Advertisment

ବିଶ୍ୱକପ: ଆଫଗାନିସ୍ତାନ ବିପକ୍ଷରେ ବାଂଲାଦେଶର ବଡ଼ ବିଜୟ

୧୫୭ ରନର ଟାର୍ଗେଟକୁ ବାଂଲାଦେଶ ମେହିଦ ହାସନ ମିରାଜଙ୍କ ୫୭ ରନ ବଳରେ ୯୨ ବଲ ପୂର୍ବରୁ ୪ ୱିକେଟ ହରାଇ ହାସଲ କରି ନେଇଛି। ବ୍ୟାଟିଂରେ ୫୭ ରନ ଓ ବୋଲିଂରେ ୩ ୱିକେଟ ନେଇଥିବା ମିରାଜଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

author-image
Hemant Lenka
Miraz

Miraz

ବଡ଼ ବିଜୟରୁ ନିଜର ଦିନିକିଆ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବାଲାଦେଶ। ଆଜି ଧର୍ମଶାଳାରେ ଖେଳାଯାଉଥିବା ମ୍ୟାଚ୍‌ରେ ବାଂଲାଦେଶ ଏକତରଫା ଭାବେ ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ସମସ୍ତ ୱିକେଟ ହରାଇ କେବଳ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା।

Advertisment

୧୫୭ ରନର ଟାର୍ଗେଟକୁ ବାଂଲାଦେଶ ମେହିଦ ହାସନ ମିରାଜଙ୍କ ୫୭ ରନ ବଳରେ ୯୨ ବଲ ପୂର୍ବରୁ ୪ ୱିକେଟ ହରାଇ ହାସଲ କରି ନେଇଛି। ବ୍ୟାଟିଂରେ ୫୭ ରନ ଓ ବୋଲିଂରେ ୩ ୱିକେଟ ନେଇଥିବା ମିରାଜଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆଫଗାନିସ୍ତାନ ପାଇଁ ଦୁଇ ଓପନର ରମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜର୍ଦାନ ଠିକ ଠାକ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୪୭ ରନ ଯୋଡ଼ିଥିଲେ। ତେବେ ଜର୍ଦାନ ୨୨ ଓ ଗୁରବାଜ ୪୭ ରନ କରି ଆଉଟ ହେବା ପରେ ଆଫଗାନିସ୍ତାନର ଆଉ କୌଣସି ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ।

Advertisment

ରହମତ ଶାହ ୧୮, ଅଧିନାୟକ ହଶମତୁଲ୍ଲା ଶାହିଦି ୧୮ ରନ ଓ ଶେଷ ଭାଗରେ ଅଜମତୁଲ୍ଲା ଓମାରଜାଇ ୨୨ ରନ କରିବାରୁ ଆଫଗାନିସ୍ତାନ ୩୭.୨ ଓଭର୍‌ରେ ସମସ୍ତ ୱିକେଟ ହରାଇ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା। ଦଳର ଦୁଇ ଷ୍ଟାର ଖେଳାଳି ମହମ୍ମନ ନବି(୬) ଓ ରାଶିଦ ଖାନ(୯) ଆଜି ବେଶୀ କିଛି କରି ପାରି ନାହାନ୍ତି। 

ବାଂଲାଦେଶ ପକ୍ଷରୁ ମିରାଜଙ୍କ ସହ ଅଧିନାୟକ ସାକିବ ଅଲ ହାସନ ମଧ୍ୟ ୩ଟି ୱିକେଟ ନେଇଛନ୍ତି। ଏମାନଙ୍କ ବ୍ୟତୀତ ଶୋରିଫୁଲ ଇସଲାମ ୨ଟି, ତସ୍କିନ ଅହମଦ ଓ ମୁସ୍ତାପିଜୁର ରହମାନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। 

୧୫୭ ରନର ଟାର୍ଗେଟ ପାଇ ଥିବା ବାଂଲାଦେଶ ଆରମ୍ଭରୁ ରନଆଉଟ ରୂପେ ତାନଜି ହାସନ(୫)ଙ୍କୁ ହରାଇଥିଲା। ଏହାପରେ ଅନ୍ୟତମ ଓପନର ଲିଟନ ଦାସ ୧୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ୨୭ ରନରେ ଦୁଇ ୱିକେଟ ହରାଇ ଦଳ ସଙ୍କଟରେ ପଡ଼ିଥିଲା।

ଏତିକି ବେଳେ ମିରାଜ ଓ ନଜମୁଲ ହୁସେନ ସାଣ୍ଟୋ ସ୍ଥିତି ସମ୍ଭାଳିଥିଲେ। ବିଶେଷ କରି ମିର୍ଜାଙ୍କ ବ୍ୟାଟରୁ ଭଲ ଶଟ ସବୁ ଦେଖିବାକୁ ମିଳିଥିଲା। ସେ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୨୪ ଥିବା ବେଳେ ମିର୍ଜା ବ୍ୟକ୍ତିଗତ ଭାବେ ୫୭ ରନ କରି ନବୀନ ଉଲ ହକଙ୍କ ବଲରେ ଆଉଟ ହୋଇଥିଲା।

ଏହାପରେ କ୍ରିଜକୁ ଆସିଥିଲେ ବାଂଲାଦେଶର ଅଧିନାୟକ ସାକିବ ଅଲ ହାସନ। ସେ ସାଣ୍ଟୋଙ୍କ ସହ ମିଶି ଦଳୀୟ ସ୍କୋର ଆଗକୁ ନେଇଥିଲେ। ତେବେ ଦଳକୁ ଜିତିବା ପାଇଁ ୧୧ ରନ ଦରକାର ଥିବା ବେଳେ ସାକିବ ୧୪ ରନ କରି ଅଜମତୁଲ୍ଲାଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ତେବେ ସେହି ଓଭର୍‌ର ଶେଷ ବଲରେ ସାଣ୍ଟୋ ୧ ରନ ନେଇ ୮୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲା। 

ଏହା ଦିନିକିଆ ବିଶ୍ୱକପରେ ସାଣ୍ଟୋଙ୍କ ପ୍ରଥମ ଅର୍ଦ୍ଧଶତକ। ଏହାପରେ ସେ ନବୀନଙ୍କୁ ଦୁଇଟି ବଲରେ ୨ଟି ୪ଚୌକା ମାରି ବାଂଲାଦେଶ ପାଇଁ ବିଜୟ ମୁଣ୍ଡ ମାରିଥିଲେ। ସାଣ୍ଟୋ ଶେଷ ଯାଏ ୮୩ ବଲରେ ୫୯ ରନ କରି ଅପରାଜିତ ରହିଥିଲେ। ଏହି ଇନିଂସରେ ଗୋଟିଏ ଛକା ଓ ୩ଟି ଚୌକା ମାରିଛନ୍ତି। ମ୍ୟାଚ୍‌ ଶେଷ ହେବା ବେଳକୁ ସାଣ୍ଟୋଙ୍କ ସହ ୩ ବଲରେ ୨ ରନ କରି ମୁସଫିକର ରହିମ ରହିଥିଲେ। 

ICC ICC Men’s Cricket World Cup 2023 ICC World Cup 2023