Advertisment

ପ୍ରଥମେ କହିଲେ ମାଡ଼ ହୋଇଛି, ପରେ ହସ୍ପିଟାଲ ବେଡରେ କଥା ବଦଳାଇଲେ ବାଂଲାଦେଶର ସୁପର ଫ୍ୟାନ

ପ୍ରଥମେ ତାଙ୍କୁ କିଛି ଭାରତୀୟ ଟିମର ସମର୍ଥକ ମାଡ଼ ମାରିଥିବା ସେ କହିଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ସେ ତାଙ୍କ ବୟାନ ହସ୍ପିଟାଲ ବେଡରେ ରହି ବଦଳାଇଛନ୍ତି।

ଅଦ୍ୟତନ ହୋଇଛି
Tiger

Tiger

Advertisment

ବାଂଲାଦେଶ କ୍ରିକେଟ ଟିମର ସୁପର ଫ୍ୟାନ ରବି ଦ୍ୱିତୀୟ ଟେଷ୍ଟ ବେଳେ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରୀନ ପାର୍କ ଷ୍ଟାଡିୟମରେ ସେ ମ୍ୟାଚ୍‌ ଦେଖିବା ବେଳେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।

Advertisment

ପ୍ରଥମେ ତାଙ୍କୁ କିଛି ଭାରତୀୟ ଟିମର ସମର୍ଥକ ମାଡ଼ ମାରିଥିବା ସେ କହିଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ସେ ତାଙ୍କ ବୟାନ ହସ୍ପିଟାଲ ବେଡରେ ରହି ବଦଳାଇଛନ୍ତି।

ବାଘ ପୋଷାକ ପିନ୍ଧି ବାଂଲାଦେଶ ଟିମର ପ୍ରାୟ ସବୁ ମ୍ୟାଚ୍‌ରେ ଉପଲବ୍ଧ ହେଉଥିବା ରବି ଆଜି ମଧ୍ୟ କାନପୁର ଷ୍ଟାଡିୟମରେ ରହିଥିଲେ। ସେ ବିପଦପୂର୍ଣ୍ଣ ମାନ୍ୟତା ପାଇଥିବା ଷ୍ଟାଣ୍ଡ ସି’ରେ ଛିଡ଼ା ହୋଇ ବାଂଲାଦେଶର ପତାକା ଉଡ଼ାଉଥିବା ଦେଖିବାକୁ ମିଳିଥିଲା। ହେଲେ କିଛି ସମୟ ପରେ ତାଙ୍କୁ ସୁରକ୍ଷାକର୍ମୀମାନେ ହସ୍ପିଟାଲ ନେଇଥିଲେ।

Advertisment

ଅତିରିକ୍ତ ପୁଲିସ୍‌ କମିଶନର(ଆଇନ ଶୃଙ୍ଖଳା) ହରିଶ ଚନ୍ଦ୍ର କହିଛନ୍ତି, “ରବି ଯେତେବେଳେ ଜଣେ କନଷ୍ଟେବଲଙ୍କୁ ଭେଟିଥିଲେ ସେତେବେଳେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ସେ କିଛି କହିବା ପୂର୍ବରୁ ହିଁ କନଷ୍ଟେବଲଙ୍କ ପାଖରେ ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ସେ ସୁସ୍ଥ ରହିଛନ୍ତି।”

ତେବେ ହସ୍ପିଟାଲକୁ ଯିବା ଓ ଅଚେତ ହେବା ପୂର୍ବରୁ ରବି ଭାରତୀୟ ଫ୍ୟାନ୍ସଙ୍କ ବିରୋଧରେ ମାରପିଟର ଅଭିଯୋଗ ଆଣିଥିଲେ। ମାରପିଟ ବେଳେ ତାଙ୍କ ତଳ ପେଟକୁ ପଞ୍ଚ ମରାଯାଇଥିବା ସେ ଇଙ୍ଗିତ କରିଥିଲେ। କିନ୍ତୁ ହସ୍ପିଟାଲ ବେଡରୁ ସେ ଜାରି କରିଥିବା ବୟାନରେ ଓଲଟା କଥା କହିଛନ୍ତି। ଷ୍ଟାଡିୟମରେ ଗରମ ଯୋଗୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ ଓ ଏଥିପାଇଁ ପୁଲିସ୍‌ ସହାୟତାରେ ଚିକିତ୍ସା ପାଇଁ ଆସିଥିବା କହିଛନ୍ତି।

ହସ୍ପିଟାଲ ବେଡରୁ ଆସିଥିବା ଭିଡିଓରେ ରବି କହିଛନ୍ତି, “ମୁଁ ଅସୁସ୍ଥ ଅନୁଭବ କରିଥିଲି ଓ ପୁଲିସ୍‌ ମୋତେ ହସ୍ପିଟାଲ ଆଣିଛି। ଏବେ ମୁଁ ସୁସ୍ଥ ଅନୁଭବ କରୁଛି। ମୋ ନାଁ ରବି ଓ ମୁଁ ବାଂଲାଦେଶରୁ ଆସିଛି।”

ଏଏସ୍‌ପି ଅଭିଷେକ ପାଣ୍ଡେ କହିଛନ୍ତି, ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ବେଳେ ଟାଇଗର ନାମକ ଜଣେ ଦର୍ଶକ ଅସୁସ୍ଥ ହୋଇ ପଡ଼ିଥିଲେ। ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପୁଲିସ୍‌ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେ ସୁସ୍ଥ ଅଛନ୍ତି। ତାଙ୍କ ଦାୟିତ୍ୱରେ ଜଣେ କର୍ମଚାରୀଙ୍କୁ ରଖାଯାଇଛି। କିଛି ରିପୋର୍ଟରେ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କିନ୍ତୁ ଏହା ସଂପୂର୍ଣ୍ଣ ଭିତ୍ତିହୀନ। ତାଙ୍କ ସହ ସେମିତି କିଛି ବି ହୋଇନି ବୋଲି ପାଣ୍ଡେ କହିଛନ୍ତି।

Test Match Test Cricket Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe