Advertisment

'ଯଦି ମୋଇନ୍ ଅଲୀ କ୍ରିକେଟ୍ ଖେଳିନଥାନ୍ତେ, ତାହେଲେ ଆତଙ୍କବାଦୀ ହୋଇଥାନ୍ତେ'

ନୂଆଦିଲ୍ଲୀ: ବାଂଲାଦେଶର ଜଣାଶୁଣା ଲେଖିକା ତସଲିମା ନସରୀନ୍ ନିଜର ଲେଖା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ମୋଇନ୍ ଅଲୀଙ୍କ ପ୍ରତି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନିକଟରେ ମୋଇନଙ୍କର ଏକ ଭିଡିଓ ଭିଡିଓ ଜାରି ହୋଇଥିଲା। ଯାହାକୁ ନେଇ ତସଲିମା ଟ୍ୱିଟ୍‌ କରି ଲେଖିଛନ୍ତି, ଯଦି ମୋଇନ୍ ଅଲୀ କ୍ରିକେଟ୍ ଖେଳୁନଥାନ୍ତେ, ତାହେଲେ ସେ ସିରିୟା ଯାଇ ଆତଙ୍କୀ ସଂଗଠନ ଆଇଏସଆଇଏସ୍ ସହ ଯୋଗ ଦେଇଥାନ୍ତେ। ତସଲିମାଙ୍କ ଏହି ଟ୍ୱିଟ୍ […]

ଅଦ୍ୟତନ ହୋଇଛି
'ଯଦି ମୋଇନ୍ ଅଲୀ କ୍ରିକେଟ୍ ଖେଳିନଥାନ୍ତେ, ତାହେଲେ ଆତଙ୍କବାଦୀ ହୋଇଥାନ୍ତେ'

moeen-ali

Advertisment

ନୂଆଦିଲ୍ଲୀ: ବାଂଲାଦେଶର ଜଣାଶୁଣା ଲେଖିକା ତସଲିମା ନସରୀନ୍ ନିଜର ଲେଖା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ମୋଇନ୍ ଅଲୀଙ୍କ ପ୍ରତି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନିକଟରେ ମୋଇନଙ୍କର ଏକ ଭିଡିଓ ଭିଡିଓ ଜାରି ହୋଇଥିଲା। ଯାହାକୁ ନେଇ ତସଲିମା ଟ୍ୱିଟ୍‌ କରି ଲେଖିଛନ୍ତି, ଯଦି ମୋଇନ୍ ଅଲୀ କ୍ରିକେଟ୍ ଖେଳୁନଥାନ୍ତେ, ତାହେଲେ ସେ ସିରିୟା ଯାଇ ଆତଙ୍କୀ ସଂଗଠନ ଆଇଏସଆଇଏସ୍ ସହ ଯୋଗ ଦେଇଥାନ୍ତେ।

Advertisment

ତସଲିମାଙ୍କ ଏହି ଟ୍ୱିଟ୍ ପରେ ତାଙ୍କୁ ୟୁଜରମାନେ ଖୁବ୍ ସମାଲୋଚନା କରିଛନ୍ତି। ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚର୍ ତସଲିମାଙ୍କୁ କଡ଼ା ଜବାବ ଦେଇଛନ୍ତି। ଆର୍ଚର୍ ଟ୍ୱିଟ୍ କରି କହିଛନ୍ତି, ତୁମେ ଠିକ୍ ଅଛ ତ? ମୋତେ କାଇଁ ଲାଗୁନି ତମେ ଠିକ୍ ଅଛ। ଆଉ କିଛି ୟୁଜର୍ ମଧ୍ୟ ତସଲିମାଙ୍କୁ ମନ ଇଚ୍ଛା ଶୁଣାଇଛନ୍ତି।

ତେବେ ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ତସଲିମା ଆଉଏକ ଟ୍ୱିଟ୍ କରି ସଫେଇ ଦେଇଛନ୍ତି। ତସଲିମା କହିଛନ୍ତି, ଘୃଣା ଭାବନା ସୃଷ୍ଟି କରୁଥିବା ଲୋକେ ଭଲଭାବେ ଜାଣନ୍ତି ଯେ ମୋଇନଙ୍କ ପ୍ରତି ମୋର ଟ୍ୱିଟ୍ ବ୍ୟଙ୍ଗ ଥିଲା। କିନ୍ତୁ ମୋତେ ବଦନାମ କରିବା ପାଇଁ ଏହାକୁ ଏକ ମୁଦ୍ଦା କରାଯାଇଛି। କାରଣ ମୁଁ ମୁସଲିମ୍ ସମାଜରେ ଧର୍ମନିରପେକ୍ଷ ବିସ୍ତାର କରିବାକୁ ଚାହେଁ। ମୁଁ ଇସଲାମ ଧର୍ମାନ୍ଧତାକୁ ବିରୋଧ କରେ। ମାନବଜାତିର ସବୁଠାରୁ ବଡ଼ ସମସ୍ୟା ହେଉଛି କି ମହିଳାଙ୍କ ସମର୍ଥକ କୁହାଯାଉଥିବା ବାମପନ୍ଥୀ ମଧ୍ୟ ମହିଳା ବିରୋଧୀ ଇସଲାମିକ ଲୋକଙ୍କର ସମର୍ଥନ କରନ୍ତି।

Advertisment

ଚଳିତ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ ଟିମର ଜର୍ସିରେ ଲାଗିଥିବା ବିୟର ଲୋଗୋ ହଟାଇବାକୁ ମୋଇନ୍ ମ୍ୟାନେଜମେଣ୍ଟକୁ ଅନୁରୋଧ କରିଥିଲେ। ଯାହା ପରେ ଫ୍ରାଞ୍ଚାଇଜି ତାଙ୍କ ଜର୍ସିରୁ ଲୋଗୋ ହଟାଇ ଦେଇଥିଲା। ମୋଇନ୍ ସାରା ଦୁନିଆରେ କ୍ରିକେଟ୍‌ ଖେଳନ୍ତି। ହେଲେ କେବେବି ମଦ ବ୍ରାଣ୍ଡର ପ୍ରମୋସନ କରନ୍ତି ନାହିଁ।

https://twitter.com/taslimanasreen/status/1378823388928438273?s=20

https://twitter.com/JofraArcher/status/1379409054087397377?s=20

ଚଳିତ ଆଇପିଏଲରେ ମୋଇନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ। ଏହା ପୂର୍ବରୁ ସେ ଆରସିବି ଟିମ୍ ପକ୍ଷରୁ ଖେଳୁଥିଲେ। ଫ୍ରାଞ୍ଚାଇଜି ତାଙ୍କୁ ରିଲିଜ୍ କରିଥିଲା। ଚଳିତ ଆଇପିଏଲ୍ ନିଲାମରେ ଚେନ୍ନାଇ ମୋଇନଙ୍କୁ ୭ କୋଟି ଟଙ୍କାରେ କିଣିଥିଲା।

ସିଏସକେ ଟିମ୍ ସହ ଯୋଗ ଦେବା ପରେ ମୋଇନ୍ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ମୋଇନ୍ କହିଛନ୍ତି, 'ଅଧିକାଂଶ କ୍ରିକେଟର୍ ଧୋନିଙ୍କ ନେତୃତ୍ୱରେ ଖେଳିବାକୁ ଚାହାନ୍ତି। କାରଣ ଧୋନି ଖେଳାଳିଙ୍କ ଖେଳରେ ସୁଧାର ଆଣିବାରେ ସହାୟତା କରନ୍ତି। ଧୋନିଙ୍କ ନେତୃତ୍ୱରେ ଖେଳିଥିବା ଅଧିକାଂଶ ଖେଳାଳିଙ୍କ ସହ ମୁଁ କଥା ହୋଇଛି ଏବଂ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଯେ ଧୋନି କିପରି ଜଣେ ଖେଳାଳିଙ୍କ ଖେଳକୁ ସୁଧାର କରନ୍ତି। ମୋ ମତରେ ଜଣେ ମହାନ୍ କ୍ୟାପଟେନ୍ ହିଁ ଏଭଳି କରିପାରିବେ।'

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe