Advertisment

T20 World Cup: ଚକିତ କରିବା ଭଳି ୟୁ-ଟର୍ଣ୍ଣ ନେଲା ବାଂଲାଦେଶ

ବାଂଲାଦେଶ ସରକାର ସୁରକ୍ଷାର ଆଳ କରି ନିଜ ଟିମର ଖେଳାଳିଙ୍କୁ ଭାରତ ପଠାଇ ନଥିଲେ। ସେହିପରି ଏଥିରେ ବାଂଲାଦେଶ କ୍ରିକେଟର ବିଶେଷ କିଛି କହିବାକୁ ସୁଯୋଗ ପାଇ ନଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

BCB

ବାଂଲାଦେଶ କ୍ରିକେଟ ଟିମ

Advertisment

ବାଂଲାଦେଶର ଅନ୍ତରୀଣ ସରକାରରେ କ୍ରୀଡ଼ା ପରାମର୍ଶଦାତା ଭାବେ କାମ କରୁଥିବା ଆସିଫ ନଜରୁଲ ଟି-୨୦ ବିଶ୍ୱକପ ବିବାଦରେ ଚକିତ କରିବା ଭଳି ୟୁ-ଟର୍ଣ୍ଣ ନେଇଛନ୍ତି। ଟି-୨୦ ବିଶ୍ୱକପ(T20 World Cup) ୨୦୨୬ରେ ଭାଗ ନ ନେବାର ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଖେଳାଳି ଓ ବାଂଲାଦେଶ କ୍ରିକେଟ ବୋର୍ଡର ଥିଲା। ଏଥିରେ ସରକାର କୌଣସି ଭୂମିକା ଗ୍ରହଣ କରି ନଥିଲେ ବୋଲି ସେ କହିଛନ୍ତି।

Advertisment

କିନ୍ତୁ ତାଙ୍କର ଏପରି ବୟାନ ସମସ୍ତଙ୍କୁ ଚକିତ କରିଛି। କାରଣ ପୂର୍ବରୁ ସେ କହିଥିଲେ ଯେ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ବାଂଲାଦେଶ କ୍ରିକେଟ ଟିମ ଭାରତ ନ ଯିବା ନିଷ୍ପତ୍ତି ସଂପୂର୍ଣ୍ଣ ସରକାର ନେଇଛନ୍ତି। ବାଂଲାଦେଶ କ୍ରିକେଟର ଓ ବିସିବି ସହ ଟି-୨୦ ବିଶ୍ୱକପରେ ଭାଗ ନ ନେବା ପାଇଁ ହୋଇଥିବା ବୈଠକରେ ସେ ନିଜେ ଉପସ୍ଥିତ ରହିଥିଲେ।

ବାଂଲାଦେଶ ସରକାର ସୁରକ୍ଷାର ଆଳ କରି ନିଜ ଟିମର ଖେଳାଳିଙ୍କୁ ଭାରତ ପଠାଇ ନଥିଲେ। ସେହିପରି ଏଥିରେ ବାଂଲାଦେଶ କ୍ରିକେଟର ବିଶେଷ କିଛି କହିବାକୁ ସୁଯୋଗ ପାଇ ନଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। 

Advertisment

ଜାନୁଆରୀ ୨୨ରେ ଆସିଫ ସର୍ବସମ୍ମୁଖରେ କହିଥିଲେ ଯେ “ସରକାର କାହିଁକି ଏପରି ନିଷ୍ପତ୍ତି ନେଲେ ଓ ପୂରା ଘଟଣା ସମ୍ପର୍କରେ ଏପରି ବୈଠକ ହୋଇଥିଲା। ମୋର ଆଶା ଆଜିର ବୈଠକ ପରେ ଖେଳାଳିମାନେ ସବୁ ବୁଝି ଯାଇଥିବେ। ଏହା ହିଁ ବୈଠକର ଉଦ୍ଦେଶ୍ୟ ଥିଲା। ଏହା ଛଡ଼ା ଆଉ କୌଣସି ଆଲୋଚନା ହୋଇନି। ଆଇସିସି ଠାରୁ ଆମକୁ ନ୍ୟାୟ ମିଳିଲାନି। ଆମେ ବିଶ୍ୱକପ ଖେଳିକୁ କି ନ ଖେଳିବୁ, ସେକଥା ସଂପୂର୍ଣ୍ଣ ଭାବେ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।”

ହେଲେ ମଙ୍ଗଳବାର ସେ ଗଣମାଧ୍ୟମକୁ ଦେଇଥିବା ବୟାନରେ ପୂର୍ବ କଥାରୁ ପୂରା ଓହରି ଯାଇଛନ୍ତି। ସେ କହିଛନ୍ତି, “ବିଶ୍ୱକପ ନ ଖେଳିବାର ଅନୁତାପ ଆଦୌ ନାହିଁ। ବିଶ୍ୱକପ ନ ଖେଳିବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ବିସିବି ଓ ଖେଳାଳିମାନେ ନେଇଥିଲେ। ସେମାନେ ବାଂଲାଦେଶ କ୍ରିକେଟର ସୁରକ୍ଷା, ଲୋକଙ୍କ ସୁରକ୍ଷା ଓ ଜାତୀୟ ସମ୍ମାନକୁ ସୁରକ୍ଷା ଦେବାକୁ ଯାଇ ଏପରି ବଳିଦାନ ଦେଇଛନ୍ତି। ବିଶ୍ୱକପ ନ ଖେଳିବା ନିଷ୍ପତ୍ତିରେ ସରକାର କୌଣସି ଭୂମିକା ଗ୍ରହଣ କରି ନଥିଲେ।” 

ସୁରକ୍ଷା ଆଳ ଦେଖାଇ ବାଂଲାଦେଶ ତା’ର ମ୍ୟାଚ୍‌ଗୁଡ଼ିକ ଭାରତ ବଦଳରେ ଶ୍ରୀଲଙ୍କାରେ ଆୟୋଜନ କରିବାକୁ ଆଇସିସିକୁ କହିଥିଲା। ହେଲେ ଆଇସିସି ତା’ର କୌଣସି କଥା ଶୁଣି ନଥିଲା। ବାଂଲାଦେଶ ଜିଦରେ ଅଟଳ ରହିବାରୁ ଆଇସିସି ଦଳକୁ ପୂରା ବିଶ୍ୱକପରୁ ବାଦ ଦେଇ ସ୍କଟଲ୍ୟାଣ୍ଡକୁ ସାମିଲ କରିଛି। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe