରେ ଅଟକି ଯାଇଥିଲା।
𝗕𝗢𝗪 𝗗𝗢𝗪𝗡 𝗧𝗢 𝗧𝗛𝗘 𝗖𝗛𝗔𝗠𝗣𝗜𝗢𝗡𝗦! 🏆
Presenting the winners of the #ACCMensU19AsiaCup 2024 - Bangladesh U19! 🇧🇩#ACCpic.twitter.com/l0VYQdPLRu
— AsianCricketCouncil (@ACCMedia1) December 8, 2024
ବାଂଲାଦେଶ ୫୯ ରନରେ ମ୍ୟାଚ୍କୁ ଜିତି କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଣ୍ଡର ୧୯ ଏସିଆ କପକୁ ଜିତିବାରେ ସକ୍ଷମ ହୋଇଛି। ବାଂଲାଦେଶ ପାଇଁ ଆଜି ଇକବାଲ ହୁସେନ ଇମୋନ ୩ଟି ୱିକେଟ ନେଇଛନ୍ତି। ସେ ପୂରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ଦଖଲକାରୀର ମାନ୍ୟତା ପାଇଛନ୍ତି। ସଆ ୧୩ଟି ୱିକେଟ ନେଇଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ସହ ସିରିଜ ମଧ୍ୟ ମିଳିଛି।
ତାଙ୍କ ବ୍ୟତୀତ ଆଜି ହକିମ ମଧ୍ୟ ଭାରତ ୩ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ଅଲ ଫହାଦଙ୍କୁ ୨ଟି, ମାରୁଫ ମ୍ରିଧା ଓ ରିଜାନ ହୁସେନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
